ଅକ୍ଷୟ କୁମାର ବେହେରା
ଏଇ ତ ଜୀବନ ଆୟୁ ସ୍ବଳ୍ପ ଦିନ
ଦିନେ ହୋଇଯିବ ଶେଷ,
କେହି ନୁହେଁ କା'ର ମିଥ୍ୟା ଏ ସଂସାର
କାହୁଁ ଆସିବ ସନ୍ତୋଷ ।
ପିତା ମାତା ପ୍ରେମେ ଗଢା ଏ ଶରୀର
ମାତୃ ଗର୍ଭେ ପାଇ ସ୍ଥାନ,
ସଂସାର ସୃଷ୍ଟିରେ ସୃଷ୍ଟି କର୍ତ୍ତା ପ୍ରଭୁ
କରିଲେ ଜୀବନ ଦାନ ।
ଜୀବନ ରୂପରେ ଆତ୍ମା ସଙ୍ଗେ ଅଛି
ବାସ ଯହିଁ ନାରାୟଣ,
ଯୋଡି ଦେଇଛନ୍ତି ହୃଦୟ ତା' ସଙ୍ଗେ
ବିବେକ ସୁବୁଦ୍ଧି ଜ୍ଞାନ ।
ପଞ୍ଚଭୂତ ମିଶି ଶରୀର ହୋଇଛି
ସଙ୍ଗେ ପୁଣି ପାଞ୍ଚ ମନ,
ଷଡରିପୁ ସାଥେ ପାଞ୍ଚଟି ଇନ୍ଦ୍ରିୟ
ଖଞ୍ଜିଛନ୍ତି ଭଗବାନ ।
ବାୟୁ , ଜଳ , ତେଜ , ଆକାଶ , ପୃଥିବୀ
ପଞ୍ଚଭୂତ ବୋଲି ଜାଣ,
ଆମନ , ବିମନ , ସୁମନ , କୁମନ
ମନ 'ପଞ୍ଚମନ' ଶୁଣ ।
କାମ , କ୍ରୋଧ , ଲୋଭ , ମୋହ , ମାୟା , ହିଂସା
ଷଡରିପୁ ଅଟେ ଏଇ,
ଚକ୍ଷୁ , ନାଶା , ଜିହ୍ବା , କର୍ଣ୍ଣ , ଚର୍ମ ଘଟେ
ପଞ୍ଚ ଇନ୍ଦ୍ରିୟ ଅଟଇ ।
ମନ , ଇନ୍ଦ୍ରିୟ ଓ ଷଡରିପୁ ତୁମେ
ବଶ କରିଥିଲେ ଯାଇ,
ସ୍ନେହ , ପ୍ରେମ , ଶ୍ରଦ୍ଧା , ଭକ୍ତି , ଦାନ , ଜ୍ଞାନ
ହୃଦେ ଜାଗ୍ରତ ହୁଅଇ ।
ସତ୍ୟ , ଶାନ୍ତି , ଦୟା , କ୍ଷମାର ପଥରେ
ହୋଇ ପାରିଲେ ବାଟଇ ,
ତୃଟି ନ ହୁଅଇ ପାପ ନ ଲାଗଇ
ବେଦ ଓ ଶାସ୍ତ୍ର କହଇ ।
ସଂସାର ଜଞ୍ଜାଳେ ସାଂସାରିକ ହୋଇ
ପ୍ରଭୁ ପାଦେ ଲୟ ଦେଇ,
କର୍ମ କରୁଥିଲେ ବିଭୁ କୃପା ବଳେ
ଜୀବକୁ ପୁଣ୍ୟ ମିଳଇ ।
ଦୀନ ହୀନ ଜନ ଅକ୍ଷୟ ବଚନ
ସାଧୁ ନ ଧରିବ ଦୋଷ,
ଧର୍ମର ପଥରେ ବାଟ ଚାଲିବାକୁ
ସ୍ନେହରେ ଦିଅ ଆଶିଷ ।
କେନ୍ଦୁଡ଼ିହା - ବଡ଼ସାହି - ମୟୁରଭଞ୍ଜ
ବାର୍ତ୍ତାଳାପ - ୯୩୪୮୮୧୯୯୧୭
ଜୟ ସାହିତ୍ୟ, ଜୟ ସମାଜ
ଏଇ ତ ଜୀବନ ଆୟୁ ସ୍ବଳ୍ପ ଦିନ
ଦିନେ ହୋଇଯିବ ଶେଷ,
କେହି ନୁହେଁ କା'ର ମିଥ୍ୟା ଏ ସଂସାର
କାହୁଁ ଆସିବ ସନ୍ତୋଷ ।
ପିତା ମାତା ପ୍ରେମେ ଗଢା ଏ ଶରୀର
ମାତୃ ଗର୍ଭେ ପାଇ ସ୍ଥାନ,
ସଂସାର ସୃଷ୍ଟିରେ ସୃଷ୍ଟି କର୍ତ୍ତା ପ୍ରଭୁ
କରିଲେ ଜୀବନ ଦାନ ।
ଜୀବନ ରୂପରେ ଆତ୍ମା ସଙ୍ଗେ ଅଛି
ବାସ ଯହିଁ ନାରାୟଣ,
ଯୋଡି ଦେଇଛନ୍ତି ହୃଦୟ ତା' ସଙ୍ଗେ
ବିବେକ ସୁବୁଦ୍ଧି ଜ୍ଞାନ ।
ପଞ୍ଚଭୂତ ମିଶି ଶରୀର ହୋଇଛି
ସଙ୍ଗେ ପୁଣି ପାଞ୍ଚ ମନ,
ଷଡରିପୁ ସାଥେ ପାଞ୍ଚଟି ଇନ୍ଦ୍ରିୟ
ଖଞ୍ଜିଛନ୍ତି ଭଗବାନ ।
ବାୟୁ , ଜଳ , ତେଜ , ଆକାଶ , ପୃଥିବୀ
ପଞ୍ଚଭୂତ ବୋଲି ଜାଣ,
ଆମନ , ବିମନ , ସୁମନ , କୁମନ
ମନ 'ପଞ୍ଚମନ' ଶୁଣ ।
କାମ , କ୍ରୋଧ , ଲୋଭ , ମୋହ , ମାୟା , ହିଂସା
ଷଡରିପୁ ଅଟେ ଏଇ,
ଚକ୍ଷୁ , ନାଶା , ଜିହ୍ବା , କର୍ଣ୍ଣ , ଚର୍ମ ଘଟେ
ପଞ୍ଚ ଇନ୍ଦ୍ରିୟ ଅଟଇ ।
ମନ , ଇନ୍ଦ୍ରିୟ ଓ ଷଡରିପୁ ତୁମେ
ବଶ କରିଥିଲେ ଯାଇ,
ସ୍ନେହ , ପ୍ରେମ , ଶ୍ରଦ୍ଧା , ଭକ୍ତି , ଦାନ , ଜ୍ଞାନ
ହୃଦେ ଜାଗ୍ରତ ହୁଅଇ ।
ସତ୍ୟ , ଶାନ୍ତି , ଦୟା , କ୍ଷମାର ପଥରେ
ହୋଇ ପାରିଲେ ବାଟଇ ,
ତୃଟି ନ ହୁଅଇ ପାପ ନ ଲାଗଇ
ବେଦ ଓ ଶାସ୍ତ୍ର କହଇ ।
ସଂସାର ଜଞ୍ଜାଳେ ସାଂସାରିକ ହୋଇ
ପ୍ରଭୁ ପାଦେ ଲୟ ଦେଇ,
କର୍ମ କରୁଥିଲେ ବିଭୁ କୃପା ବଳେ
ଜୀବକୁ ପୁଣ୍ୟ ମିଳଇ ।
ଦୀନ ହୀନ ଜନ ଅକ୍ଷୟ ବଚନ
ସାଧୁ ନ ଧରିବ ଦୋଷ,
ଧର୍ମର ପଥରେ ବାଟ ଚାଲିବାକୁ
ସ୍ନେହରେ ଦିଅ ଆଶିଷ ।
କେନ୍ଦୁଡ଼ିହା - ବଡ଼ସାହି - ମୟୁରଭଞ୍ଜ
ବାର୍ତ୍ତାଳାପ - ୯୩୪୮୮୧୯୯୧୭
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।