ପ୍ରଣତି ହରିଚନ୍ଦନ
ମା' ପଣତ , ଦିନେ ସାଜିଥିଲା
ସ୍ବପ୍ନ ଜଗତ ।
ବନ୍ଧାଥିଲା ସେଠି , ସବୁ ଦିଗନ୍ତ।।
ଦୂରେ ଉଡିଲା , ହସରେ ହସାଇ
କନ୍ଦାଇ ଦେଲା।।
ମିଠାଇ ବଣ୍ଟା , ପାଖ ପଡିଶାଙ୍କ
ଛଳନା ଥଟା ,,
ଥିଲା ସେଥିରେ କି , ବିଦେଶି ଅଠା ??
ବିଦେଶିଆ ପୁଅ ଅଣଲେଉଟା।।
ବିଦେଶି ଫଳ ,,
ଦାଣ୍ଡକୁ ସୁନ୍ଦର , ଘରକୁ କାଳ ।।
ପୁଅ ବଞ୍ଚିଥାଉ ,
ମା' ଖାଲି କୋଳ ।।
କି ମାୟା ଜାଲ , ଆଖି ଥାଇ ଅନ୍ଧ ,
କାନ ବି କାଲ ,
ମା' କାନି ଆଉ ଲାଗେନା ଭଲ ।।
କୁହୁକ ଗଣ୍ଠି ,
ଯେତେ ଚେଷ୍ଟା କଲେ , ନ ପାରେ ଫିଟି ।।
ଯେତେ ମନ୍ଦିର ,
କେହି ନ ଭାଙ୍ଗିଲେ , ଯାଦୁ ହୁନ୍ଦର ।।
ଦିଅଁ ଦେବତା ,
ଲହୁ ସିନ୍ଦୁରରେ , ଭରିଲା ମଥା ,
ତଥାପି ଆଶା ,
ହାଡ ପାଞ୍ଚ ଖଣ୍ଡ , ଶରୀରେ ବସା ।
ଶୂନ୍ୟ ସେ ଆଖି ,
ସତେ କି ନୀଡ଼କୁ , ଫେରିବ ପକ୍ଷୀ ???
ଲିଙ୍ଗରାଜ ବିହାର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।