1/31/2023

ପୋଲ : ଏକ ଗଜଲ

ପ୍ରେମାନନ୍ଦ ଶ୍ରୀ ଆର୍ଯ୍ଯବ୍ରତ ଦାସ 

ଦୁଇ ପାଖ ଦୁଇ ମାଟିର ପିଣ୍ଡକୁ ଯୋଡି ଦେଇପାରେ ପୋଲ
ଦୁଇ ପୁର ଦୁଇ ମାଟିର ପିଣ୍ଡାକୁ ଯୋଡି ଦେଇପାରେ ପୋଲ
ପୋଲ ତଳେ ପାଣି ପଙ୍କ କାଦୁଅ ଖାଇ ଖାଲ ଥିଲେ ଥାଉ
ଦୁଇ ହାତ ଦୂର କୂଳରୁ କୂଳକୁ ପାଦ ତଳେ ପରା ପୋଲ ।

ଏ ପାରିର ଲୁହ ସେ ପାରିର କୋହ ନଈପାଣି କଲା ଭାଗ
ଗୋଳିଆ ପାଣିର ଗୋଳିଆ ଗପରେ ଦୁଇକୂଳେ ଦୁଃଖ ଭୋଗ
ପୋଲ ଦୁଇ ପାଖ ଦୁଇଟି ପୃଥିବୀ ଏକାଠି ହେବାକୁ ପୋଲ ।

ସପନପୋଲରେ ନିତି ଯା'ଆସ ସହି ହେଲାନାହିଁ ବୋଲି
ଛାତିର ରକତ ହାଡ଼ ପଥରରେ ପୋଲଟିଏ ଦେଲ ତୋଳି
ଫୁଲ ଉଆସକୁ ପାଛୋଟି ନେବାକୁ ପଥରର ଏଇ ପୋଲ ।

ଏଇ ପୋଲ ତଳେ କେତେ ଯେ ପଥର ପାଣି ପାଣି ପରି ଦିଶେ
ଏଇ ପୋଲ ପରେ ନିଆଁଝୁଲଟିଏ ଫୁଲ ପରି ଦେଖ ବାସେ
ପାହୁଣ୍ଡ ବଢାଅ ପାହୁଣ୍ଡ କମାଅ ପାହୁଣ୍ଡ ଯୋଡିଲେ ପୋଲ ।।
           ---୦--
ମାନବ ସମ୍ବଳ ପରିଚାଳନା ବିଭାଗ ମୁଖ୍ୟ
ଆର ଜେ କଲେଜ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
ଚାନ୍ଦିପୁର ରୋଡ଼, ବାଲେଶ୍ୱର 

ମୋ : ୯୪୩୭୮୩୪୯୬୪
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।