ଦ୍ବିଲ୍ଲୀପ କୁମାର ନନ୍ଦୀ
କିଏ ତୁମେ ସ୍ରଷ୍ଟା କେଉଁଠୁ ପାଇଲ
ଏହି ଅମୂଲ୍ଯ ସମ୍ପତ୍ତି
ତୁମେ ତା'ର ଅବା ସିଏକି ତୁମର
କିଏ ବା କାହାର ସୃଷ୍ଟି ।।
ତୁମେ ଯେ ସ୍ରଷ୍ଟା ଚିର ନମସ୍ୟ
ତା'ଠୁଁ ତୁମର ସୃଷ୍ଟି
ଯେଉଁ ସୃଷ୍ଟିରେ ଭରି ରହିଅଛି
ମଧୁର ଅମୃତ ଶୃତି ।।
ନାହିଁ ଦୈର୍ଘ୍ୟ ପ୍ରସ୍ଥ ଆକାର କି ସ୍ଥିତି
ନାହିଁ ତହିଁରେ କଟୁକ୍ତି
କେମିତି ହେ' ସ୍ରଷ୍ଟା ଗଢ଼ିଲ କେଜାଣି
କେତେ କାଳ ଏହି ସୃଷ୍ଟି।।
ଏକଇ ଅକ୍ଷର ଏକଇ ଶବଦ
ନାହିଁ ତା'ର ପଟ୍ଟାନ୍ତର
ଯେଉଁ ଶବ୍ଦେ ପର ହୁଏ ଯେ ନିଜର
ଆହାଃକି ମଧୁର ସୂର ।।
ସାରା ଦୁନିଆର ମମତାରେ ଭରା
ଏମିତି ସେ ଏକ ନାଆଁ
ଦୁଃଖ ଶୋକ ଗ୍ଲାନି ଦୂରେ ଚାଲିଯାଏ
ଥରେ ଡାକିଦେଲେ ମା '।।
ମା' ଠୁଁ ମଧୁର ଅଛି କି ସୃଷ୍ଟିରେ
କେ କଳିବ ତା' ଗଭୀର
ଏମିତି ଶବ୍ଦ ସେ ଏମିତି ଅକ୍ଷର
ନାହିଁ ର ପଟ୍ଟାନ୍ତର।।
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଭବାନୀପାଟଣା - କଳାହାଣ୍ଡି
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ସାହିତ୍ୟ, ଜୟ ସମାଜ
କିଏ ତୁମେ ସ୍ରଷ୍ଟା କେଉଁଠୁ ପାଇଲ
ଏହି ଅମୂଲ୍ଯ ସମ୍ପତ୍ତି
ତୁମେ ତା'ର ଅବା ସିଏକି ତୁମର
କିଏ ବା କାହାର ସୃଷ୍ଟି ।।
ତୁମେ ଯେ ସ୍ରଷ୍ଟା ଚିର ନମସ୍ୟ
ତା'ଠୁଁ ତୁମର ସୃଷ୍ଟି
ଯେଉଁ ସୃଷ୍ଟିରେ ଭରି ରହିଅଛି
ମଧୁର ଅମୃତ ଶୃତି ।।
ନାହିଁ ଦୈର୍ଘ୍ୟ ପ୍ରସ୍ଥ ଆକାର କି ସ୍ଥିତି
ନାହିଁ ତହିଁରେ କଟୁକ୍ତି
କେମିତି ହେ' ସ୍ରଷ୍ଟା ଗଢ଼ିଲ କେଜାଣି
କେତେ କାଳ ଏହି ସୃଷ୍ଟି।।
ଏକଇ ଅକ୍ଷର ଏକଇ ଶବଦ
ନାହିଁ ତା'ର ପଟ୍ଟାନ୍ତର
ଯେଉଁ ଶବ୍ଦେ ପର ହୁଏ ଯେ ନିଜର
ଆହାଃକି ମଧୁର ସୂର ।।
ସାରା ଦୁନିଆର ମମତାରେ ଭରା
ଏମିତି ସେ ଏକ ନାଆଁ
ଦୁଃଖ ଶୋକ ଗ୍ଲାନି ଦୂରେ ଚାଲିଯାଏ
ଥରେ ଡାକିଦେଲେ ମା '।।
ମା' ଠୁଁ ମଧୁର ଅଛି କି ସୃଷ୍ଟିରେ
କେ କଳିବ ତା' ଗଭୀର
ଏମିତି ଶବ୍ଦ ସେ ଏମିତି ଅକ୍ଷର
ନାହିଁ ର ପଟ୍ଟାନ୍ତର।।
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଭବାନୀପାଟଣା - କଳାହାଣ୍ଡି
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।