ଉଷାରାଣୀ ପଣ୍ଡା
ମୂଲ୍ୟବୋଧର ସତ୍କର୍ମୀ ଆଦର୍ଶଦ୍ୟୋତକ
କର୍ମଠ କର୍ମଚାରୀ ଚରିତ୍ରର ସୁଧାରକ ।
କର୍ତ୍ତବ୍ୟର ପରାକାଷ୍ଠା ବିଶ୍ବାସୀର ବନ୍ଧୁ
ଦୃଢତାର ବତୀଘର ସାହସର ସିନ୍ଧୁ ।
ଗୁଣବାନ ବିବେକର ଅଭିଚ୍ଛେଦ୍ୟ ଅଙ୍ଗ
ବିଷାଦର ସହାୟକ ଅଧର୍ଯ୍ଯର ମଙ୍ଗ।
ସଦାଚାରୀର ଅନ୍ବେଷୀ ବିପନ୍ନର ଆଶା
ଆବେଶର ଆଶ୍ବାସନା ବ୍ୟସ୍ତର ଭରସା ।
ହୃଦୟ ଭାବାବେଶର ସୁମାର୍ଗଦର୍ଶକ
ଧର୍ମର ଆଶ୍ରୟ ସ୍ବଭାବୀର ବିଜ୍ଞାପକ।
ନୀତି ନିୟମର ପ୍ରେରଣାର ଉତ୍ସର୍ପଣ
ସଚେତନାର ସଂଯମୀ ସଂସ୍କୃତି ସମ୍ପନ୍ନ ।
ସୋମପେଣ୍ଟା (ଆନ୍ଧ୍ର ପ୍ରଦେଶ )


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।