ଅନାମ ଚ଼ରଣ ସାହୁ
ଆତଙ୍କ ଖେଳାଏ ବିଶ୍ୱେ
କରୋନା ତା' ନାମ
ସଂକ୍ରାମକ ସଂକ୍ରମିତ
ସାଜି କାଳଯମ ।
ୱହନା ପ୍ରଦେଶ ସେହି
ଚୀନ ଦେଶେ ସ୍ଥିତ
ଷଠି ଘର ଭୂତାଣୁର
ଡାକତରି ମତ ।
ପ୍ରକୃତି ବିରୋଧୀ ଶୈଳୀ
ମାନବ ଅଭ୍ୟାସ
ବିଶୃଙ୍ଖଳା ତତ୍ତ୍ୱ ସୃଷ୍ଟି
ବିଶ୍ଵ ଯିବ ନାଶ ।
କାଶ , ଛିଙ୍କ ଆଦି ସାଥେ
ବିନ୍ଦୁ ସଂକ୍ରମଣ
ରୋଗୀଠାରୁ ସୁସ୍ଥ ଦେହେ
ପ୍ରସାର , ପ୍ରମାଣ ।

ନାକ , କାନ , ଆଖି ବେନି
ନଛୁଅଁ ହସ୍ତରେ
ବାରମ୍ବାର କର ଧୁଅ
ପାଣି ,ସାବୁନରେ ।
ରୋଗୀଠାରୁ ଦୂରେ ରୁହ
ମାପି ଛଅଫୁଟ
ସ୍ବାସ୍ଥ୍ୟକର୍ମୀ ପାଶେ ନିଅ
ହୋଇ ଏକଜୁଟ ।
ଅଯଥାରେ ବଜାରକୁ
ନଯିବାରେ କେହି
ଗହଳି ସ୍ଥାନକୁ ତ୍ୟାଗ
ଅଳି ମୋର ଏହି ।
ରୋଗୀକୁ ନକରି ଘୃଣା
ଲଢି ରୋଗ ସାଥେ
ବିଜ୍ଞାନୀ ମଣିଷ ଆମ୍ଭେ
ବିଜେତା ମରତେ ।
ବିଭୁତିପୁର - କାକଟପୁର (ପୁରୀ)
ମୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ
ଆତଙ୍କ ଖେଳାଏ ବିଶ୍ୱେ
କରୋନା ତା' ନାମ
ସଂକ୍ରାମକ ସଂକ୍ରମିତ
ସାଜି କାଳଯମ ।
ୱହନା ପ୍ରଦେଶ ସେହି
ଚୀନ ଦେଶେ ସ୍ଥିତ
ଷଠି ଘର ଭୂତାଣୁର
ଡାକତରି ମତ ।
ପ୍ରକୃତି ବିରୋଧୀ ଶୈଳୀ
ମାନବ ଅଭ୍ୟାସ
ବିଶୃଙ୍ଖଳା ତତ୍ତ୍ୱ ସୃଷ୍ଟି
ବିଶ୍ଵ ଯିବ ନାଶ ।
କାଶ , ଛିଙ୍କ ଆଦି ସାଥେ
ବିନ୍ଦୁ ସଂକ୍ରମଣ
ରୋଗୀଠାରୁ ସୁସ୍ଥ ଦେହେ
ପ୍ରସାର , ପ୍ରମାଣ ।

ନାକ , କାନ , ଆଖି ବେନି
ନଛୁଅଁ ହସ୍ତରେ
ବାରମ୍ବାର କର ଧୁଅ
ପାଣି ,ସାବୁନରେ ।
ରୋଗୀଠାରୁ ଦୂରେ ରୁହ
ମାପି ଛଅଫୁଟ
ସ୍ବାସ୍ଥ୍ୟକର୍ମୀ ପାଶେ ନିଅ
ହୋଇ ଏକଜୁଟ ।
ଅଯଥାରେ ବଜାରକୁ
ନଯିବାରେ କେହି
ଗହଳି ସ୍ଥାନକୁ ତ୍ୟାଗ
ଅଳି ମୋର ଏହି ।
ରୋଗୀକୁ ନକରି ଘୃଣା
ଲଢି ରୋଗ ସାଥେ
ବିଜ୍ଞାନୀ ମଣିଷ ଆମ୍ଭେ
ବିଜେତା ମରତେ ।
ବିଭୁତିପୁର - କାକଟପୁର (ପୁରୀ)
ମୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।