ଦେବଯାନୀ ଦାସ
ଥିମ୍ 'ବର୍ଷା' କୁ ନେଇ ଏଥର ଗଳ୍ପ ପ୍ରତିଯୋଗିତାରେ ଯେଉଁ ଗଳ୍ପ ସବୁ ଆସିଥିଲା ସେ ମଧ୍ୟରୁ ଅନେକଙ୍କ ପ୍ରୟାସ ଅଭିନନ୍ଦନୀୟ। କେତେଟି ଗଳ୍ପ ସମାନ୍ତର ମାନ୍ୟତା ରଖୁଥିଲେ। ଏଥି ମଧ୍ୟରୁ ଶୁଭ୍ରଜିତା ଶୁଭଦର୍ଶିନୀଙ୍କର ଗଳ୍ପ "ଶ୍ରାବଣର ଧାରା"କୁ ଶ୍ରେଷ୍ଠ ଗଳ୍ପ ରୂପେ ନିର୍ବାଚିତ କରିଛୁ। ଗଳ୍ପଟିର ବିଷୟବସ୍ତୁ , ଲେଖାର ଶୈଳୀ, ଓ ଗତିଶୀଳତା ବେଶ୍ ଭଲ। ଅଭିନନ୍ଦନ ଶୁଭ୍ରଜିତା ଶୁଭଦର୍ଶିନୀ।
ଏବେ ଗୋଟିଏ କଥା ଉଲ୍ଲେଖ ନ କଲେ ବୈଚାରିକ ଧାରା ଅସମାପ୍ତ ହେବ। ଆସିଥିବା ଗଳ୍ପ ମାନଙ୍କ ମଧ୍ୟରୁ "ବର୍ଷା, ମୌସୁମୀ, ଆକାଶ" ଏକ ଉଦ୍ଧାର ଆଣିଥିବା ଗଳ୍ପ। ଏ ଗଳ୍ପଟିର ଲେଖକ Guyde Maupassant , ଗଳ୍ପଟିର ନାମ "The necklace"। ଏ ଗଳ୍ପଟି ନବମ ଶ୍ରେଣୀରେ ୯୮ ବ୍ୟାଚରେ ପଢା ହେଉଥିଲା ଏବଂ +୩ରେ ୨୦୦୧ ରୁ ୨୦୧୦ ପର୍ଯ୍ୟନ୍ତ ଇଂରାଜୀ ବହିରେ ଥାଇ ପିଲାମାନେ ପଢୁଥିଲେ। ବର୍ଷାକୁ ନେଇ ଦୁଇ ଚାରୋଟି ଶଦ୍ଦ ଏଥିରେ ଯୋଡ଼ି ଲେଖକ ଚତୁରତାର ପରିଚୟ ଦେଇଛନ୍ତି। ତେଣୁ ଏ ଗଳ୍ପଟିକୁ ଆମେ ବିଚାରର ପରିସରଭୁକ୍ତ କଲୁ ନାହିଁ।
ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ସାରସ୍ବତ ସାଧକଙ୍କୁ ଅନୁରୋଧ ଦୟାକରି କାହାରି ଲେଖାକୁ କପି କରନ୍ତୁ ନାହିଁ। ମୌଳିକ ଲେଖା ଲେଖିବାକୁ ଚେଷ୍ଟା କରନ୍ତୁ। କାହାରି ଲେଖା କପି କରି ନିଜ ନାମ ଦେବା ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ନୁହେଁ, ବରଂ ଅପମାନ। ଏଥିପ୍ରତି ସଚେତନ ରୁହନ୍ତୁ ନଚେତ୍ ଆପଣଙ୍କ ପ୍ରୟାସ ବୃଥା ପ୍ରତିପାଦିତ ହେବ।
ସମସ୍ତ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ। ଲେଖନୀ ସମୃଦ୍ଧ ଓ ଶାଣିତ ହେଉ। ସମସ୍ତେ ସୁସ୍ଥ ଓ ନିରାପଦ ଥାଆ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।