1/31/2023

ରେ ହୀନଜନ

ସଂଗ୍ରାମ କେଶରୀ ରାଉତରାୟ 
      ସଭାପତି - ଉଦୟ ଭାନୁ 
କ୍ଷମତା ପଦବୀ ମୋହେ ଅନ୍ଧ ହୋଇ
ଯେତେ ନିର୍ଯାତନା ଅନ୍ୟକୁ ଦେଉ
ଜୀବ ଗଲା ପରେ ସମସ୍ତ ଚିନ୍ତିବେ
ବୋଲିବେ ଏ ଆତ୍ମା ନର୍କକୁ ଯାଉ।
ଯେତେ ସମ୍ପତ୍ତି ତୁ ଜୀବନେ ସଞ୍ଚିଛୁ
ମଲା ବେଳେ କିଛି ନ ଯିବ ସାଥେ
ଆତ୍ମା ବ୍ରହ୍ମ ତୋର ଶୂନ୍ୟରେ ମିଶିବ
ସବୁ ଛାଡିଯିବୁ ତୁ ଶୂନ୍ୟ ହସ୍ତେ।
ସବୁ ବୁଝିବାକୁ ବିଦ୍ୟା ଲାଭ କଲୁ
ହେଲେ ସଦ ଜ୍ଞାନ ଲଭିଲୁ କାହିଁ?
ଅଜ୍ଞାନ ପରାଏ ଭ୍ରମିଲୁ ଗୁଡ଼ାଏ
ପାର୍ଥିବ ଆସକ୍ତି ଛାଡିଲୁ ନାହିଁ।
କାମ କ୍ରୋଧ ଈର୍ଷା ଅନ୍ତରେ ତୋ' ବସା
ଉପରେ ଦେଖାଉ ତୁ ନୀତିବାନ
ନୀତି ଅନୀତିର ନ କରୁ ବିଚାର
ପର ମନ୍ଦ ଚିନ୍ତୁ ତୁ ହୀନ ଜନ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।