1/31/2023

ନିର୍ବାଚନ ମନ

ରତିକାନ୍ତ ବେହେରା 

ଆସିଗଲେ ପଂଚାୟତ ନିର୍ବାଚନ
ଶହେରୁ ଅଶୀଙ୍କ ମନ କନକନ

ମାସକ ଭଲରେ କଟିଯିବ ଦିନ
ଚିନ୍ତା ନାହିଁ ନେତା ଆପେ ଦେବେ ଧନ

ନେତା ଦେବେ ଯାହା ଈଶ୍ୱରଙ୍କ ଦାନ
ନେଲା ବେଳେ ସତେ ଭକ୍ତ ହନୁମାନ

ନିର୍ବାଚନ ଏବେ ହେଲାଣି ପରବ
ମାଗଣା ମିଳିବ ନାଲିଆ ଦରବ

ହାଣ୍ଡିଆ ପାଇଁ ଦାନ ଦେବେ ଚାଉଳ
ଭୋଟ୍ ଆଗରୁ ସବୁ ନେତା ସରଳ

ଭୋଟର ସବୁ ପାର୍ଟିଠୁ ନେବେ ଟଙ୍କା
ନେଇ ନେଇ ନେତାର କରିବେ ଫାଙ୍କା

ଭୋଟ୍ କାହାକୁ ଦେବେ ତାଙ୍କୁ ହିଁ ଜଣା
ବୁଥ୍ ପା'ନ୍ତିନି କିଛି ହୁଅନ୍ତି ବଣା

ସରିଗଲେରେ ନିର୍ବାଚନ ଲଢେଇ
ନେତା ଚାଲି ଯିବେରେ ବାଟ କଢ଼େଇ

ଜିତ୍‌କାର ଦେବେ ନଡ଼ିଆ ବାଡେଇ
ହାରୁନେତା କାନ୍ଦିବେ ମୁହଁ ଘୋଡେଇ

                 ପ୍ରଧାନ ଶିକ୍ଷକ ,କୋଚିଳାଖୁଣ୍ଟା , ବେତନଟୀ ,
ମୟୂରଭଞ୍ଜ ,ଓଡ଼ିଶା 
    ଫୋନ୍‌ ନମ୍ବର - ୮୯୧୭୪୦୪୩୯୬
ଜୟ ସାହିତ୍ୟ, ଜୟ ସମାଜ


No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।