କାମଦେବ ମହାରଣା
ଅନେକ ଦିନପରେ ଆଜି ବୋଉ କଥା ମନେ ପଡ଼ିଲା।ଇଚ୍ଛା ନଥାଇ ବି ଅନେକଙ୍କୁ ଭୁଲିବାକୁ ହୁଏ। ସୁଖରେ ଦୁଃଖରେବି।ମନେ ପଡ଼ିବା ଆଉ ଭୁଲିଯିବା,ସମୟର ଦୁଇଟି ସ୍ଵତଃ ଘଟିତ ଘଟଣା। କେହି ସ୍ନେହୀ ସନ୍ଦେହୀ ପ୍ରଶ୍ନ କରିପାରେ। କିଓ କଣ ହେଲା! ଘର ଭିତରର ପାଣି ପାଗ ଭଲ ନାହିଁ କି? ଫେସ୍ ବୁକ୍ ରେ ତୁମେ ରେଣୁଏ ବାଲି ପକେଇଲେ ପାହାଡ଼ଟିଏ ପାପୁଲିରେ ବୋହିବା ସାର । ଛାଡନ୍ତୁ.....ହଁ,ବୋଉ କଥା।
ବୋଉ ଥିଲା ଆମ ଗାଁ ର ବିଚିତ୍ର ପ୍ରାଣୀଟିଏ।ସପ୍ତାହକୁ ଛ' ଦିନ ଓଷା କରିବ । ତା' ପୂଜା ପାଠ ପାଇଁ ପତ୍ର - ଫୁଲ - ଫଳ ଖୋଜି ଖୋଜି ମୋ ପିଲାଦିନଟା ଗଲା । ସେଥିରେ ପୁଣି ଗାଈ ଗୋବରର କାମ । ଯୋଗୀ ଭିକରୀଙ୍କୁ ନେଇ ତା'ର ଗୋଟେ ବିଚିତ୍ର ଉତ୍ସୁକତା । ତା' ଘରୁ କେହି ଖାଲି ହାତରେ ଫେରିବେନି। ତା' ସାଙ୍ଗକୁ ବହିପଢ଼ା ଓ ଗୀତବୋଲା । ପଚାଶ ଦଶକରେ ସେ ବାହା ହୋଇ ଆସି ଥିଲା ବାଲିଦୋକାନରୁ ବଡଗୋଲା । ପାଲା ଗାୟକ ବାପର ସାନ ଝିଅରୁ ଭଗିଆ ମହାରଣାର ସାନ ବୋହୂ ।
କେତେ ପାଠ ପଢି ଥିଲା କେଜାଣି । ଯୋଡାଏ କାଳିଆ ଭୁସୁଣ୍ଡା ବୋଝିଆ ଅନ୍ୟ ଜାନି- ଯୌତୁକ ସାଙ୍ଗରେ ବୋହି ଆଣିଥିଲେ ପେଡିଏ ବହି । ସେଥିରେ ଛୁଞ୍ଚି କାମର କାନ୍ଥ ପଟି ସାଙ୍ଗରେ ଖୁଲଣା ସୁନ୍ଦରୀ,ସାହାଡ଼ା ସୁନ୍ଦରୀ, ଦାଢ୍ୟତା ଭକ୍ତି,ସୀତା ଚୋରି,ରାମ ବନବାସ, ଜାତକ କାହାଣୀ ଇତ୍ୟାଦି ଇତ୍ୟାଦି ବହି। ସେ ନିଜେ ଥିଲା ଗୋଟେ ଗୀତ କ୍ୟାସେଟ୍ । ଥରେ ଚାଲୁ କରିଦେଲେ ଗଲା ।ବୋଉର ଟିକିଏ ଉଛୁର ହେଲେ କୁଆଁର ପୁନେଇଁ ରାତିିରେ ନାହାକ ଘର ବଡ ବୁଢ଼ା ପଚାରେ ତା' ସାନ ବୋହୂକୁ, ମା'- ବଢେଇ ଘର ସାନ ବୋହୂ
ଆଜି ଜହ୍ନ ଦାଣ୍ଡକୁ ଅାସିନି କି !! ଆଜି ବୋଉ କାହିଁକି ମନେ ପଡ଼ିଲା କେଜାଣି !!
ବୋଉ ଥିଲା ଆମ ଗାଁ ର ବିଚିତ୍ର ପ୍ରାଣୀ ଟିଏ।ସପ୍ତାହକୁ ଛ' ଦିନ ଓଷା କରିବ।ତା ପୂଜା - ପାଠ ପାଇଁ ପତ୍ର - ଫୁଲ - ଫଳ ଖୋଜି ଖୋଜି ମୋ ପିଲାଦିନ ଟା ଗଲା।ସେଥିରେ ପୁଣି ଗାଈ ଗୋବର ର କାମ। ଯୋଗୀ ଭିକରୀଙ୍କୁ ନେଇ ତାର ଗୋଟେ ବିଚିତ୍ର ଉତ୍ସୁକତା।ତା ଘରୁ କେହି ଖାଲି ହାତରେ ଫେରିବେନି।
ତା ସାଙ୍ଗକୁ ବହିପଢ଼ା। ଗୀତବୋଲା।
ପଚାଶ ଦଶକରେ ସେ ବାହା ହୋଇଆସିଥଲା ବାଲିଦୋକାନରୁ ବଡଗୋଲା।ପାଲା ଗାୟକ ବାପର ସାନ ଝିଅ ରୁ ଭଗିଆ ମହାରଣା ର ସାନ ବୋହୁ ।
କେତେ ପାଠ ପଢିଥିଲା କେଜାଣି।ଯୋଡାଏ କାଳିଆ ଭୁସୁଣ୍ଡା ବୋଝିଆ ଅନ୍ୟ ଜାନି- ଯୌତୁକ ସାଙ୍ଗରେ ବୋହି ଆଣିଥିଲେ ପେଡିଏ ବହି।ସେଥିରେ ଛୁଞ୍ଚି କାମ ର କାନ୍ଥ ପଟି ସାଙ୍ଗରେ ଖୁଲଣା ସୁନ୍ଦରୀ,ସାହାଡ଼ା ସୁନ୍ଦରୀ, ଦାଢ୍ୟତା ଭକ୍ତି,ସୀତା ଚୋରି,ରାମ ବନବାସ, ଜାତକ କାହାଣୀ ଇତ୍ୟାଦି ଇତ୍ୟାଦି ବହି।
ସେ ନିଜେ ଥିଲା ଗୋଟେ ଗୀତ କ୍ୟାସେଟ୍।ଥରେ ଚାଲୁ କରିଦେଲେ ଗଲା।ବୋଉର ଟିକିଏ ଉଛୁର ହେଲେ କୁଆଁର ପୁନେଇ ରାତିିରେ ନାହକ ଘର ବଡବୁଢ଼ା ପଚାରେ ତା ସାନ ବୋହୂକୁ, ମା'- ବଢେଇଘର ସାନ ବୋହୁ
ଆଜି ଜହ୍ନ ଦାଣ୍ଡ କୁ ଅାସିନି କି!!
ଆଜି ବୋଉ କାହିଁକି ମନେ ପଡ଼ିଲା କେଜାଣି!!
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।