ସଂଗ୍ରାମ କେଶରୀ ରାଉତରାୟ
ନିଶିଥ ରଜନୀ ନିଦ୍ରା ଖୋଜୁ ଖୋଜୁ ପାହାନ୍ତି ତାରା ଦିଶୁଛି।
ଜୀବନ ମୋହର ଶୁଣିଲାନି କେବେ
କାହାର କଅଁଳ ସ୍ୱର।
ଶାନ୍ତନାର ଗଦ ଖୋଳୁ ଖୋଳୁ କେବେ
ଆସିଯିବ ଅନ୍ଧକାର।
ସମୟ ତ ମୋତେ ନିଷ୍ଠୁର ଭାବେ
ପଥ ର ପଥର କଲା।
ଯିଏ ସେ ପଥ ର ପଥଚାରୀ ହେଲା
ପାଦ ରଖି ଚାଲିଗଲା।
କି ଅନ୍ତରଦାହେ ନିଜକୁ ଜାଳୁଛି
କିଏ ବା ବୁଝିଛ ସତେ।
ମୁଁ ଆଜି ଡରୁଛି ମୋ ନିଜ ଛାଇକୁ
ଅନ୍ଧାର ପେଟରୁ ସକାଳ ଆସଇ
ଆଣେ ନୂତନତ୍ଵ ଧାରା।
ସୁରୁଜ ବୁଣଇ ସୁନାର ମୁରୁଜ
ହସି ଉଠେ ପରା ଧରା।
ନବଚେତନାର ଉନ୍ମାଦ ଭିତରେ
ଆସେ ନୂଆ ସମ୍ଭାବନା।
ସେପରି ସୁଯୋଗ ଆସିବ ଜୀବନେ
ଉଡିବ ବିଜୟ ବାନା।
ଶିଶୁଆ, ଓଲଟପୁର, କଟକ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।