5/31/2020

"କୋରନାକୁ କିମ୍ପା ଏତେ ଡର "

ସୀତାରାମ ବେହେରା 
କୋରନାକୁ କିମ୍ପା ଏତେ ଡର
ତାହା ଠାରୁ ପରା ମହା ସଂକ୍ରାମକ
ରୋଗ ବ୍ୟାପିଛି ସଂସାର !

ଗୋଟି ଗୋଟି କରି ସେମାନଙ୍କ ନାଁ
ଓ ଲକ୍ଷଣ କହୁଛି ବନ୍ଧୁଙ୍କୁ
ଏମାନଙ୍କ ପ୍ରାଣ ଘାତକ ହିସାବ
ଶୁଣି ଭୁଲିଯିବେ କୋରନାକୁ !

୧) ସଂକ୍ରମଣ "ରା ବି ଜ" ପରା ହେ
ଯାହା କୁକୁର କାମୁଡି ହୁଏ
ଠିକ୍‌ ସମୟରେ ଚିକିତ୍ସା ନକଲେ
ଶତକଡା ଶହେ ମୃତ୍ୟୁ ଡର ଥାଏ !

୨) ସଂକ୍ରମଣ ନାମ "ଆ ବୋ ଲା" ହୋଇଲେ
ଜ୍ଵରେ ରୋଗୀ ତନୁ କ୍ଷୀଣ
ନବେ ଶତକଡା ମୃତ୍ୟୁର ଆଶଙ୍କା
ଚିକିତ୍ସା ଅଭାବେ ଜାଣ !

୩) ସଂକ୍ରମଣ ନାମ "ମା ର ବ ର୍ଗ" ଯାହା
ଅନ୍ତ ନାଡ଼ିକୁ ଗ୍ରାସଇ
ଶତକଡା ଅଠାଅଶୀ ମୃତ୍ୟୁ ଡର
ଦଶ ଦିନେ ହୋଇ ଥାଇ !

୪) ସଂକ୍ରମଣ ନାମ "ନି ପା ହ" ବ୍ୟାପିଲେ
ମାନସିକ ରୋଗ ବଢେ
ଶତକଡା ପଞ୍ଚସ୍ତରୀ ହାର ମୃତ୍ୟୁ
ତାହା କବଳେ ଯେ ପଡେ !

୫)ସଂକ୍ରମଣ ନାମ "କ୍ରିମିୟମ କଙ୍ଗୋ "
ଆକ୍ରମଣେ ନୀଳ, ମୁହଁ ନାକ ହୋଇଯାଏ
ମୁହଁ ଓ ନାକରୁ ରକ୍ତ ଶ୍ରାବ ହୋଇ
ଶତକଡା ଚାଳିଶି ମୃତ୍ଯୁ ଡର ଥାଏ !

୬) ସଂକ୍ରମଣ "ସାରସ" ଲାଗିଲେ
ନିଃଶ୍ୱାସ ପ୍ରଶ୍ୱାସ ହୁଏ ଧିମା
ଏହାର ସଠିକ୍‌ ଚିକିତ୍ସା ନ ହେଲେ
ଶତକଡା ଛତିଶ ଭାଗ ମୃତ୍ଯୁ ସମ୍ଭାବନା !

୭) ସଂକ୍ରମଣ ନାମ "ଇନଫ୍ଲୁଏଞ୍ଜା" ହେଲେ
ଅତି କଷ୍ଟ ହୁଏ ତଣ୍ଟିରେ
ଶତକଡା ତେର ଭାଗ ମୃତ୍ଯୁ ସମ୍ଭାବନା
ସଠିକ୍‌ ଚିକିତ୍ସା ଅଭାବରେ !

୮) ସଂକ୍ରମଣ ନାମ "କୋରାନା "
ଶ୍ୱାସ ନଳୀ କରେ ରୋଗୀଣା
ଚିକିତ୍ସା ଅଭାବେ ଏ ରୋଗ ବ୍ୟାପିଲେ
ଶତକଡା ଦୁଇ , ରୋଗରେ ପଡନ୍ତି ଭାଇନା !

୯) ଚିନ୍‌ରେ କୋରାନା ପ୍ରଭାବିତ ହେଲେ
ପଞ୍ଚସ୍ତରୀ ହଜାର ଜନତା
ମୃତ୍ୟୁରେ ପଡିଲେ ଅଢେଇ ହଜାର
ଜାଣି ରଖ , ଏ ରୋଗ କ୍ଷମତା !

୧୦) କିନ୍ତୁ ଚାରିମାସେ ଏନଫ୍ଲୁଏଞ୍ଜା ରୋଗରେ
ଦୁଇ କୋଟି ଲୋକ ଆକ୍ରମିତ
ଏଥିରେ ମାରିଲେ ପଞ୍ଚସ୍ତରୀ ହଜାର
ଭାବି ଦେଖ କିଏ ମାରାତ୍ମକ ???

ତେଣୁ ମୋର ପ୍ରିୟ ଭାଇ ଓ ଭଉଣୀ
ହୁଅନ୍ତୁନି ଏତେ ଭୟବିତ
ନିଜ ପରିବେଶ ଆଉ ଚତୁଃପାର୍ଶ୍ଵ
ରଖ ଖାଲି ତୁମେ ଟିକେ ସ୍ୱଚ୍ଛ !

ଗୁଜବରେ  କେବେ ଭାସି ଯାଅ ନାହିଁ
ନିଜେ ହୋଇ ଯାଅ ସଚେତନ
ଜାଗା ବଳିଆଙ୍କୁ ଜୁହାର ଜଣାଇ
ମାଗୁଛି ଭିକ୍ଷା ; ହେଉ ସଂସାର କଲ୍ୟାଣ !
ସୋରଣ - ଖୋର୍ଦ୍ଧା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।