ଡକ୍ଟର ଲକ୍ଷ୍ମଣ ସାହୁ
ଉଦୟ ଭାନୁ ସାହିତ୍ୟ ସଂସଦ ସଂଗୋଷ୍ଠୀର ରମ୍ଯରଚନା ପ୍ରତିଯୋଗିତା "ସାରୁ ଭିତରେ ମାରୁ"ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା । ଏଥରର ପ୍ରତିଯୋଗିତାକୁ ନିରସ କି ସରସ କୁହାଯିବନି । ଲେଖା ଗୁଡ଼ିକ ବେଶ୍ ମାର୍ଜିତ ଥିଲା , କିନ୍ତୁ ସୂଚନା ମୁତାବକ ଲେଖାର ଅଭାବତ୍ବ ପରିଲକ୍ଷିତ ହେଉଥିଲା । ଦିଆଯାଇଥିବା ବିଷୟବସ୍ତୁ ଅନୁଯାୟୀ ଲେଖା କିଛି ମିଳି ପାରିନାହିଁ । ଯାହା ବି ଲେଖା ଆସିଥିଲା ସେସବୁ ଥିଲା ରମ୍ଯ ଗଳ୍ପ , ରମ୍ଯରଚନା ମୂଳକ ଲଳିତ ପ୍ରବନ୍ଧ ନୁହେଁ । ଅନ୍ଯର୍ଥରେ କହିବାକୁ ଗଲେ ଏସବୁ ହାସ୍ଯରସାତ୍ମକ କାହାଣୀ । ପ୍ରକୃତ ରମ୍ଯରଚନା ବିଷୟରେ ପ୍ରତିଯୋଗୀ ମାନେ ବୋଧହୁଏ ଅବଗତ ନାହାନ୍ତି । ଆଗରୁ ବୈଚାରିକ ଧାରାରେ କହିଥିଲି ରମ୍ଯରଚନା ବିଷୟରେ । ସାମାଜିକ ବାର୍ତ୍ତା , ମୃଦୁମନ୍ଦ ହାସ୍ୟ ଓ କଟାକ୍ଷରେ ପରିପୂର୍ଣ୍ଣ ଆଲେଖ୍ଯ ହିଁ ରମ୍ଯରଚନା , ଯାହା ଗପ ଓ ନିବନ୍ଧର ପ୍ରତୀକାତ୍ମକ ।
'ସାରୁ' ଏକ ପ୍ରତୀକାତ୍ମକ ଶବ୍ଦ, ଓଡ଼ିଆ ରୁଢ଼ିଟିଏ । 'ସାରୁ'କୁ ପ୍ରତୀକାତ୍ମକ ଭାବରେ ନେଇ ରଚନା କରିବା ଦରକାର । ଏଥର ଏହାକୁ ଆମେ ରମ୍ଯ ଗଳ୍ପ ଓ ହାସ୍ୟରସାତ୍ମକ ଆଲେଖ୍ଯ ଭାବରେ ବିବେଚନା କରି ବିଚାର ପୂର୍ବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ ବିଜେତା ଘୋଷଣା କରିଛୁ ।
ଖୁବ୍ କମ୍ ଲେଖା ଉପସ୍ଥାପନ ହୋଇଛି । ପ୍ରତିଯୋଗିତା ଅନେକ ଗୁଡ଼ିଏ ଲେଖାର ସମାହାରରେ ହେଲେ ପ୍ରତିଯୋଗିତା ପରି ଲାଗେ । ଗୋଟିଏ-ଦୁଇଟି କି ପାଞ୍ଚଟି ଲେଖାରେ ପ୍ରତିଯୋଗିତା କରି ଫଳାଫଳ ଘୋଷଣା କରିବା ହାସ୍ଯାସ୍ପଦ । ଜଣେ ପ୍ରତିଯୋଗୀ ବାରମ୍ବାର ବିଜେତା ହେବା ସାହିତ୍ଯ ପାଇଁ ଏକ କ୍ରୀଡ଼ା ସଦୃଶ । ନୂଆ କିଛି ପ୍ରତିଭାଧାରି ପ୍ରତିଯୋଗୀ ଅଂଶଗ୍ରହଣ କଲେ ତାହା ପ୍ରତିଯୋଗିତା ଭଳି ଲାଗନ୍ତା ଓ ଉତ୍ସାହ ବଢନ୍ତା । ପରିବାରର ନିୟମ ଅନୁସାରେ ଜଣେ ପ୍ରତିଯୋଗୀ ଥରେ ବିଜେତା ହେବା ପରେ ଦୁଇମାସ ପର୍ଯ୍ଯନ୍ତ ପୁନରାୟ ବିଜେତା ହେବାର ପ୍ରତୀକ୍ଷା କରିବାକୁ ହେବ । ନୂଆ କେହି ସେଭଳି କିମ୍ୱା ସମସାମୟିକ ଲେଖା ଲେଖିଥିବା ପ୍ରତିଯୋଗୀଙ୍କୁ ଦିଆଯିବ । କିନ୍ତୁ ବିଜେତା ଅଂଶଗ୍ରହଣ କରିପାରିବେ ଏବଂ ବିଚାରକ ମଣ୍ଡଳୀ ସଂଙ୍ଘକୁ ତାଙ୍କ ଲେଖା ଆସିବ ।
ସ୍ମିତା ମହାନ୍ତି , ପଦ୍ମାଳୟା ମିଶ୍ର , ନିବେଦିତା ମହାପାତ୍ର , ପ୍ରିୟଦର୍ଶିନୀ ସାମନ୍ତରାୟ , ଅନୁପମା ଦାସ , ଜ୍ଯୋତ୍ସ୍ନା ସିଂହ , ଗୀତାଞ୍ଜଳୀ ପୃଷ୍ଟି , ପ୍ରତାପ କିଶୋର ରାଉତ , ପ୍ରତାପ ଚନ୍ଦ୍ର ମିଶ୍ର ଏ ସଂଖ୍ଯାରେ ଥିଲେ ପ୍ରତିଯୋଗୀ । ସମସ୍ତଙ୍କର ଲେଖା ଏକପ୍ରକାର ହାସ୍ୟରସାତ୍ମକ ଆଲେଖ୍ଯ ଥିଲା । ସମ୍ଯକ ରମ୍ଯ ରଚିତ ଜ୍ଯୋତ୍ସ୍ନା ସିଂହ , ପ୍ରିୟଦର୍ଶିନୀ ସାମନ୍ତରାୟ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖାରେ ଦେଖିବାକୁ ମିଳେ । କିନ୍ତୁ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖା ଏକ ନିଆରା ଭିତ୍ତିଭୂମି ଉପରେ ପର୍ଯ୍ଯବେସିତ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଲେଖା ହୃଦୟସ୍ପର୍ଶୀ ହେଲେ ବି ରମ୍ଯରଚନା ଭାବରେ ଏତେଟା ଗ୍ରହଣୀୟ ନୁହେଁ । ଜ୍ଯୋତ୍ସ୍ନା ସିଂହଙ୍କ ଅନୁଭୂତିର ଆଲେଖ୍ଯ ମୃଦୁ କଟାକ୍ଷରେ ପୂର୍ଣ୍ଣ । ଯଥାର୍ଥ ରମ୍ୟ ରଚନାର ଭାବାର୍ଥ ଖୁବ ସୁନ୍ଦର ଭାବରେ ସେ ଉପସ୍ଥାପିତ କରି ସା଼ଂପ୍ରତିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ବାସ୍ତବତାକୁ ଚିତ୍ରଣ କରିବାରେ ସଫଳ ହୋଇଛନ୍ତି । ନିବେଦିତା ମହାପାତ୍ରଙ୍କ ଲେଖା ରମ୍ଯରଚନାର ସମ୍ଯକ ରୂପ ନେଇଥିଲେ ବି ସେ ଉଦୟ ଭାନୁର କାର୍ଯ୍ଯକାରିଣୀ ସଦସ୍ଯା ଭାବରେ ଏକ ଆସନରେ ଅଳଂକୃତ । ତେଣୁ ତାଙ୍କୁ ଦେବା ନିୟମ ବହିର୍ଭୁତ । ନିଜ ପରିବାରରୁ ନିଜେ ସମ୍ମାନୀତ ହେବା ପରି ମନେ ହେବ । ତେଣୁ ସବୁ ଦିଗରୁ ଚିନ୍ତା କରି ଆମେ ବିଜେତା ଘୋଷଣା କରିଛୁ ।
ଏଥର ବିଚାର କରିବା ଜଟିଳ ଥିଲା । ପ୍ରକୃତରେ ଲେଖାର ଅଭାବ ଥିବାରୁ ଏପରି ଅବସ୍ଥା । ଆଶା କରେ ଆଗକୁ ପ୍ରତିଯୋଗୀ ବିଷୟଟି ଭଲଭାବରେ ବୁଝି ଉପସ୍ଥାପନ କରିବା ହେବେ । କିଛି ନୂଆ ମୁହଁ ଯଦି ଅଂଶଗ୍ରହଣ କରନ୍ତେ ତେବେ ଆମ ପରିବାରର ପ୍ରତିଯୋଗିତାଟି ବେଶ୍ ସମୃଦ୍ଧଶୀଳ ହୋଇପାରନ୍ତା । ଆଗକୁ ଆମେ ରମ୍ଯରଚନା ବିଭାଗଟିକୁ ଭିନ୍ନ ଢ଼ଙ୍ଗରେ ରମ୍ୟମୂଳକ କାହାଣୀ ଭାବେ ସଂରକ୍ଷଣ କରିବାକୁ ବଦ୍ଧପରିକର । କାରଣ ରମ୍ଯରଚନାର ସମ୍ବନ୍ଧରେ ଯେଉଁ ସୂଚନା ଦିଆଯାଇଥିଲା , ବୋଧହୁଏ ମୋର ବୁଝାଇବାରେ ତ୍ରୁଟି ବା ମୋ ଅପାରଗ ଦୃଷ୍ଟିରୁ ତାହା କୈାଣସି ପ୍ରତିଯୋଗୀଙ୍କ ହୃଦୟକୁ ସ୍ପର୍ଶ କରିପାରି ନାହିଁ, ସେଥିପାଇଁ ଦୁଃଖିତ । ତଥାପି ଆଶାବାଦୀ, ଚଳିତ ଘଟଣାକୁ ନେଇ ରମ୍ଯମୂଳକ ଲଳିତ କ୍ଷୁଦ୍ର ପ୍ରବନ୍ଧ ଆକାରରେ ଲେଖିବାକୁ ପ୍ରୟାସ ଜାରି ରଖନ୍ତୁ । ପ୍ରତିଯୋଗୀଙ୍କିଯୋଗୀ ମନୋଭାବ ରଖି ଆଗାମୀ ଗଳ୍ପ ବିଭାଗ ପାଇଁ ଲେଖା ପ୍ରସ୍ତୁତିରେ ଲାଗି ପଡ଼ନ୍ତୁ । ସାରସ୍ବତ ସରଣୀ ପରିବୃଦ୍ଧିଲ ଲକ୍ଷ୍ୟ ରଖି ଓଡ଼ିଆ ଭାଷା ସାହିତ୍ଯର ସମୃଦ୍ଧି ପାଇଁ ପ୍ରଚେଷ୍ଟିତ ହେବାକୁ ଉଦୟ ଭାନୁର ଅନୁରୋଧ । ସମସ୍ତଙ୍କୁ ସାଧୁବାଦ ।
" ତାରା ନିଳୟ "
ପ୍ଳଟ ନଂ - ୮୫୪/ ଏ , ଚାଚରା ଶବରସାହି
ମୁକୁନ୍ଦ ପ୍ରସାଦ , ଖୋର୍ଦ୍ଧା :୭୫୩୦୦୫୫
ଦୂରଭାଷ : ୯୦୪୦ ୧୫୧୪ ୭୫
============================== ==
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।