12/03/2018

ଜାଗ୍ରତ ହୁଅ

                            ଆଲୋକ ଚନ୍ଦ୍ର ନାୟକ                         
     ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧରେ ବୀର ବାଳକ ଅଭିମନ୍ୟୁ ଯେଭଳି ଚକ୍ରାନ୍ତରେ ପଡ଼ି ଚକ୍ରବ୍ଯୁହରେ ଫସିଥିଲା ; ଠିକ୍‌ ସେହିଭଳି ଏ କଳିଯୁଗରେ ଏ ପୁଣ୍ୟଭୂମି ବୀରଭୂମି ଭାରତ ଆଜି ଦୁର୍ନୀତିର ଚକ୍ରବ୍ଯୁହରେ ଫସିଯାଇଛି । ସବୁଠାରୁ ବଡ଼କଥା ଯେଉଁ ଜନନାୟକ ମାନେ ଏହାର ସ୍ରଷ୍ଟା ସେମାନେ ହେଲେ ଭାରତର 150 କୋଟି ଦାୟଦଙ୍କର ପଥ ପ୍ରଦର୍ଶକ। ଏମାନଙ୍କ ହାତରେ ରହିଛି ଅମାପ ଅମାପ ଧନ ସମ୍ପତ୍ତି । ଆଉ ପୁଣି ଏମାନଙ୍କ ହାତରେ ରହିଛି ପ୍ରଭୁତ୍ୱ ବା କ୍ଷମତା । ଆଉ ଏମାନଙ୍କ ହାତରେ ମଧ୍ୟ ରହିଛି ଅପର୍ଯ୍ୟାପ୍ତ ନିରାପତ୍ତା। ଏମାନଙ୍କୁ ବିଶାଳ ଭାରତର ବିଶାଳ ସଂବିଧାନ ଛାୟା ପ୍ରଦାନ କରେ।
         
          ସ୍ବାଧୀନତାର ସତୁରି ଦଶକ ପରେ ଆଜି ଶିକ୍ଷାର ବିସ୍ତାର ଲାଭ କରିଛି । କିନ୍ତୁ ବଡ଼ ଦୁଃଖ ଓ ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ ହେଉଛି କପଟୀ ଓ ଛଳନାକାରୀଙ୍କ କପଟ ; ସାଧାରଣ ଲୋକେ ଛଳନାରେ ଫସିଛନ୍ତି।ଏହି ପୁଣ୍ଯ ଭୂମି ବା ବୀରଭୂମି ଭାରତର କୋଟି କୋଟି ଅମୃତ ସନ୍ତାନ ଅଟନ୍ତି । ଏଠି ରାମରାଜ୍ୟ ପରିବର୍ତ୍ତେ ସବୁଆଡ଼େ ଚାଲିଛି ରାବଣର ରାଜ୍। ବଡ଼ ଦୁଃଖର ଓ ବଡ଼ ଦୁର୍ଭାଗ୍ୟର ବିଷୟ ଏଠି ସବୁକାମ କେବଳ ଫାଇଲ୍ ଆଉ ଫାଇଲ୍ ରେ ହିଁ ଚାଲିଛି। ଆଉ ସେମାନଙ୍କୁ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ସମ୍ବିଧାନ ଦେଉଛି ସୁରକ୍ଷା । ଏଠି ପ୍ରତିବାଦ କରିବାର ନାହିଁ କାହାର ସତ୍‌ସାହାସ । ଯଦି କେହି ପ୍ରତିବାଦ କଲା ତ ସେ ହେଲା ଏମାନଙ୍କ ଚଲାପଥରେ କଣ୍ଟା ।ଏମିତିକି ତାକୁ ନିଜ ଚଲାପଥରୁ ଉପାଡି ଫୋପାଡିବା ପାଇଁ ମସୁଧା କରା ଯାଉଛି। ତେଣୁ ସବୁଆଡେ ଆଜି ଦୁର୍ନୀତିର ବାଜା ଓ ଢୋଲ ବାଜୁଛି।
       
                  ଆଉ ଏକ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ହେଉଛି -ଏଠି ଜ୍ଞାନୀ ଗୁଣୀମାନେ ଅପମାନିତ, ଜଣେ ମୂର୍ଖ ଆଜି ହେଉଛି ସମ୍ମାନିତ। ଫଳରେ ସେମାନେ ନିର୍ଭୟରେ ତାଙ୍କର ଲୋଲୁପ ଦୃଷ୍ଟି ଓ ଗୋଟିଏ ପରେ ଗୋଟିଏ କଳାଙ୍କର ଗଙ୍ଗାରେ ନିଜକୁ ଧୋଇ ହେଉଛନ୍ତି। ଯେଉଁ ମାଟିରେ ବୀର ସୁଭାଷ ଚନ୍ଦ୍ର ବୋଷ୍‌ଙ୍କର ଜନ୍ମ, ଯେଉଁମାଟିରେ ଶାନ୍ତିର ଦୂତ ଲାଲ୍ ବାହାଦୂର୍‌ ଶାସ୍ତ୍ରୀ ଜନ୍ମ, ଯେଉଁ ମାଟି ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଆମ୍ବେଦ୍ କର୍,ସରଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ଓ ସର୍ବପଲ୍ଲୀଙ୍କ ପରି ସୁଯୋଗ୍ୟ ସନ୍ତାନ ମାନଙ୍କୁ ଦେଶ ତଥା ବିଶ୍ୱର ହିତ ନିମନ୍ତେ ଉତ୍ସର୍ଗ କରିଥିଲେ  ସେ ମାଟି ଆଜି ଭୂଲୁଣ୍ଠିତ। ଏଇ ଭାରତ ମାତାର ପୂର୍ବ ଗୌରବ ଫେରାଇ ଆଣିବାର ସମୟ ଆସି ଆମ୍ଭ ମାନଙ୍କ ନିକଟରେ ଉପନୀତ। ଉଠ ; ଜାଗିଉଠ ଓ ଜାଗ୍ରତ ହୁଅ। ହେ ମୋର ପ୍ରିୟ ଭାରତ ବାସୀ !! ତୁମର କ'ଣ ମନେ ପଡୁନି ଅତ୍ୟାଚାରୀ ଷୋଡଶ ଲୋକର ଗାଦିଚ୍ୟୁତ କାହାଣୀ  !  ତୁମର କି ମନେ ପଡୁନି ବ୍ରିଟିଶ୍‌ ମାନଙ୍କ ରାତି ଅଧିଆ ପଳାୟନର କାହାଣୀ ! କୌଣସି ଦେଶର ଗଣ ଶକ୍ତି ଯେତେବେଳେ ଜାଗି ଉଠେ ତାକୁ କ'ଣ କିଏ ରୋକି ପାରିଛି !
       ଆସ ଆମେ ସମସ୍ତେ ଏକଜୁଟ ହେବା ଓ ନିଜକୁ ବଦଳାଇବା । ଆମେ ଏକାଠି ହେବା, ଆମେ ଆଉ କୌଣସି ଅଦାଲତର ବିଚାରକୁ ଖାତିର କରିବା ନାହିଁ। ଚାଲନ୍ତୁ ଆମେ ଏକ ଅଦାଲତ ଗଢ଼ିବା ଯାହା ହେବ ଆମ ଭଳି ସମସ୍ତ ସାଧାରଣ ଜନତାର ଅଦାଲତ । କାହାର ନାଲିଆଖି କିମ୍ବା ଖୋସାମତ୍‌କୁ ଆମେ ମାନିବା ନାହିଁ କାରଣ ଏଠି ସମସ୍ତେ ଖଜୁରି ଗଛ। ଆସ ଆମେ ହିଁ ଦୋଷୀକୁ ଦଣ୍ଡ ଦେବା ଓ ଦୁର୍ନୀତିକୁ ମୂଳରୁ ଉପାଡି ଫୋପାଡ଼ି ଦେବା, ଏକ ସ୍ବଚ୍ଛ ସୁନ୍ଦର ଦୁର୍ନୀତି ମୁକ୍ତ ଭାରତ ଗଠନ କରିବା ।ଆସନ୍ତୁ ଆଉ ଏକ ଋଷ୍‌ ବିପ୍ଳବ ଓ ଫରାସୀ ବିପ୍ଳବକୁ ସଂଗଠିତ କରିବା।
          ଆସନ୍ତୁ ଆମ ଭିତରୁ ଆଉ ଏକ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କୁ ଖୋଜିବା ଯାହାଙ୍କ ବଳିଷ୍ଠ ନେତୃତ୍ବରେ ଗଠନ କରିବା ଆଉ ଏକ ଆଜାଦ୍‌ ହିନ୍ଦ୍‌ ଫଉଜ । ତେବେ ଯାଇ ଆମେ ଏ ବୀରଭୂମି,ଦେବଭୂମି ଭାରତକୁ, ଟୁଜିସ ସ୍ପେକ୍ଟ୍ରମ୍, କୋଇଲା ଓ କଳାଧନ ଭଳି ମହା ଦୁର୍ନୀତିରୁ ରକ୍ଷା କରିପାରିବା।

ଦହପାଣିଆ, 

ତିହିଡି. ଭଦ୍ରକ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।