5/31/2020

କରୋନା ଆତଙ୍କ


ଷ୍ଟାଲିନ୍‌ ସାମନ୍ତରାୟ  (ଶିକ୍ଷକ)


ସାରା ଜଗତକୁ ଦୋହଲାଇ ଦେଲା
ଏଇ ଯେ କରୋନା ଭାଇରସ ,
ଦେଶରୁ ଦେଶକୁ ମାଡ଼ି ମାଡ଼ି ଯାଏ
ସବୁ ରାଷ୍ଟ୍ରକୁ କଲାଣି ଗ୍ରାସ ।।୧।
ଚାଇନା ଦେଶର ଓହାନ ସହରୁ
ଏହି ଭୁତାଣୁର ଉତ୍ପତ୍ତି ,
ସାରା ଦୁନିଆକୁ ଦୋହଲାଇ ଦେଇ
କରିଲାଣି କେତେ କ୍ଷୟକ୍ଷତି ।।୨।
ନରହନ୍ତା ଏହି କରୋନା ଭୂତାଣୁ
ଧିରେ ଧିରେ କାୟା ବିସ୍ତାରୁଛି ,
କରୋନା ଭୟରେ ବିଶ୍ବବାସୀଙ୍କର
ଧଡ଼ ଧଡ଼ ଛାତି ହେଉଅଛି ।।୩।
ଆତଙ୍କରେ ଆଜି ସବୁ ବିଶ୍ଵବାସୀ
ଦେଖି କରୋନାର କରାମତି,
ଧନି କି ଗରିବ କିଛି ସେ ବୁଝେନା
ସାଜିଛି ସେ ଆଜି ଜନ୍ତୁପତି ।।୪।
ସର୍ଦ୍ଦି - କାଶ - ଜ୍ବର ଲକ୍ଷଣ ଦେଖିଲେ
ସଭିଏଁ ମିଶି ହେବା ସଜାଗ ,
ନିଃଶ୍ଵାସ ପ୍ରଶ୍ଵାସ ବାଧାପ୍ରାପ୍ତ ହେଲେ
ଡାକ୍ତରଙ୍କୁ କର ଯୋଗାଯୋଗ ।।୫।
ସଂକ୍ରମିତ ବ୍ୟକ୍ତି ହାତ ସ୍ପର୍ଶ କଲେ
ବ୍ୟାପିଥାଏ ପରା ଏହି ରୋଗ ,
ଆଖି ନାକ ପାଟି ଘୋଡ଼ାଇ ରଖିଲେ
କରିବେନି କେହି କଷ୍ଟ ଭୋଗ ।।୬।
ସୁରକ୍ଷା ପାଇଁକି ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା
ପଦକ୍ଷେପ ମାନ ନେଉଛନ୍ତି ,
ଜନ ହିତ ଲାଗି ବୈଜ୍ଞାନିକମାନେ
ଗବେଷଣା ଜାରି ରଖିଛନ୍ତି ।।୭।
ଆତଙ୍କିତ ଜନେ ଗୁହାରି ଜଣାନ୍ତି
ରଖ ରଖ ପ୍ରଭୁ ଜଗନ୍ନାଥ ,
କରୋନାକୁ ନାଶି କରୁଣା ବରଷି
ବଞ୍ଚାଇ ରଖନ୍ତୁ ଏ ଜଗତ ।।୮।

******************
ଓଗାଳପୁର , କଣାସ , ପୁରୀ
**********************
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।