ମନୋରମା ହାତୀ
ଭାରତର ସେଇ
ଅମର ଆତ୍ମା ଗାନ୍ଧୀଙ୍କୁ
କେତେଦିନ ଅପେକ୍ଷା କରିଥିବା
ପୁଣି ଏକ
ନୂତନ ଗାନ୍ଧୀଙ୍କର ଜନ୍ମକୁ
ନିରବରେ ନିରବରେ
ଯେତେ ଅନ୍ୟାୟ ଅତ୍ୟାଚାର
ଧର୍ଷଣ ଲୁଣ୍ଠନ
କେତେଦିନ ସକାଳର
ଚା' କପ୍ ହାତରେ ଧରି
ଖବରକାଗଜର ପୃଷ୍ଠା
ଓଲଟାଉ ଓଲଟାଉ
ଚର୍ଚ୍ଚା କରୁଥିବା
ଦୁର୍ନୀତିରେ ଭରା ରାଜନୀତିର
କେତେ ଦିନ ଲାଞ୍ଚ ନେଇ
ଭୋଟ ଦେଉଥିବା
ଆମର ଭବିଷ୍ୟତ ନିର୍ମାଣକାରୀଙ୍କୁ
ପ୍ରଦର୍ଶିତ କରୁଥିବା
ନିଜର ଅସହାୟ ପଣକୁ
ଟେଲିଭିଜନର ଖୋଲା ପରଦାରେ
ସର୍ବଜନ ସମ୍ମୁଖରେ
କେତେଦିନ ରାଜନେତା ମାନଙ୍କର
କୂଟନୀତି ଭରା
ଆଇନର ବୁଢୀଆଣୀ
ଜାଲରେ ଛନ୍ଦି ହେଇ
ଦୋଷ ଦେଉଥିବା ସରକାରକୁ
କେତେଦିନ ନିଜର
ପ୍ରାଣପ୍ରିୟ ମହାନ୍ ପବିତ୍ର ଭାରତ ଭୂମିକୁ
ଠେଲି ଦେଉଥିବା
ମୁଖା ପିନ୍ଧା ଅତ୍ୟାଚାରୀ
ଫିରିଙ୍ଗି ମାନଙ୍କୁ
କେତେଦିନ ଏମାନଙ୍କୁ
ପୋଷଣ କରି ଚାଲିଥିବା
ଦାନା ପାଣି ଦେଇ
ଆମ ଅଜାଣତରେ
ଆମ ଗହଣରେ
ଗାନ୍ଧିଜୀ ନ ଥିଲେ କଣ ହେଲା
ତାଙ୍କ ଆଦର୍ଶ ତ ଅଛି
ତାଙ୍କ ଆଦର୍ଶ କ'ଣ ଯଥେଷ୍ଟ ନୁହେଁ
ରାମରାଜ୍ୟଟେ ଗଢି ଦେବା ଲାଗି
ଏବେ ସମୟ ଆସିଛି
ସୁପ୍ତରୁ ଜାଗ୍ରତ ହେବାର
ସାଧାରଣ ଜନତାରୁ
ବିପ୍ଳବୀ ସାଜିବାର
ନୂତନ ଭାରତର
ସୂର୍ଯ୍ୟୋଦୟ ଲାଗି
ମହୋତ୍ସବ ଆୟୋଜନ କରିବାର
ସି. ଆର୍. ଆର. ଆଇ ,କହ୍ନେଇପୁର, କଟକ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।