ଦେବଯାନୀ ଦାସ
ଏଥରର ପ୍ରତିଯୋଗିତା ଓ ପ୍ରତିଯୋଗୀ ଉଦ୍ଦେଶ୍ଯରେ :
ଏଥର ପ୍ରତିଯୋଗିତା ଥିଲା ରମ୍ଯରଚନା "ନଖୀ ନାନୀ ପୁଅ ଭଗିଆ" । ଏ ଥିମ୍ ସମ୍ପୂର୍ଣ୍ଣ ପ୍ରତୀକାତ୍ମକ । ଏହାର ସିଧାସଳଖ ଅର୍ଥ ନାହିଁ ଯେହେତୁ ଏହା ଏକ ରୁଢ଼ିର ନାମ । ଏହାକୁ ବୁଝି ସେଇ ପ୍ରତୀକାତ୍ମକ ଅର୍ଥ ରଖି ରମ୍ୟରଚନା କରିବା ହିଁ ଥିଲା ପ୍ରତିଯୋଗିତାର ଉଦ୍ଦେଶ୍ୟ ।
ମାତ୍ର ଏଥର ପ୍ରତିଯୋଗୀ ମାତ୍ର ଚାରିଜଣ । ସେଥି ମଧ୍ୟରୁ ଦିଆଯାଇଥିବା ଥିମ୍କୁ ଠିକ୍ ଭାବେ ଉପସ୍ଥାପନ କରିବାରେ ଯାହା ଯେତିକି ସମର୍ଥ ହୋଇଛନ୍ତି ଯିଏ ସେଇ ଜଣଙ୍କୁ ଆମେ ନିର୍ବାଚିତ କରିଛୁ ।
ସାହିତ୍ଯରେ ପ୍ରବନ୍ଧ , ଗଳ୍ପ , କବିତା ଭଳି ରମ୍ଯ ଏକ ବିଭାଗ ସେଥିପାଇଁ ଉଦୟ ଭାନୁ ତରଫରୁ ହେଉଥିବା ପ୍ରତିଯୋଗିତାରେ ସେ ବିଭାଗଟିକୁ ମଧ୍ୟ ଦେବାକୁ ଆମେ ଇଚ୍ଛା କରି ଆସୁଥିଲୁ । creativityର ଏହା ମଧ୍ୟ ଏକ ଅଂଶ । କିନ୍ତୁ ଜଣା ପଡୁଛି ସାମ୍ପ୍ରତିକ ସ୍ଥିତିରେ ରମ୍ଯ ଅଦୃଶ୍ୟ । ଏ ବିଭାଗଟିକୁ ପ୍ରତିଯୋଗିତାରେ ଆଉ ସାମିଲ ନ କରିବାର ନିଷ୍ପତ୍ତି ନିଆଯାଇପାରେ ।
ବିଜେତାଙ୍କୁ ହୃଦୟର ସହ ଧନ୍ଯବାଦ । ଯାହାହେଉ ସାହିତ୍ଯରେ ଅଭାବୀ ରମ୍ଯ ମଧ୍ଯରେ ସେ ରମ୍ଯର ସ୍ଥିତି ଧରିଥିବାର ପ୍ରୟାସ କରି ସଫଳ ହୋଇଛନ୍ତି । ଅନ୍ଯ ସମସ୍ତଙ୍କୁ ଶୁଭକାମନା ; ସମସ୍ତେ ସୁସ୍ଥ ଓ ନିରାପଦ ଥାଆନ୍ତୁ ।
ଦେବଯାନୀ ଦାସ
ବିଚାରକ - ଉଦୟ ଭାନୁ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।