ଗୀତା ଦାସ
ବନ୍ଧୁ ହେ ଆସ ହାତ ମିଳାଇବା
ସସାଗରା ଧରା ବନ୍ଧୁମୟ ହେଉ
ମୈତ୍ରୀ,ପ୍ରୀତି ଅପଣାଇ ।
ବିଶ୍ୱ ଚରାଚର ବନ୍ଧୁ ଭରପୁର
ଭିନ୍ନ ଭିନ୍ନ ଶରୀ ବହି,
ପରମାତ୍ମା ସୃଷ୍ଟି ସମ୍ଭୁତ ହୋଇଛେ
ଏକ ଏକ ଆତ୍ମା ହୋଇ ।
ତୃଣ,ତରୁ, କୀଟ, ପତଙ୍ଗ, ଅସୁର,
ଯକ୍ଷ, ରକ୍ଷ, ନର,ସୁର ,
ସରବଙ୍କ ଠାରେ ପରମାତ୍ମାଙ୍କର
ଆତ୍ମା ଅଂଶ ଭରପୂର ।
ପିତା,ମାତା, ଗୁରୁ, ଗୁରୁଜନେ ବନ୍ଧୁ
ସନ୍ତାନ, ସନ୍ତତି ବନ୍ଧୁ,
ବନ୍ଧୁ ଦୀନବନ୍ଧୁ କରୁଣାର ସିନ୍ଧୁ
ଜଗନ୍ନାଥ, ଜଗବନ୍ଧୁ ।
କେ କାହା ଅଇରି କି ଅବା ଭଗାରୀ
ନୁହନ୍ତି ନିଜ ଇଚ୍ଛାରେ,
ଯେଝା ଅଭିନୟ ନିଖୁଣେ କରନ୍ତି
ପରମଙ୍କ ନିର୍ଦ୍ଦେଶରେ ।
ସର୍ବେ ନିଜ ପୁଣି କେ ନୁହେଁ କାହାରି
ସତ ଏ ବିଶ୍ୱ-ଭୁବନ ,
ସେଇ ବନ୍ଧୁ ବିଧି ସବୁ ତା' ଵିଧାନ
କେ କରି ପାରଇ ଆନ ?
ହେ ବନ୍ଧୁ ! ମିନତୀ ଢାଳେ ତବ କତି
ଆତ୍ମ ଚିନ୍ତା ଚେତନାରେ,
ସଭିଙ୍କୁ ଭାବିବା ଆପଣା ପଣରେ
ପରମାତ୍ମା ସନ୍ତାନରେ ।
ସତ୍ୟ,ଶାନ୍ତି, ଦୟା ହୃଦୟେ ବହିବା
ସବୁରି ସୁଖ ମନାସି,
ସୌହାର୍ଦ୍ଦ୍ୟ, ମଇତ୍ରୀ ବାରତା ବାଣ୍ଟିବା
ବନ୍ଧୁପଣେ ହସି ହସି ।
ସରବେ ଧ୍ୟାୟୀବା ଆତ୍ମା-ଯୋଗ-ବନ୍ଧୁ
ବନ୍ଧୁ ଆମେ ପ୍ରିୟବନ୍ଧୁ ।
ସାତ୍ତ୍ଵିକ ଚୈତନ୍ୟେ ହଜିଯିବା ଆମେ
ଧ୍ୟାୟୀ ସେଇ ବିଶ୍ୱବନ୍ଧୁ ।
***** ବଳରାମପୁର,
କୁଜଙ୍ଗ,
ଜଗତସିଂହପୁର,
ଦୂରଭାଷ :-୭୦୦୮୩୮୦୦୩୬
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।