ରଶ୍ମିରେଖା ମିଶ୍ର (ଶିକ୍ଷୟିତ୍ରୀ)
ମୁଁ ଘୁରୁଛି ଘୁରୁଥିବି
ମୋର ଏଇ କବିତା ସାଥିରେ ।
କେତେ ପଥ ଲଙ୍ଘୁଥିବି
ତା' ସାଥିରେ ଚାଲି ଏଇ
ଜୀବନ ବିଥିରେ ।
ମୁଁ ଛୁଇଁବି ତା' ଦେହକୁ
କଳ୍ପନାର ରଂଗ ତୋଳି ତୋଳି ।
ମୁଁ ଭେଟିବି ମୋ' ନିଜକୁ
ଯେ ପର୍ଯ୍ୟନ୍ତ ପାରୁଥିବି ଚାଲି ।
ଆଙ୍କୁଥିବି ଛବି କେତେ
ରହି ରହି ନିରେଖି ନିରେଖି ।
ବସିଥିବି ଚୁପ୍ ହୋଇ
ମିଠା-କଷା ଚାଖୁଥିବି ହସି ।
ସୁଖେ କେବେ ଦୋଳିବିନି
ଦୁଃଖେ କେବେ ଭାଙ୍ଗିବିନି
ଏ ଦୁନିଆ ଯେଣୁରେ ଅଳିକ !
ଆପଣାର କରି ସର୍ବ
ମୋ' ଅନ୍ତର ଭିତର ବାହାର ,
ଯାଚୁଥିବି ପ୍ରେମ ମୈତ୍ରୀ ଦାନ ।
ମୋ' ପାଇଁ ରହିବ ନାହିଁ
କେ' ବା ଉଚ୍ଚ କେ' ବା ନୀଚ୍ଚ
ମାନ ଅପମାନ ।
ବାନ୍ଧି ଯିବି ସାମ୍ୟ ମୈତ୍ରୀ ଡୋର
ଗାଇ ଯିବି ଗୀତ ଆପଣାର ।
କେ' ବା ପର କେ' ଅବା ନିଜର !!
ଏକାକାର କରି ସର୍ବ
ମୋ' ଏକାନ୍ତ ନିଜସ୍ବ ମାନରେ
ଲେଖି ଦେବି ସେ କବିତାଢ଼
ଯାହା ଥିବ ସମୟ ପୃଷ୍ଠାରେ ।
ରୋଟରୀ ପବ୍ଲିକ୍ ସ୍କୁଲ୍ (ଅନୁଗୋଳ)

Superb
ReplyDeleteExcellent
ReplyDeleteVala lagila my dear sister.god bless u
ReplyDelete