ଚିଣ୍ଟୁ ସେଠୀ
....କଟକର ଏକ ସାଧାରଣ ଗଳି ରାସ୍ତାରେ ଠିଆ ହୋଇଥାଏ ମୁଁ । ସବୁଦିନ ପରି ଚଳଚଞ୍ଚଳ ଥାଏ ପରିବେଶ । ସମୟ ନିଜର କୌଣସି କାମରେ ବ୍ୟସ୍ତ ଥିବା ପରି ଶିଘ୍ର ଶିଘ୍ର ଚାଲି ଯାଉଥାଏ । ରାସ୍ତା କଡରେ ବୁଲା କୁକୁରମାନେ ନିଜର ଖାଦ୍ୟ ସଂଗ୍ରହ ପାଇଁ ଝଗଡା ଆରମ୍ଭ କରିଦେଇଥାନ୍ତି.....
କାଲି ଦୀପାବଳୀ । ଘରକୁ ଫେରୁଥାଏ ମୁଁ । କିଛି ସମୟ ବସ୍କୁ ଅପେକ୍ଷା କରିବାକୁ ହେବ...।। ଟିକେଟ କରି ସାରି ଟିକେ ଏଣେତେଣେ ବୁଲିବାକୁ ବାହାରକୁ ବାହାରି ଆସିଲି । ରାସ୍ତା କଡରେ ବସିଥିବା ଦୀନ ଦୁଃଖୀ ମାନଙ୍କୁ ଦେଖି ଭଗବାନଙ୍କ ଉପରେ ରାଗ ଆସି ଯାଉଥାଏ ମୋର..। ପୁଣି ରାଗ ଆସିଯାଉଥାଏ ସେମାନଙ୍କ ବ୍ୟବହାର ଦେଖି..। ଟଙ୍କା ନଥିଲେ ବି ସେମାନେ ବୁଝିବାକୁ ନାରାଜ...। "ପୁଅ ଭଗବାନ ତୋର ମଙ୍ଗଳ କରିବେ ମତେ ଟଙ୍କାଟିଏ ଦେଲେ..." ।। ଏମିତିରେ ବି ଭଗବାନ ସମସ୍ତଙ୍କର ମଙ୍ଗଳ କରୁଛନ୍ତି କେବଳ ମତେ ଛାଡି...
ଏମାନଙ୍କ ଉପରୁ ଦୃଷ୍ଟି ଫେରାଇ ଆଣିବା ବେଳକୁ ପୁଣି ନଜର ଅଟକି ଗଲା କିଛି ଦୂରରେ ଥିବା ଅଳିଆ ଗଦା ପାଖରେ ।। ଏପରି କିଛି ଦେଖିବି ବୋଲି କେବେ ମୁଁ ଆଶା କରିନଥିଲି , ମନ ମୋର ଆନ୍ଦୋଳିତ ହେବାକୁ ଲାଗିଲା....
ଦେହରେ ଚିରା ଫଟା ପେଣ୍ଟ, ସାର୍ଟ୍ କହିଲେ କେବଳ ଚିରା କପଡାକୁ ବୁଝାଉଛି ଯାହାକି ବେକରେ ଝୁଲୁଛି ଦଲକାଏ ପବନ ରେ ଉଡିଯାଇ ପାରେ । ପ୍ରାୟ ୮ବର୍ଷ ର ଗୋଟେ ଛୋଟ ପିଲା, ସେଇ ଅଳିଆ ଗଦାରୁ କିଛି ଖୋଜୁଛି ଆଉ ଅମୁଲ୍ୟ ଦ୍ରବ୍ୟ କିଛି ପାଇଗଲେ ତାକୁ ନେଇ ବ୍ୟାଗ ରେ ପୁରାଇ ଦେଉଛି ....
ଆଗ୍ରହ ସମ୍ଭାଳି ନ ପାରି ଯାଇ ଠିଆ ହେଲି ତା ଠାରୁ କିଛି ହାତ ଦୂରରେ । କିଛି ସମୟ ପରେ ସେ ମତେ ଦେଖିଲା, ଆଉ ତା'ର ସେ ଚାହାଣି ମତେ ବହୁତ କିଛି କହିବାକୁ ଚାହୁଁଥିଲା ହେଲେ ପାଟି କିଛି କହିବାକୁ ଇଛା କରୁ ନଥିଲା..। ଶେଷରେ ମୋ ପାଟିରୁ ବାହାରି ଆସିଲା.....
କଣ ଖୋଜୁଛୁ ??
ସେ- କାଳେ କିଛି ମିଳିଯାଇ ପାରେ..
ମୁଁ- କ'ଣ ଦରକାର ତୋର,ପୋଷାକ ନେବୁ..??
ସେ- ନା ମା ପୋଷାକ ମା ଆଣିଦେବ ।
ମୁଁ- ମା କୋଉଠୁ ଆଣିବ.??
ସେ- ମା ଯେଉଁଠି କାମ କରେ..., ଟିକେ ଚିରି ଯାଇଥାଏ ହେଲେ
ମା' ସିଲେଇ କରିଦିଏ ହେଇଯାଏ ମୋର...
ପୁଣି କିଛି ଦେବାକୁ ଇଛା ହେବାରୁ ଆଉ କାଲି ଦୀପାବଳୀ ଥିବାରୁ ମୋ ପାଟିରୁ ବାହାରି ଆସିଲା...
ବାଣ ନେବୁ..??
ସେ- ହଁ । ହେଲେ ଦୀପାବଳୀ ପୂର୍ବରୁ ନୁହେଁ,ଦୀପାବଳୀ
ପରଦିନ ରାସ୍ତାରେ ପଡିଥିବା ବାଣ ମୁଁ ନେବି ।
ପୁଣି ପଚାରିଲି,
ମିଠାଇ ନେବୁ କି..??
ସେ- ନା ମୁଁ ମିଠାଇ ଖାଏନା କେବଳ ଦୋକାନ ରେ ଦେଖିକି
ଖୁସି ହେଇଯାଏ ।
ଲାଗୁଥାଏ ସତେ ଯେମିତି କି ମୋ ଛାତି ଭିତରେ କେହି କରତ ରେ କାଟି ଦେଉଛି...।। ପାଟିରୁ ଆଉ କିଛି ଭାଷା ବାହାରି ନଥିଲା ମୋର....
ଶେଷରେ ବସ୍କୁ ଫେରିଲି ପିଲାଟି ହାତରେ କିଛି ଟଙ୍କା ଦେଇ,ଆଉ ତା' ଠାରୁ କିଛି ଦୁଃଖ ଆଣିଲି ଯାହାକି ସମୁଦ୍ରକୁ ଶଙ୍ଖେ ପରି ଥିଲା...
କୁଆଁରପଡ଼ା, ଗରଜଙ୍ଗା,
ମାର୍ଶାଘାଇ (କେନ୍ଦ୍ରାପଡ଼ା)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।