କବିତା ମହାନ୍ତି
ପ୍ରଧାନ ଶିକ୍ଷୟିତ୍ରୀ
ଅଙ୍କାବଙ୍କା ତାର ସର୍ପିଳ ପଥରେ
କେତେ ବାଧାବିଘ୍ନ ସହି
ଝରଝର ହୋଇ ଝରୁଛି ଝରଣା
ସୁଶୀତଳ ଜଳ ଦାନ
ତଟବର୍ତ୍ତୀ ତାର ସବୁଜ ବନାନୀ
କରୁଛି ଅମୃତ ପାନ
ସିରି ସିରି ବହେ ଶୀତଳ ପବନ
ବାଣ୍ଟେ ମଧୁ ସମୀରଣ
ଫୁଲକୁ ଝୁଲାଏ ପତ୍ରକୁ ହଲାଏ
ମଳୟ ଖୋଜେ ଚନ୍ଦନ
ଝିପିଝିପି ବର୍ଷା ମାଟିକୁ ଛୁଇଁଲେ
ଛୁଟେ ମଧୁର ମହକ
ଭିଜାଇ ଦେଇ ସେ ମାଟିର ହୃଦୟ
ଗୁଣୁଗୁଣୁ ଗାଇ ମଧୁପ ଆନନ୍ଦେ
ମଧୁ ପାନେ ଆତ୍ମତୃପ୍ତି
ସର୍ବଜନେ ବାଣ୍ଟି ମହୁଆ ମହୁକୁ
ମୁଖେ ଫୁଟାଏ ସେ ଦୀପ୍ତି
କେରି କେରି ଧାନ କାଟୁଛି କୃଷକ
ଶ୍ରମ ତା' ଅମୂଲ ମୂଲ
ସାରାଜଗତକୁ ଅନ୍ନଦାନ ଦିଏ
ସାଇଲୋ ଝାରପଡା ଉପ୍ରା ବିଦ୍ୟାଳୟ
କଣ୍ଟାପଡା କଟକ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।