1/31/2023

ଭଲ ବେପାର ରାଜନୀତି

ପ୍ରତାପ କୁମାର ସାହୁ
ରାଜନୀତି ପାଣି ଏଠି ପୁରା ଗୋଳିଆ
ରାଜନୀତି ପାଣି ଏଠି ପୁରା ଗୋଳିଆ 
ଉପରୁ ତଳୁ ଯାହାକୁ ଦେଖ
ଖାଲି ଅଳିଆ..
କେରାଣ୍ଡି ଗୁନ୍ଥି , ବଂଶୀ ଟେକି
ଧରିଛନ୍ତି ଭାଇ ମାରିବେ ବୋଲି
ଖଣ୍ଡ ବାଳିଆ...
ରାଜନୀତି ପାଣି ଏଠି ପୁରା ଗୋଳିଆ...

କଥା କଥାକେ ମିଛ କହି 
ବୁଲାନ୍ତି ଭୁଆଁ
ତାଙ୍କ କଥା ରେ ଭରସା ନାହିଁ ଟାଉଟରିଆ..
କାର୍ ଚଢି, ଦେଖାନ୍ତି ଫଡ଼ି,
ତାଙ୍କରି ପାଇଁ ପରା 
ବରବାଦ ଆଜି ସାରା ଦୁନିଆଁ....
ରାଜନୀତି ପାଣି ଏଠି ପୁରା ଗୋଳିଆ... 

ଏ. ସି. ଘରେ ରହିକି କରନ୍ତି ସଉକି
ରାଇଜର ହାଲଚାଲ ନପାର ଦେଖି 
ଖଟିଖିଆ, ମଜୁରିଆ, 
ଦାଦନ ଖଟି ଖଟି 
ହେଲେଣି ପରା ପୁରା ହାଲିଆ... 
ରାଜନୀତି ପାଣି ଏଠି ପୁରା ଗୋଳିଆ... 

ସବୁ ଚୋର ଟାଉଟର ହେଇ ଏକାଠି
ଲାଗିଛନ୍ତି ବଜେଇ ଦେବେ 
ଆମରି ଘଣ୍ଟି 
କିଏ ଅସଲି, କିଏ ନକଲି 
ଜାଣି ନ ପାରିଲେ  
ପାଞ୍ଚ ବର୍ଷ ପାଇଁ ହବ ବାଇଆ... 
ରାଜନୀତି ପାଣି ଏଠି ପୁରା ଗୋଳିଆ.... 

ଧନ୍ୟ ଆମ ସମ୍ବିଧାନ ଧନ୍ୟ ପ୍ରଣେତା 
ପିଅନ ଏଠି ବି. ଏ. ପାସ ମୂରୁଖ ନେତା.. 
ଏ ଆମ ନୀତି, ଏ ଆମ ରୀତି 
ଗଢିଚି ଯିଏ ତାକୁ ଏଇଠୁ ମାରୁଛି 
ଶହେ ମୁଣ୍ଡିଆ... 
ରାଜନୀତି ପାଣି ଏଠି ପୁରା ଗୋଳିଆ.... 
ସିନ୍ଦୁରିଆ... ନୟାଗଡ଼... 
୯୯୩୭୨୨୧୭୫୩ /୯୯୩୮୫୧୨୯୭୧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।