ଦେବଯାନୀ ଦାସ
(ଉପଦେଷ୍ଟା - ଉଦୟ ଭାନୁ)
ଯୁଦ୍ଧ ତ ଚାଲିଛି
ସବୁଠି,ଏଠି ସେଠି
କୋଉଠି ପରିସୀମା ସୀମିତ ତ
କୋଉଠି ବ୍ୟାପ୍ତ
ପଡିଶା ର ପାଚେରୀ ଟିକେ ଘୁଞ୍ଚିବା ପାଇଁ
ରାସ୍ତା ରୁ ଇଞ୍ଚେ ନେବା ପାଇଁ
ଗାଁ ରେ ପଡୋଶୀ ପଡୋଶୀ ର ଯୁଦ୍ଧ
ସହର ରେ ବସ୍ତି ବସ୍ତି ଭିତରେ ଯୁଦ୍ଧ
ଦେଶ ମଧ୍ୟ ରେ ସୀମା ଯୁଦ୍ଧ
କୋଉଠି ମାଟି ପାଇଁ
କୋଉଠି ମାଲିକାନା ପାଇଁ
କୋଉଠି ପ୍ରତିଷ୍ପର୍ଦ୍ଧା ପାଇଁ...
ପଡୋଶୀ ସହ,ସହକର୍ମୀ ସହ
ସତୀର୍ଥ ସହ ଅସୂୟା ର ତରଙ୍ଗ
ବାକ୍ୟର ତୀକ୍ଷ୍ଣ ନଖ ରେ
କୋଉଠି ରକ୍ତପାତ ଦୃଶ୍ୟ ତ
କୋଉଠି ଅଦୃଶ୍ୟ ।
ଷଡ଼ଯନ୍ତ୍ର ରେ ହରେଇ
ଜିତିବାର ଅଭିପ୍ସା
କଣ କେବଳ ପାକିସ୍ଥାନରେ , ତାଲିବାନରେ
ଏଇ ତ ମୋ ପାଖରେ ପାଖରେ ।
ବାଲେଶ୍ବର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।