ପଦ୍ମାଳୟା ମିଶ୍ର
ପରମ୍ପରାକୁ ଭୁଲି ଯାଇଥିଲୁ ବାବୁ
ହାଏଫାଏ କରୁଥିଲୁ
ଦଇବ ଦଉଡି ଏମିତିକା ମୋଡି
ମହାମନ୍ତ୍ର ଜପକଲୁ।
ସନାତନ ଧର୍ମ ଶ୍ରେଷ୍ଠ ବୋଲି ଏବେ
ଦୁନିଆ ଗଲା ତ ମାନି
ତୁ ଏକା ସାଇବ ବୋଲାଇବା ଲାଗି
ସଂସ୍କୃତିକୁ ଦେଉ ହାଣି।

କୋରନା କହୁଛି କରନା ଭୁଲ୍ ତୁ
ନମସ୍କାର ମୁଣ୍ଡିଆ ହେ
ରୋଗ ଛୁଇଁବନି ଯମ ତ ନେବନି
ଅକାଳେ ମୃତ୍ୟୁ ନ ଛୁଏଁ।
ପୂର୍ବ ଗଉରବ ପୂର୍ବ ବଇବଭ
ଆମ ପାଇଁ ତ ସମ୍ପଦ
କୋରୋନା ଶିଖାଇ ଦେଲା ତ ଜଗାଇ
ଟଳିବ ସବୁ ବିପଦ ।।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।