5/31/2020

🔅ଇଏ କରୋନା ଵି🔅

❇️ ନିତା ରାୟ ❇️






ଏ ଅସ୍ଥିର 
ପୁଣି , ଗୋଟେ ଜୀବନର ଚିତ୍ର 
ଏତେ ଅନ୍ଧକାର 
କାହିଁକି ଲାଗୁଛି ?????
ଜୁଡୁବୁଡୁ ଶରୀରଟାକୁ 
ବାଟ ଆଉ ଅବାଟରେ ଵି 
ଗିଳି ଦିଏ କୋରୋନାର ଭୟ .......

ଅସଂଯତ ମୋହ ମାୟା 

ଗଢା ହୁଏ ଧ୍ୱଂସର ପଟୁଆର 
ଛଟପଟ ସୂର୍ଯ୍ୟ - ଚନ୍ଦ୍ର ଓ ଆକାଶ 
ସବୁଆଡେ ବିଷାକ୍ତର ଛାଇ 
ବଞ୍ଚିବାକୁ ଚିତ୍କାର 
ଯେତେ ଯେତେ ସଂଘର୍ଷ 
ହେଲେ , ବଞ୍ଚି ହୁଏ ନାହିଁ  ........   
                  
                                                                    
ଅସତ୍ୟ ଉତ୍ପାଟିତ 
ମଦମତ୍ତର ମଣିଷଟିଏ 
ଭାଙ୍ଗି ଦିଏ ଚେତନାର ବନ୍ଧ 
କଳୁଷିତ କରି ଛାଲୁଛି 
ପରସ୍ତ ପରସ୍ତ ଵିଶ୍ୱାସ 
ଵିଦେଶୀର ବିଷାକ୍ତ ମହୁଫେଣାରେ 
ନିଚ୍ଛକ ମହୁପୋକଟିଏ ହୋଇ  ......



*********************************************
ଭୁବନେଶ୍ୱର / ଡୁମୁଡୁମା ହାଉସିଂ ବୋର୍ଡ଼ କଲୋନି / ଖଣ୍ଡଗିରି 
*********************************************

                ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।