ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ସ୍ମିତା ଡ୍ରେସିଂ ଟେବୁଲ ପାଖରେ ବସି ତା' ଅତୀତର ସ୍ମୃତି ଚାରଣ କରୁଥିଲା l ତା' ପାଖରେ ଥୁଆହୋଇଛି ସିନ୍ଦୂର ଫରୁଆ କିନ୍ତୁ ତାକୁ ଛୁଇଁବା ମନା l ବିଭିନ୍ନ ପ୍ରସାଧନ ସାମଗ୍ରୀ ଅଛି l କିନ୍ତୁ ସେ ସେଗୁଡିକ ବ୍ୟବାହାର କରିବନି,, କାରଣ ତା'ର ସ୍ୱାମୀ ଆଉ ଏଇ ଦୁନିଆରେ ଜୀବିତ ନାହାନ୍ତି ସେ ନିଃସ୍ବ ଆଉ ସମାଜ ନିକଟରେ ବିଧବା l ତାକୁ ବିଧବା ସଜେଇଲା କିଏ ? ତା'ର ଦୋଷ ଵା କ'ଣ ? ସେ ଆଜି ସମସ୍ତଙ୍କ ପାଇଁ ଅଲୋଡ଼ା କାହିଁକି ? ସେ ତ ନିରୀହ ସେ କଷ୍ଟ ପାଉଛି କ'ଣ ପାଇଁ
ଚାରିବର୍ଷ ତଳର କଥା ସର୍ଦାରପୁର ଗ୍ରାମର ଜମିଦାର ଥିଲେ ରାମ ଶଙ୍କର l ତାଙ୍କର ଅଲିଅଳି ଏକମାତ୍ର ଝିଅ ସ୍ମିତା l ପାଠ, ଶାଠ, ରୂପ ଓ ଗୁଣରେ ତାକୁ କିଏ ପରାଜିତ କରି ପାରିବେ ନାହିଁ l ଯେତେବେଳେ ସେ କାହାଠୁ କାର୍ଗିଲ ଯୁଦ୍ଧ କଥା ଶୁଣେ, କେତେ ଭାରତୀୟ ସୈନିକ ଯେ ସହିଦ ହୋଇଥିଲେ l ତାର ରୋମ ଟାଙ୍କୁରି ଉଠେ l ତା'ର ହୃଦୟରେ ସବୁବେଳେ ସୈନିକ ମାନଙ୍କ ପ୍ରତି ସମ୍ମାନ ରହିଥାଏ l ଆଉ ସେ ମନରେ ଭାବିଥାଏ କି ଯଦି ବିବାହ କରିବ ଜଣେ ସୈନିକଙ୍କୁ l ତା'ର ଅଜାଣତରେ ସେ ସ୍ୱପ୍ନର ନାୟକ ଭାବେ ଏକ ସୈନିକକୁ ସ୍ଥାନ ଦେଇ ସାରିଥାଏ l ଜମିଦାର ଘରର ଝିଅ ହେଇଥିବାରୁ ବିବାହ ପାଇଁ ବହୁତ ବଡ଼ ବଡ଼ ସ୍ଥାନରୁ ପ୍ରସ୍ତାବ ଆସୁଥିଲା l ସବୁ ପ୍ରସ୍ତାବକୁ ସ୍ମିତା ମନା କରିଦେଉଥିଲା l ବାପା ମାଆ ସେଥିପାଇଁ ମନ ଦୁଃଖ କରୁଥିଲେ l ସତରେ କ'ଣ ସ୍ମିତା ତା'ର ହୃଦୟର ନାୟକକୁ ପ୍ରାପ୍ତ କରିପାରିବ !
ଦିନକର କଥା କଲେଜରେ ସ୍ମିତାର ମୁଣ୍ଡ ଜୋରରେ ବୁଲାଇ ହେଲା , ସେ ଧରାଶାୟୀ ହୋଇଗଲା l ସେ ସମୟରେ ରାକେଶ ବୋଲି ଜଣେ ଯୁବକ ଯିଏକି ସେ କଲେଜର ଜଣେ ଛାତ୍ର l ସ୍ମିତାକୁ ଡାକ୍ତର ନିକଟକୁ ନେଇ ଆରୋଗ୍ୟ କରିଥିଲା l ପରିଚୟ ଜାଣିବା ପରେ ସ୍ମିତା ରାକେଶ ସହିତ ବନ୍ଧୁତା ସ୍ଥାପନ କଲା l କ୍ରମେ ଦୁଇଜଣଙ୍କର +3ରେ ଶେଷ ବର୍ଷ ସରିଗଲା l ସ୍ମିତା ଏକ ବନ୍ଧୁ ଭଳି ରାକେଶକୁ ସବୁବେଳେ ଏକ ସୈନିକ ହେବା ପାଇଁ ପ୍ରେରଣା ଦେଉଥିଲା, କାରଣ ସେ ତା'ର ଅଜାଣତରେ ରାକେଶକୁ ତା'ର ହୃଦୟରେ ବସାଇ ସାରିଥିଲା l ରାକେଶ ମଧ୍ୟ ସ୍ମିତାକୁ ଭଲପାଇ ସାରିଥିଲା l କିନ୍ତୁ ସେ ଖୋଲିକି କହି ପାରୁନଥିଲା l ଦୁଇଜଣ ନିଜର ହୃଦୟର ଭାବନାକୁ ଲୁକ୍କାୟିତ ରଖି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ଥିଲେ l
ଦିନେ ସ୍ମିତା ଜାଣିବାକୁ ପାଇଲା କି ରାକେଶ ଏନ୍.ଡି.ଏ ପାସ କରିଛି l ଅତିଶୀଘ୍ର ସେ ସ୍ଥଳ ବାହିନୀ (army )ରେ ଯୋଗଦାନ କରିବେ l ସେ ଖୁସିରେ ପାଗଳ ହୋଇଗଲା l ଏତେ ଦିନ ପରେ ତା'ର ସ୍ବପ୍ନ ସାକାର ହୋଇଛି l ସେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ l ରାକେଶ ନିକଟକୁ ବଧାଇ ଜଣାଇବା ପାଇଁ ଆସିଲା l କିନ୍ତୁ ରାକେଶ ମନରେ ଖୁସି ନାଇଁ କାରଣ ସେ ଚାହୁଁ ନଥିଲା ସ୍ମିତାଠୁ ଦୂରେଇ ଯିବା ପାଇଁ l କିନ୍ତୁ ସ୍ମିତାର ପ୍ରେରଣା ତାକୁ ତା'ର ଲକ୍ଷ୍ୟ ପଥରେ ପୁନଃବାର ଅଗ୍ରସର କରିନେଲା l
ଛଅ ମାସ ଟ୍ରେନିଂ ସରିଲା ରାକେଶର l ବହୁତ ଦିନ ସ୍ମିତାକୁ ଦେଖିନି l ସେ ଏହିଥର ମିତାକୁ ବିବାହ କରିବ ଆଉ ବିଳମ୍ବ କରିବନି ଏହି କଥା ମନରେ ରଖି ଘରକୁ ଆସିଲା l ବାପା ମା'ଙ୍କୁ ମଧ୍ୟ ଏହି କଥା କହିଲା l ରାକେଶର ବାପା ପ୍ରସ୍ତାବ ନେଇ ସ୍ମିତାର ଘରକୁ ଆସିଲେ l ସ୍ମିତାର ବାପା ପ୍ରଥମେ ଝିଅ କୁ ସୈନିକଙ୍କୁ ବିବାହ କରିବାକୁ ଚାହାଉଁନଥିଲେ କାରଣ ତାଙ୍କର ଗୋଟିଏ ଝିଅ ଯଦି ଅଚାନକ କ'ଣ ହେଇଯାଏ l କିନ୍ତୁ ସ୍ମିତାର ଜିଦି ଆଗରେ ରାମଶଙ୍କର ବାବୁ ବିଫଳ ହୋଇଥିଲେ l ଶେଷରେ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ l ଦୁଇଜଣଙ୍କର ବିବାହ ବୈଦିକ ରୀତିରେ ସମ୍ପର୍ଣ ହୋଇଥିଲା l ସ୍ମିତାର ସ୍ବପ୍ନ ସାକାର ହେଲା l ସେ ଭାବୁଥିଲା ମୁଁ ରାକେଶକୁ ପାଇଗଲି ମୋର ଏଇଟା ସ୍ବପ୍ନ ନୁହେଁଟି l ଏହିପରି ତିରିଶ ଦିନ ବିତିଗଲା l ରାକେଶର ଛୁଟିଶେଷ ହେଲା l ସେ ସ୍ମିତାକୁ କଥା ଦେଇଗଲା ନେକ୍ସ୍ଟ ଟାଇମ ତୁମକୁ ମୁଁ ମୋ' ପାଖକୁ ନେଇଯିବି ଜମାରୁ ବ୍ୟସ୍ତ ହେବନାହିଁ l ଏହିପରି କହି ସେ ବିଦାୟ ନେଲା ସ୍ମିତା ଠାରୁ l ସ୍ମିତା ମଧ୍ୟ ହୃଦୟର କୋହକୁ ଚାପି ରଖି ବିଦାୟ ଦେଲା ରାକେଶକୁ l
ଏହି ମଧ୍ୟରେ ଛଅ ମାସ ବିତି ଯାଇଛି l ଆଜି ସ୍ମିତା ବହୁତ ଖୁସି ଅଛି କାରଣ ରାକେଶ ଆଜି ଆସୁଛନ୍ତି ତା'ର ଅପେକ୍ଷାର ସମାପ୍ତି ହୋଇଛି l ରାକେଶଙ୍କ ପସନ୍ଦର ଶାଢ଼ୀ ପିନ୍ଧିଚି,ବିଭିନ୍ନ ଅଳଙ୍କାରରେ ସଜେଇ ହୋଇଛି l ମର୍ତ୍ତ୍ୟରେ ଅପସରାଙ୍କ ଭଳି ପ୍ରତୀତ ହେଉଛି l ପାଦ ଆଉ ତା'ର ବସୁଧାରେ ଲାଗୁ ନାହିଁ l ଖୁସିରେ ପାଗଳ ଆଜି l ରାକେଶର ମନପସନ୍ଦର ରୋହି ମାଛ ଝୋଳ ରୋଷେଇ କରିଛି l ଠାକୁରଙ୍କୁ ମୁଣ୍ଡିଆ ମାରୁଛି ହେ' ଭଗବାନ ମୋ' ରାକେଶଙ୍କୁ ଭଲରେ ଭଲରେ ମୋ' ପାଖକୁ ନେଇ ଆସ l ତା'ର ମଥାରେ ଲାଲ୍ ସିନ୍ଦୂରଟି ଜକଜକ ହୋଇ ପାହାନ୍ତି ସୂରୁଯ ଭଳି ପ୍ରତୀତ ହେଉଛି l ହଠାତ୍ ଫୋନ ବାଜି ଉଠିଲା ; ସ୍ମିତା ଦୌଡ଼ିଗଲା ରିଂ ଶୁଣି, ସେ ଜାଣିଚି ନିଶ୍ଚିନ୍ତ ରାକେଶ ଫୋନ କରିଥିବେ l ଫୋନ ଉଠାଇ ଯେତେବେଳେ କାନରେ ଦେଲା ମନ ପୁଲକରେ ହାଲୋ ରାକେଶ l ତା'ର ଓଠର ଶବ୍ଦ ଶେଷ ହେବା ପୂର୍ବରୁ l ସେପଟୁ କେତୋଟି ଅବାଂଛିତ ଶବ୍ଦରେ ତା'ର କାନର ପରଦା ଫାଟି ଗଲା ଭଳି ଲାଗିଲା l ରାକେଶ ଆଉ ନାହାନ୍ତି l ଘରକୁ ଛୁଟିରେ ଆସୁଥିବା କେତେଜଣ ସୈନିକଙ୍କୁ ଆତଙ୍କବାଦୀ ମାନେ ଫୁଲୁୱାନ ଠାରେ ବମ୍ ବିସ୍ପୋରଣ କରି ସେଦିନ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ ସେଥିରେ ଜଣେ ହତଭାଗା ସୈନିକ ଥିଲେ l ସ୍ମିତାର ରାକେଶ l ଏହି କଥା ଶୁଣି ସ୍ମିତାର ପାଦ ତଳୁ ମାଟିଖସିଗଲା l ସେ ହତବାକ ହୋଇ ଧରାଶାୟୀ ହୋଇଗଲା l ତା'ର କ'ଣ ଏଇୟା ଦୋଷ ଥିଲା -ସେ ସୈନିକରେ ଯୋଗ ଦେବା ପାଇଁ ଓ ଦେଶ ସେବା କରିବା ପାଇଁ ସର୍ବଦା ରାକେଶକୁ ପ୍ରବର୍ତ୍ତାଉ ଥିଲା l ରାକେଶର ମୃତ ଶରୀର ଗାଁକୁ ଆସିଲା କେତେ ବାଜା, ଢୋଲ ମୃଦଙ୍ଗ ବଜାଇ ଗ୍ରାମ ସାରା ଭ୍ରମଣ କରାଗଲା l ସ୍ମିତା ମୁଣ୍ଡ ପିଟି ରାକେଶ ମୃତ ଶରୀର ସାମ୍ନାରେ କହିଲା ମୁଁ କ'ଣ ତୁମକୁ ଏଇଥି ପାଇଁ କହିଥିଲି ସୈନିକ ହେବା ପାଇଁ l ଏମିତି ଶତ୍ରୁଙ୍କୁ ସଂହାର ନକରି ଏମିତି କେଭେ ତୁମେ ଯିବନି l ତୁମର ମୃତ୍ୟୁ ହେଇନି ତୁମେ ଅମର l ତୁମେ ନିଶ୍ଚିନ୍ତ ଆସିବ l ଏଇ ସ୍ମିତାର କଥା ରଖିବାକୁ ହେବ ତୁମକୁ l ଏମିତି କହି ଚେତା ଶୂନ୍ୟ ହେଇଯାଇଥିଲା ସ୍ମିତା l ସମସ୍ତେ ସ୍ମିତାକୁ ମେଡିକାଲ ନେଇ ଯାଇଥିଲେ ଡାକ୍ତର କହିଲା ଖୁସି ଖବର l ସେ ମା' ହେବାକୁ ଯାଉଛନ୍ତି l କିଛି ଦିନ ପରେ ସ୍ମିତା ଏକ ସୁସ୍ଥ ସବଳ ପୁତ୍ର ସନ୍ତାନର ଜନନୀ ହେଲା l ରାକେଶ ଭଳି ମୁଖ ମଣ୍ଡଳ, ସେଇ ଆଖି ନାକ ହସ l ସତରେ କଣ ବୀର ପୁତ୍ର ପୁନଃଜନ୍ମ ନେଇ ଶତ୍ରୁ ସଂହାର କରିବାକୁ ଫେରି ଆସିଲେ l ମିତାର ଅଧୁରା ସ୍ବପ୍ନ କ'ଣ ସତ କରିବ ଏହି ପୁତ୍ର ସନ୍ତାନ l ଧନ୍ୟ ଭଗବାନ l ଧନ୍ୟ ତୁମର ଲୀଳା l
ବେଦପୁର - ବାଙ୍କୀ (କଟକ)
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।