ଡକ୍ଟର ଲକ୍ଷ୍ମଣ ସାହୁ
ଉଦୟ ଭାନୁର ବ୍ଯଙ୍ଗକବିତା ରଚନା ପ୍ରତିଯେଗିତାରେ ଆସିଥିବା ସମସ୍ତ ଆଲେଖ୍ଯ ହୃଦୟଗ୍ରାହୀ ;। କିନ୍ତୁ ବିଷୟକୁ ମେଳ ଖାଇଲା ପରି ଲେଖା ପ୍ରାୟ କମ୍ ଆସିଥିଲା । ଥିମ୍ ଥିଲା - "ସାମ୍ପ୍ରତିକ ପରିସ୍ଥିତିରେ ରାଜନେତାଙ୍କୁ ଭିତ୍ତି କରି ବ୍ଯଙ୍ଗକବିତା ରଚନା" , କିନ୍ତୁ ପ୍ରାୟ ସମସ୍ତ ଲେଖା ବଳିଷ୍ଠ ଥିଲେ ବି ବ୍ଯଙ୍ଗ ଅଭାବ । ଯେଉଁ କେତୋଟି ଲେଖା ହାତଗଣତିରେ ବ୍ଯଙ୍ଗକବିତା ଭାବେ ଥିଲା ତାହା ଏତେ ଆକୃଷ୍ଟ କରିପାରି ନଥିଲା ଆମମାନଙ୍କୁ । ସେଥିରୁ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ "ଜୟ ଜୟ ଜୟ ନେତା ହେ'" ଏବଂ ଜ୍ଯୋତ୍ସ୍ନା ସିଂହଙ୍କ ଆଲେଖ୍ଯ - "ସାମ୍ପ୍ରତିକ ରାଜନୀତି" କିଛି ପରିମାଣରେ ଆକୃଷ୍ଟ କରିପାରିଲା । ଜ୍ଯୋତ୍ସ୍ନା ସିଂହଙ୍କ ଲେଖା ବ୍ଯଙ୍ଗର ସାମାନ୍ୟ ଝଲକ ଥିଲା ହେଲେ ରାଜନୀତି ପାଇଁ ଏକ ସୁନ୍ଦର ଆଲେଖ୍ଯ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ ଶାଣିତ ବ୍ଯଙ୍ଗ ପ୍ରହାର ଆଜିର କୂଟନୈତିକ ରାଜନୀତିର ପ୍ରକୃତ ପ୍ରମାଣ ଦେଉଥିଲା । ତେଣୁ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।
ଆଜିକାର ରାଜନୀତି ରଣନୀତି ସଦୃଶ , ସେଇ ରଣନୀତିରେ ବଳି ପଡ଼ିଯା'ନ୍ତି ସାଧାରଣ ଜନତା । ରାଜନେତାଙ୍କ କଥା ପାଣିର ଗାର , ନିର୍ବାଚନ ବେଳର କଥା ସିଂହାସନ ଗାଦି ଚଢ଼ା ପରେ ସଂହାର । ମାଛ ତେଲରେ ମାଛ ଭାଜି ବାଃ ବାଃ ପ୍ରଶଂସା , ଅର୍ଥ ପିପାସୁ ସର୍ବଦା । ଏସବୁର ନିଚ୍ଛକ ଚିତ୍ରଣ ପ୍ରତ୍ଯେକ ଲେଖାର ଶିରିପା ଥିବା ବେଳେ ବିଜୟ ତିଳକ ମଣ୍ଡିତ ଆଲେଖ୍ଯ ଦୁଇଟି କିନ୍ତୁ ବେଶ୍ ଦାଢୁଆ । ସବୁ ଦୃଷ୍ଟିରୁ ଉଭୟଙ୍କୁ ବିଜେତା ଘୋଷଣା କରାଯାଇଛି
ଓଡ଼ିଆ ଭାଷା ସାହିତ୍ଯ ବିଭାଗ ମୁଖ୍ୟ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ-୪
ଦୂରଭାଷ- ୯୪୩୭୭୪୦୨୮୦
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।