12/03/2018

ରତ୍ନ ଅମୁଲ୍ୟ ତୁ ଛୋଟ ଫୁଲ



ସୁମନ କୁମାର ପଣ୍ଡା 
ତୁ ଛୋଟ ଫୁଲ ଶରୀର କୋମଳ                                
ବାସ ତୋ ଅମୂଲ ମୂଲ ,
ବଗିଚା ରାଇଜେ ତୁ ସୁନ୍ଦରୀ ରାଣୀ
ତୋତେ ମୁଁ ପାଉଛି ଭଲ ।

ଆଖି ଚାହାଣୀରେ ନେଉଛୁ ତୁ କିଣି
କଅଁଳ ହୃଦୟେ ଦେଉଛୁ ତୁ ହାଣି ,
କିଏ ସେ ଗଢ଼ିଛି...
କେମିତି ବିନ୍ଧାଣୀ...
ଦଇବ ବିଧାତା...
ସରଗର ମଣି  ...?.?

ତୋତେ ଦେଖି ମୋର
ଦିନ ଯାଏ ସରି...,
ରାତି ଆସି ହେଲେ...
ତୋ ସପନରେ
ନିଦ ଯାଏ ଘାରି  ।

ତୁ ତ ମୋହରି...                                  
କଥା କୁହା ଶାରୀ ,
ତୋ କଥାରେ...
ମୋ କଥା ଯାଏ ହାରି  ।

ମୁଁ ତ ଗୋଟିଏ...
ବୁଢ଼ୀ ବରଗଛ ,
ତୁ ଗୋଟିଏ ...
ଫୁଲ ଲତାର କୁମାରୀ  ।

ସୁଖେ ରହିଥାଆ ...
ସୁଖ ବରଷି ଯା'...,
ଜୀବନ ଭରି...
ଜୀବନେ ସବୁରି  ।

ପାଠ ତୁ ପଡ଼ିବୁ ...
ଆମ୍ଭେ ଆନନ୍ଦ ହେବୁ...
ପ୍ରତି ମୁହୂର୍ତ୍ତରେ ହସିବୁ...
ସୁଖ ଦୁଃଖରେ ବି ତୁ ଥିବୁ ।

ଏଇତ ମୋହ ମାୟା...
ବିଛାଇ ଦେ' ତୋ' କାୟା...
ତୁ ପରା କନ୍ୟା ଅମୁଲ୍ୟ ରତ୍ନ...
ପାଳୁଥିବୁ ଆମ୍ଭେ କରି ଅତି ଯତ୍ନ ।
      
ଝରିଗ୍ରାମ, ନବରଙ୍ଗପୁର 

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।