12/03/2018

ଚନ୍ଦ୍ରମା

ଶୁଭସ୍ମିତା ବେହେରା
ଅାଗୋ ଚନ୍ଦ୍ରମା !
ଥରେ ଫେରି ଅାସନା ମୋ ପାଖକୁ
ଦିହେଁ ମିଶି ଗପିବା ଅନେକ କଥା
ଲେଖିବା ଅନେକ କାହାଣୀ
ଦେଶ ବିଦେଶର
ଘର ସଂସାରର
ଭାଇ ଭଉଣୀର
ବନ୍ଧୁ ବାନ୍ଧବୀର
ପ୍ରେମ ଓ ପ୍ରଣୟର ।
ଆଗୋ ଚନ୍ଦ୍ରମା !
ମୋ ମନ କଥାକୁ
ନିବିଡ଼େ ଥରେ ଭାବନା
ଭଲ ଲାଗେ ଭାବନା ରାଇଜେ
ବିଚରଣ କରିବାକୁ ମୋତେ
ଖାସ୍ ସେଇ ସକାଶେ
ତୁମ ସହ ସାଥୀ ହୋଇ
ବୁଲିବାକୁ ମନ ।
କଥା ଦିଅନା                                       
ତୁମେ କେବେ ଛାଡ଼ିବନି
ମୋ ହାତ
ସେ ଅବିବେକୀ 
ମଣିଷଟା ପରି ।
ଜେନାପୁର,ଯାଜପୁର

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।