ସହଦେବ ବେହେରା (ଶିକ୍ଷକ)............... ..... 🍀.................... 🍀 .................
(ବିଶ୍ବର ଏହି ବିପର୍ଯ୍ୟୟ ସମୟରେ ଆମକୁ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ରଖି ମୋ' ଦେଶ ଓ ବିଶ୍ବବାସୀ ଉଦ୍ଦେଶ୍ୟରେ ଏହି କବିତାଟି ଉତ୍ସର୍ଗ କରିବା ହେଉଛି ।)
............... ..... 🍀.................... 🍀 .................
ଆଉ ପାରିଲିନି ମନକୁ ସମ୍ଭାଳି
ଲେଖୁଛି ଆଜି ଏ କବିତା
କରୋନା ପାଇଁକି ସଚେତନ ହେବା
ସେଥିପାଇଁ ଏହି ବାରତା ll ୧
ଅଖାଦ୍ୟ ଭକ୍ଷିଲେ ଓହାନର ଲୋକ
ଜୀବଜନ୍ତୁ କୀଟପତଙ୍ଗ
ପଶୁ ବଧ କରି ନୃଶଂସ ହୋଇଲେ
ଭୋଜନ କରି କଞ୍ଚା ଅଙ୍ଗ ll ୨
ବିସ୍ତାରିଣ କାୟା ବିଶ୍ବକୁ କରୋନା
ଭୟଙ୍କର ହୋଇ ଗ୍ରାସୁଛି
କେତେ ଦେଶବାସୀ ଜୀବନ ନେଲାଣି
ତା' ମୃତ୍ୟୁମୁଖକୁ ଟାଣୁଛି ll ୩
ଦେଶବାସୀ ଆମେ ବେଳଥାଉ ଯଦି
ସତର୍କତା ପଥ ଧରିବା
ସେ ମହାମାରୀର ଭୟଙ୍କାରିତାରୁ
ବିଶ୍ବକୁ ଉଦ୍ଧାର କରିବା ll ୪
ବାର ବାର ହାତ ସାନିଟାଇଜରେ
ମନେ କରି ସଦା ଧୋଇବା
ଜନ ସମାଗମ ଗହଳି ସ୍ଥାନଠୁ
ନିଜକୁ ଦୂରେଇ ରଖିବା ll ୫
ବାହାର ଦରବ ଛୁଇଁବାକୁ ମନା
ଗୁଜବଠୁ ଦୂରେ ରହିବା
ଆଖି କାନ ନାକ ଘୋଡାଇ ରଖିବାହାତରେ କେବେ ନ ଛୁଇଁବା ll ୬
ମୁଖେ ମୁଖା ପିନ୍ଧି ଦୂରତା ରଖିବା
ସାଙ୍ଗସାଥି ହେଉ ଯେ' କେହି
ଯାନବାହନରେ ରହିବା ଦୂରେଇ
ଯଦି ଅପରିଚିତ ସେହି ll ୭
କାଶ ଛିଙ୍କ ଥଣ୍ଡା ଜ୍ଵର ନ କମିଲେ
ଡାକ୍ତରଖାନାକୁ ଧାଇଁବା
ପରୀକ୍ଷା ନିରୀକ୍ଷା ପ୍ରତିଷେଧ ଯାହା
ମାନି ତାକୁ ଆମେ ଚଳିବା ll ୮
ହେଉ ଗୁରୁଜନ ବାଳୁତ ଅବା ସେ
ଧ୍ୟାନ ସରବଦା ରଖିବା
କରୋନା ଯେପରି ସଂକ୍ରମ ନ କରେ
ଧୈର୍ଯ୍ୟେ ମୁକାବିଲା କରିବା ll ୯
ବିଦେଶକୁ ଯିବା ମନ ନ କରିବା
ନବୁଲି ଦେଶେ ଏଣେତେଣେ
ସତର୍କ ସୂଚନା ମାନି ଯେ ଚଳିବା
ସହଦେବ ଏହା ବଖାଣେ ll ୧୦
............. . ................
ମଙ୍ଗରାଜପୁର ,ହାଟଡ଼ିହି , ଆନନ୍ଦପୁର , କେନ୍ଦୁଝର
ମୋ- ୯୪୩୮୨୦୦୮୭୦
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।