5/31/2020

ମରଣ ରଥ

 ସୁବାସ ଚ଼ନ୍ଦ୍ର ମାହାଳି       
ଚାଇନା ଛାଡ଼ିଛି ମରଣ ରଥକୁ
ବୁଲିବାକୁ ସାରା ବିଶ୍ୱରେ
ବୁଲି ବୁଲି ସିଏ ସାରା ଦୁନିଆରେ
ପହଞ୍ଚିଛି ଆମ ଦେଶରେ
ଯାହା ପାଖେ ପହଞ୍ଚି ସଲାମ କରୁଛି
ନେଉଛି ତା'ର ଜୀବନ
ସତ ହୋଇବ କି ଏ କଳିଯୁଗରେ
ଅଚ୍ୟୁତ ମାଳିକା ବଚନ
ଯେତେ ଯାହା କଲେ ଆଜିର ମଣିଷ
ନୁହଇଁ ଯେ ସଚେତନ
ମୁହଁରେ ଜମାରୁ ହାତ ନ ମାରିଲେ
ଚାଲି ଯିବ କି ଜୀବନ
ବିଦେଶରୁ ଫେରି ଆସିଲେ ଘରକୁ
କରିବ ପଞ୍ଜିକରଣ
କରୋନା ହଟିବା ଚାଲିଛି ପ୍ରୟାସ
ବୁଝୁନି ମଣିଷ ମନ
ପୁଲିସ୍‌ ବୁଲିକି ଖୋଜୁଛି ବିଦେଶୀ
କାହା ଘରେ ଗଲା ଲୁଚି
ସତରେ ଯେମିତି ପୁଲିସ ପୁଅକୁ
କରୋନା ଗ୍ରାସ କରିଛି
ଦିନ କେତେଟାରେ ଚାଇନାରୁ ଆସି
ହେଲାଣି ଭୁବନେଶ୍ୱର
ତେପନ ଜଣ ପୁଣି ସମ୍ପର୍କୀୟ ତା'ର
ଓଡିଶା ଯେ ଥରହର
କରେ ଅନୁରୋଧ ଆଜିର ଦିନରେ
ଓଡିଶାବାସୀଙ୍କୁ ମୋର
ସଚେତନ ହୋଇ ସହଯୋଗ କର
ଏ ଜାତୀୟ ବିପତ୍ତି ବେଳ
କରୋନା କରୋନା ଡାକ ପଡ଼ିଅଛି
ଆଜି ପୁଣି ଓଡିଶାର
ସତର୍କତା ସହ ଆମେ ନ ଚାଲିଲେ
ଦଶା ହେବ ଠିକ ଚାଇନାର
🙏🙏🙏🙏🙏🙏🙏🙏🙏🙏🙏🙏

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।