ପ୍ରେମଜ଼ୀ ଭାଇ
"ସୃଷ୍ଟି" ର ଆରମ୍ଭ ଆତ୍ମା ସହିତ ଅନ୍ୟ ଏକ ଆତ୍ମାର ବିଶ୍ୱାସ ଉପରେ ନିର୍ଭର କରୁଛି ମାଆ... ତୁମେ ବୁଝୁନ କାହିଁକି, ଗରିବ ଘର'ର ଝିଅ ହେଲେ କଣ ହେଲା, ବହୁତ୍ ସୁନ୍ଦର୍ ଝିଅଟିଏ ଓ ଭଲ ଝିଅଟିଏ । ଆମ ଜାତିର, ତା ସହ ବି.ଏ ପଢିଛି ଆଉ ସେ ଠିକ ଜାଣିଛି ଘର କେମିତି ଚଳାଯାଏ, ଭଲ ଝିଅ ଟିଏ | ମାଆ'ଙ୍କ କାନି ପଛ ପଟେ ବୁଲୁଥିଲି କିନ୍ତୁ ମାଆ ଶୁଣିବାକୁ ନରାଜ୍ । ମୁଁ ତୋତେ ରୋକ୍ ଠୋକ୍ କହୁଛି, ମୋର ସେ ଘର କି ସେ ବନ୍ଧୁ ଲୋଡା ନାହିଁ । ଆରେ ଯାହାର ବାପ ଆ ତା ଘରେ ମୁଲଲାଗି ଘର ଚଳାଉଛି ! ସେ ଆମକୁ କଣ ଦେଇ ପକେଇବ ଯେ, ମୁଁ ତା ଘରେ ବନ୍ଧୁ ବାନ୍ଧିବି । ତୋତେ ସଫା ସଫା କହି ଦେଉଛି ପୁଅ, ତୁ ସେ ପାଗଳାମି ଛାଡ | କାଲି ମକରା ନନା ଗୋଟେ ପ୍ରସ୍ତାବ୍ ନେଇ ଆସିଛି, ସାତ ଭାଇରେ ଗୋଟିଏ ବୋଲି ଭଉଣୀ ସୁନାନାକି ଝିଅଟିଏ । ଯାହା ମାଗିବ ଦେବ, ମୋତେ କହିଛି ଗୋଟେ ଗାଡି , ୧୦ ଲକ୍ଷ ଟଙ୍କା ତା ସହ ୧୪ ଏକର ଜମି ତୋ ନା ରେ ଲେଖେଇ ଦେବ, ତୁ କହିବୁ ଯଦି ଆଜି ହିଁ ରେଜିଷ୍ଟର କରିଦେବ । ଏମିତି ପ୍ରସ୍ତାବ ଭାଗ୍ୟରେ ଥିଲେ ମିଳିବ | ମାଆ ମୁଁ କଣ ଜମି ବାଡି ଟଙ୍କାକୁ ନେଇ ସଂସାର କରିବି ନା ସାତଭାଇ ମୋର ଘର'ର ହଳିଆ କାମ କରିବେ । ସଂସାର ହୋଇ ଗଲେ ଯାହା କାମ ତାକୁ ଲୋଭ , ମୁଁ ସେ ଝିଅକୁ ଛଅବର୍ଷ ତଳୁ ଭଲପାଉଛି ମାଆ |
ମାଆ କହିଲେ ମୁଁ ବି ସେ ଝିଅ ଘର'ର ଧନ ସମ୍ପତିକୁ ଦୀର୍ଘ ସାତବର୍ଷ ରୁ ଭଲପାଇ ଆସୁଛି | ଛି ମାଆ, ତମ ମନରେ ଏତେ କଦର୍ଯ୍ୟ ଚିନ୍ତାଧାରା । ସାମାନ୍ୟ ଧନ ସମ୍ପତି ପାଇଁ ମତେ ବଳି ପକେଇ ଦେବାକୁ ଚାହୁଁଛ ?
ବାବା କିନ୍ତୁ କହିଲେ ତୁ ଡରନି ରେ ପାଗଳା , ମୁଁ ଅଛି ନା ତୋ ସାଥିରେ । ମାଁ ମିଛରେ ବିଷ ଶିଶି ମୁହଁରେ ଲଗାଇ ସାବୁନୁ ଫେଣ ପାଟିରୁ ବାହାର କଲା | ସମସ୍ତେ ମାଆକୁ ନେଇ ମେଡିକାଲ ଗଲୁ । ସ୍ବପ୍ନା ଶୁଣୀ ଦୌଡି ଆସିଛି ମେଡିକାଲ । ତା ସାନ ଭାଇ ଆସି ମୋତେ କହିଲା ଦିଦି ବାହାରେ ଡାକୁଛି ! ମୁଁ ଡରିଗଲି ଏତେ ରାତିରେ ଦୌଡି ଗଲି , ସ୍ବପ୍ନା ତମେ ଆସିଛ ? ଖାଲି ମୁଁ ଆସିନି ଆଲୋକ ମୋ ସହ ବାବା ମାଆ ବି ଆସିଛନ୍ତି , ସେ ଗେଟ୍ ପାଖରେ ଅପେକ୍ଷା କରିଛନ୍ତି | ବାସ୍ ଏତିକି କହି ଆଖିରୁ ଆଖିଏ ଲୁହ ଅଜାଣତରେ ଝରି ଗଲା, ସ୍ବପ୍ନା ତମେ କାନ୍ଦୁଛ, କଣ ହୋଇଛି ?
ମୁଁ କିଛି କହି ପାରିବିନି,
ତୁମେ ମୋ ମୁଣ୍ଡ ଛୁଇଁ ସପଥ କର
ଯଦି ଗୋଟିଏ ମିନିଟ୍ ପାଇଁ ବି ମୋତେ
କେବେ ଭଲପାଇଥିବ ତାହାହେଲେ
ମୋ କଥା ରଖିବ ନା ?
ହଁ ସ୍ବପ୍ନା କୁହ ?
ତମକୁ ତମ ମାଆ ଯେଉଁଠି କହୁଛନ୍ତି ସେଠି ବିବାହ କର । ମୁଁ ଚାହୁଁନି ମୋ ପାଇଁ ତମ ଘରେ ସବୁବେଳେ ଏମିତି ଅଶାନ୍ତି ଲାଗି ରହୁ |
ନା ତମେ ବୁଝୁନ କାହିକିଁ ? ମାଆ ସବୁବେଳେ ଏମିତି, ତାକୁ ବୁଝେଇ ଦେଲେ ସେ ବୁଝି ଯିବ |
ତମେ ମୋ ମୁଣ୍ଡ ଛୁଇଁ ସପଥ କରିଛ ଆଲୋକ ! ମୁଁ ଯାହା କହିବି ତାହା ରଖିବ, ଏହି ଆମର ଶେଷ ଦେଖା ଦେହ'ର ଯତ୍ନ ନେବ , ଠିକ୍ ସମୟରେ ଖାଇବ, ଆଉ ନୁଆ ଭାଉଜ ଆସିଲେ ଆମ ବିଷୟରେ କିଛି ବି କହିବନି, ମୋତେ ଯେତିକି ଭଲ ପାଉଛ , ତାହା ଠାରୁ ଢେର୍ ଅଧିକ ତାଙ୍କୁ ଭଲପାଇବ । ବଞ୍ଚିଥିଲେ ପୁଣି ଦେଖା ହେବ କହି ଦୌଡି ଚାଲିଗଲା ସ୍ବପ୍ନା |
ଆଜି ଆଲୋକର ଚଉଠି ରାତି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଥରେ ମାତ୍ର ଆସେ | ହୋମ କର୍ମ ସରିଲା ପରେ ଆଲୋକ ଘରେ ନାହିଁ | ମାଆ ବିରକ୍ତ ହେଉଛନ୍ତି କୁଆଡେ ଗଲା ଚାଣ୍ଡଳଟା ? ବାବାଙ୍କୁ କହିଲେ ଖୁଣ୍ଟଟା ପରି କଣ ଠିଆ ହୋଇଛ, ଯାଉନ ଦେଖିବ ପିଲାଟା କୁଆଡେ ଗଲା ?
ଏହି ସମୟରେ ଅଟୋ ରିକ୍ସା ଲାଗିଲା, ବାହାରକୁ ଆଣିଲେ ଆଲୋକ କୁ । ତାର ଚେତା ନାହିଁ, ଅତ୍ୟଧିକ ମଦ ପିଇ ଦେଇଛି | ମାଆ ବିରକ୍ତ ହେଲେ ଜୀବନରେ କେବେ ମଦ ପିଇ ନଥିବା ପିଲାଟି ଆଜି ଏ କାମ ? ଏସବୁ ସେଇ ସ୍ବପ୍ନା ପାଇଁ |
ଘର ଭିତରୁ ଦୌଡି ଆସିଲେ ଦୀପ୍ତି, କଣ ହୋଇଛି ମାଆ, ଆଲୋକ ଏମିତି ଅବସ୍ତାରେ ? ଆରେ ନାହିଁରେ ମା ତୁ ବୁଝିବୁନି, ଆଜି ତାର ଚଉଠି ନା ଖୁସିରେ ସାଂଗମାନେ ପିଏଇ ଦେଇଛନ୍ତି । ନହେଲେ ମୋ ପୁଅ ଏପରି କାମ କରେନି | ହଠାତ୍ ଦୀପ୍ତିର ମୁଣ୍ଡରେ ଚଡକ ପଡିଲା, ଆଖିରେ ତାର ସମୁଦ୍ର ଢେଉ ପରି ଲୁଣି ପାଣିର ସୁଅ । ଭାଙ୍ଗିଗଲା ମୋ ସଂସାର ।
ଦୀପ୍ତି କଣ ଜାଣି ଥିଲା, ପ୍ରଥମ ରାତିର ଦହନ ଏଡେ ଭୟଙ୍କର, ମିଠା ମିଠା ଖିର ବଦଳରେ ମଦର ଭଣ ଭଣ ବାସ୍ନା, ଗୋଲାପ ଫୁଲ ବଦଳରେ ଦେହ ସାରା ବାନ୍ତିରେ ଭିଜା ଫୁଲ , ଚନ୍ଦିନୀ ରାତି ବଦଳରେ ଅମାବାସ୍ୟାର ଘନ ଅନ୍ଧକାର ରାତି । ଘଟଣା କଣ ଜାଣିଦେଲା ଦୀପ୍ତି, ଏତିକିରେ ମୋ ସଂସାର ଭାଙ୍ଗିଗଲା !
ଠିକ୍ ରାତି ୩ଟା ୧୫ରେ ଆଲୋକର ନିଦ ଭାଙ୍ଗିଲା । ଛାତିରେ ପଥରଟିଏ ଲଦି ପ୍ରେମ ଦୀପ ଜଲେଇବାକୁ ଚେଷ୍ଟା କଲା ଦୀପ୍ତି , କିନ୍ତୁ ଆଲୋକ ମଦ ନିଶାରେ ରାଗି ଗଲା ଓ ଏ ଦେହ କେବଳ ମୋ ସ୍ବପ୍ନା ପାଇଁ ତମର କୌଣସି ଅଧିକାର ନାହି | କିଛି ଖରାପ ଭାବିବନି ଦୀପ୍ତି, ତମକୁ ମୁଁ ଗ୍ରହଣ କରି ପାରୁନି | ତମେ ଏତେ ମିନ୍ ଆଲୋକ ! ଠିକ୍ ଅଛି ତମ ପାଇଁ ତମ ଭଲପାଇବା ଟା ବଡ ହୋଇପାରେ, କିନ୍ତୁ ମୋତେ ଆଣି ଏଠି ଯୋଉ ନାଟକ କରୁଛ କିଛି ଭଲ କରୁନ, ଏବେ ବି ସମୟ ଅଛି ନିଜକୁ ପରିବର୍ତନ କର ଆଉ ମୋ ହାତକୁ ହାତ ବଢାଇ ଚାଲ ଆମେ ଆଗକୁ ବଢିବା । ଗୋଟିଏ ସୁନାର ସଂସାର ଗଡିବା ତ ଠିକ, ନଚେତ୍ ମୋ ଠାରୁ ଖରାପ୍ ଆଉ କାହାକୁ ଜୀବନରେ ଦେଖି ନଥିବ | ନିଆଁ ଲଗେଇ ଦେବି, ଯିଏ ଗୋଟିଏ ଶାନ୍ତ ସରଳ ଝିଅକୁ ଏ ନର୍କ ଉପରକୁ ଟାଣି ଆଣିଛି । କାହାକୁ ମୁଁ ଛାଡିବିନି |
ଦୀପ୍ତି ଆଜି ହୋମକର୍ମ ପାଇଁ ମୁଁ ସକାଳୁ କିଛି ଖାଇନାହିଁ ! ଯୋରରେ ଭୋକ ଲାଗିଲାଣି କିଛି ଖାଇବାକୁ ନେଇ ଆସନ୍ତନି ମୋ ଦେହ ଜଳି ଯାଉଛି | ମୁଁ ଯାଇ ପାରିବିନି ! ଠିକ୍ ଅଛି ମୁଁ ଯାଉଛି ଦୀପ୍ତି ତମେ ଶୁଅ | ରୋଷେଈ ଘର ଭିତରକୁ ଆଲୋକ ପଛେ ପଛେ ଦୀପ୍ତି ଯାଇ ଭାତ, ଡାଲିରେ ପାଣି ପୁରେଇ ଦେଲେ | ଏ କଣ ଦୀପ୍ତି ଭୋକରେ ମୋ ଦେହ ଜଳୁଛି , ମୋ ଦେହରେ ଭି ଭୋକ ପ୍ରଥମେ ମୋ ଦେହର ଭୋକ ନମେଣ୍ଟିଲା ଯାଏ ତମେ ଖାଇ ପାରିବନି | ନିଜର ଜୀବନ ରହିଯାଉ ଭାବି ଅଲୋକ ବି ନାଚାର |
ଆଲୋକ'ର ବହାଘର ଠିକ୍ ଏକ ମାସ ପରେ ଦୀପ୍ତିର ଭାଇ ପରେଷ ର ବାହାଘର | ଆଲୋକ ଜାଣିବାକୁ ପାଇଲା ସ୍ବପ୍ନା ସହ ନିଜ ଶଳା ପରେଷ'ର ବାହାଘର | ମନେ ମନେ ଖୁସି ହେଲା ଯାହାହେଉ ବିଚାରୀ ଟା ଆଖି ସାମ୍ନ୍ନାରେ ତ ରହିବ | ବାହାଘର ସରିଲା ଖୁସି ମନରେ କୁଣିଅା ମିତ୍ର ଭୋଜି ଭାତର ମଜା ନେଇ ଯେ ଯାହା ଘର କୁ ଫେରି ଗଲେ । ଆଜି ୫ ଦିନ ସ୍ବପ୍ନା ଖୁସି ମନରେ ଶାଶୁ ଶ୍ବଶୁର , ଦିଅର ନଣନ୍ଦଙ୍କ ପାଇଁ ସୁସ୍ବାଦ ପରସି ଦେଇ ଥକ୍କା ମାରିବାକୁ ବାଲକୋନି ଉପରକୁ ଚାଲିଗଲା ବେଳକୁ ଆଲୋକ ସେଠାରେ ଥିଲା | ତିନିଟା ବୋତଲ ମଦ ସାରି ଚତୁର୍ଥ ବୋତଲ ଖୋଲି ଛାଲିଛି | ସ୍ବପ୍ନା ଯାଇ ବହୁତ୍ ବୁଝେଇଲା | ପୁରୁଣା କଥା ନେଇ ଦୁଇ ଜଣଙ୍କ ଆଖିରେ ଲୁହ | ନଜର ପଡିଗଲା ଦୀପ୍ତିର ବାସ୍ ସବୁ ସରିଗଲା | ବହୁତ୍ ଯୋର୍ ରେ ବାବା ଭାଇଙ୍କୁ ଡାକ ଛାଡିଲା, ଦେଖ ବାବା ଦେଖ ଭାଇ ତମେ ଯାହାକୁ ବୋହୁ କରି ଆଣିଛ ସେ ଚରିତ୍ରବାନ୍ ନୁହଁ ଚରିତ୍ରହିନା, ପତିବ୍ରତା ନୁହଁ ପ୍ରୀତିବଣ୍ଟା, ନାଗୁଣୀ ଆଉ ପାପୀନି । ବାହାଘର ଦି ଦିନ ନପୁରୁଣୁ ପରକିୟା ପ୍ରୀତି ଚାଲିଛି । ଶେଷରେ ମୋ ସ୍ବାମୀ ସହ ଛି..ଛି....ଛି......|
ଆଲୋକ ଚିଲେଇବା ଆରମ୍ଭ କରିଦେଲା ଚୁପ୍ ରୁହ ଦୀପ୍ତି । ଆମ ଭିତରେ ସମ୍ପର୍କ କେବଳ ଭଲପାଇବାର ନା ଦେହର ନା ପାପର, କେବଳ ପାପୀ ମନ ତୁମର । ସେଥିପାଇଁ ସେଇ ପାପ ହିଁ ତମ ମନରେ ଅଛି |
ସେପଟୁ ଜଣେ ଖବର ଦେଲା ସ୍ବପ୍ନା ଦେହରେ କିରୋସିନ୍ ଲଗାଇ ସମ୍ପୁର୍ଣ୍ଣ ଜଳିଯାଇଛି । ଅଲୋକ୍ ଦେହରେ ନିଆଁ ଲାଗିଗଲା ଚିତ୍କାର କଲା ସ୍ବପ୍ନା ଅପେକ୍ଷା କର ସ୍ବପ୍ନା ମୁଁ ଆସୁଛି | ମାଁ ଗ୍ରାମଦେବୀଙ୍କୁ ସପଥ କରି କହିଥିଲେ ବଞ୍ଚିବା ଯଦି ମିଶି ବଞ୍ଚିବା, ମରିବା ଯଦି ମିଶି ମରିବା | ତମେ ଏଡେ ସ୍ବାର୍ଥପର ମୋତେ ନର୍କ ଭିତରକୁ ଠେଲି ଦେଇ ଏକା ଏକା ଖୁସି ମନେଇବାକୁ ଚାଲିଗଲ । ଏଡେ ବେଇମାନ୍, ତମେ ହଁ ସ୍ବାର୍ଥପର | ପାଗଳ ହୋଇ ଖାଲି ଚିତ୍କାର କରୁଥିଲା ଆଲୋକ । ଦଶଜଣ ଭିଡି ଧରିଛନ୍ତି ତଥାପି ସମସ୍ତଙ୍କୁ ଫିଙ୍ଗି ଦେଉଥାଏ ଆଲୋକ |
ସ୍ବପ୍ନାକୁ ମଶାଣୀକୁ ନେବା ପୁର୍ବରୁ କହାର ଚିାତ୍କରରେ ସମସ୍ତେ ଆବାକ୍ ହୋଇଗଲେ । ଘରୁ ବାହରକୁ ଦୌଡି ଗଲେ | ଅଲୋକ ୩ ମହଲା ବିସିଷ୍ଠ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି | ବାସ ସରି ଗଲା ଗୋଟେ ଭଲ ପାଇବାର କହାଣୀ, ସ୍ୱପ୍ନା ର ଆତ୍ମା ସହିତ ଆଲୋକର ଆତ୍ମା ର ମିଳନ ଘଟିଛି ଯୁଗ ଯୁଗ ପାଇଁ
ବାସ୍ ଆଜି କାଲି କିଛି ସ୍ବାର୍ଥ ପାଇଁ ୪ଟା ଜୀବନ ପାଣିର ଫୋଟୋକା ପରି ମିଳେଇଗଲା ସତ, କିନ୍ତୁ ଏ ସ୍ୱାର୍ଥପର ଦୁନିଆ ବୁଝିବି ଅବୁଝା ହୋଇ ରହି ଯାଉଛି, ଆଭିଜାତ୍ୟ ର ମାପକାଠି ଓ ବଂଶ ପରମ୍ପରା ର ଦ୍ୱାହି ଦେଇ ....??
ହେ ମୋର ପ୍ରିୟ ବନ୍ଧୁ ଓ ବାନ୍ଧବୀ ସ୍ନେହ ମମତା ଓ ବିଶ୍ୱାସ ର କୁଠାର ଘାତ କରନ୍ତୁ ନାହିଁ। ସମ୍ପାଦକ
କନ୍ୟା ଅମୂଲ୍ୟ ରତ୍ନ ପରିବାର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।