12/03/2018

ଚିଠିଟିଏ ତୋ ପାଇଁ

ପ୍ରଦୀପ ବନ୍ଧ
ବୋଉ....!!

    ସବୁଠି ତୁ                                                                                                                     
   ତୋ ପାଇଁ ତ ମୁଁ
   ତୋ ଭରସାରେ
   ମୋର ଏ ବିଚିତ୍ର ଜୀବନ,

କେତେବେଳେ ଅମୃତମୟୀ
ନଦୀ ଆଉ ଆକାଶ ତ
ପୁଣି କେବେ
ପ୍ରାଣସଖୀ ପଦଚିହ୍ନର ସ୍ମୃତି,

ତୋ ଅପେକ୍ଷାରେ ମୁଁ
ପରିଚୟ ତ ଏମିତି
ଅକସ୍ମାତ
ଭୂମିରେ ପଡୁ ପଡୁ
ମୋ କାଁ ଶବ୍ଦରେ
ତୋ ନାଁର ପରିଚୟ ଲୋ
ବୋଉ,,,,,

ତୋର ଅବର୍ତ୍ତମାନରେ
 ମୋ ସ୍ୱପ୍ନ ଆଉ ମୁଁ
ବେଳେ ବେଳେ ଖୋଜେ
ମୋ ନିଜ ମନରେ
ତ କେବେ ଧଉଳି ସ୍ତୁପରେ,

ନିଦଭରା ନୟନରେ ତୋ କୋଳରେ
କାଠକଣ୍ଢେଇ ସାଥିଟିଏ ପରି
ମୁଁ ହାତ ଗୋଡ଼ ହଲେଇ ଖେଳେ
ଖେଳିଖେଳି କେତେଯେ
ତୋ ଦେହ ଦରଜ କରିନଥିବି ମୁଁ ,

କିଏ ଜାଣିଛି ସନ୍ଧ୍ୟା ଆକାଶର
କେବେ ଜହ୍ନରାତି ତ 
କେବେ ନିଶବ୍ଦ ପାନ୍ଥଶାଳା ର
ତୁଚ୍ଛ ଏକ ବାଲିଗରଡ଼ାଟେ ପରି
ମୋତେ କୋଳରେ ଧରି କାନ୍ଦୁଥାଏ
ନିଜକୁ ଭସେଇ ଦେଇ ଲୁହର 
ସମୁଦ୍ରରେ,

ଜାଣିଛି ବୋଉ ତୁ ମୋ ପାଇଁ
ନଦୀର ଦୁଇ ତଟ
ଅମୃତ ଧାର ଠାରୁ ଆହୁରି ମଧୁର
ମନେପଡେ ବୋଉ ଖୁବ ମନେପଡେ
    ଚିଠିଟିଏ ତୋ ପାଇଁ,,,,,,

ମୋ ଅବୋଧ ଇଚ୍ଛାରେ ସମର୍ପି ଦେଇଛି
ତୋ ଫିକା ରଙ୍ଗର କାନିରେ
ବାନ୍ଧି ପାରୁନି
ସାତ ରଙ୍ଗର ସାତ ସ୍ୱରକୁ ,

ଛଳନା ଦହନର
କାହିଁକି  ?
ଏମିତି ଯେ ମୁଁ
ସ୍ୱପ୍ନ ମହଲ ଭିତରେ
ନିଜକୁ ହଜେଇ ଦେଇଛି
ଆଉ ଖୋଜି ପାଉନି
ମୋର ସେ ଅତୀତର
ଜହ୍ନ ରାତିକୁ ,,,,,,।।।
ରାଜଘର ପୋଖରୀ,ସାନମଛୁଆଘାଇ
ବାସୁଦେବପୁର,ଭଦ୍ରକ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।