ଦୀପ୍ତି ଦେବଦର୍ଶିନୀ ସୁତାର (ଶିକ୍ଷୟିତ୍ରୀ)
କରୋନା ଭୁତାଣୁ ବ୍ୟାପିଯାଏ ବିଶ୍ୱେ
ଆତଙ୍କିତ ବିଶ୍ୱ ଜନ
ଉଦ୍ଧରିବ କିଏ ଏ ମହାବିପଦୁ
ତୁମେ ସାହା ନାରାୟଣ ।।
ତୁମ ଲୀଳା କୀର୍ତ୍ତି ଜଗତେ ବିଦିତ
ଆଜି ମଉନ ରହିଛ
ଏ ଘୋର ସଂକଟୁ ଉଦ୍ଧାର କର ହେ
କି ଲୀଳା ପ୍ରଭୁ ରଟୁଛ ।।
ଲାଗୁଛି ସତେ କି ପ୍ରତିଶୋଧ ନିଏ
ଚାଇନା ରାଗରେ ଜଳି
ମଣିଷ ରୂପରେ ଅସୁର ପ୍ରବୃତ୍ତି
ପ୍ରକୃତି ସହିତ ଖେଳି ।।
ତା' ପାଇଁ ସୃଷ୍ଟି କରୋନା ଭୁତାଣୁ
ଭାବିଲା ଅଛି ବିଜ୍ଞାନ
କରୋନା କୋଳରେ ଶୋଇଲା ବିକଳେ
ବିଜ୍ଞାନ ହେଲା ଅଜ୍ଞାନ ।।
ପବିତ୍ର ଭୂମି ଏ ଭାରତ ବର୍ଷ ଯେ
ଦେବାଦେବୀଙ୍କର ବାସ
ତା' ବୀର ସନ୍ତାନ ଯୋଗୀ ମୁନି ଋଷି
ମନ୍ତ୍ରରେ କରନ୍ତି ତୋଷ ।।
ଆହାର ବିହାର ଆଚାର ବିଚାର
ନୀତି ଆଦର୍ଶର ଧାରେ
ନିଜକୁ ସମର୍ପି ଚାଲିଲେ ମାନବ
ଜିତି ପାରେ ଏ ମହୀରେ ।।
ଯାହା ଘଟୁଅଛି ସେ ପାପପଙ୍କରୁ
କ୍ଷମା କର ଏବେ ସାଇଁ
ଖୋଲି ଦିଅ ବଡ଼ ଦେଉଳ କବାଟ
ଭକ୍ତ ଯାଉ ପାଶେ ଧାଇଁ ।।
ମୋହନ ମୁରଲୀ ସ୍ଵନ ଶୁଭୁଥାଉ
ଭକତ ଭିଡରେ ନିତି
ସେ ମଧୁର ସ୍ଵନ କରୋନା ନିପାତ
କରି କାଟିଦେଉ ଭୀତି ।।
ପବନରେ ଭାସି ତୁମ ବଂଶୀ ସ୍ଵନ
ଲୀଳା ରଚୁ ଏ ମହୀରେ
ପ୍ରାଣ ଘାତକ ଏ ଭୁତାଣୁ ଜୀବାଣୁ
ଧ୍ୱଂସ ପାଇବେ ଅଚିରେ ।।
ସତ୍ୟ ,ନ୍ୟାୟ,ଧର୍ମ ସହ ସଦାଚାର
ଗୁଣକୁ ଭୂଷଣ କରି
ଚାଲିବାକୁ ଏଇ ଜୀବନ ପଥରେ
ଦିଅ ହେ ଆଶିଷ ବାରି ।।
********************
ଓରାଳୀ - ହାଟଡ଼ିହୀ - କେନ୍ଦୁଝର
୭୫୮୦୮୩
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।