ସୁମନ କୁମାର ପଣ୍ଡା
ବାସ ତୋ ଅମୂଲ ମୂଲ ,
ବଗିଚା ରାଇଜେ ତୁ ସୁନ୍ଦରୀ ରାଣୀ
ତୋତେ ମୁଁ ପାଉଛି ଭଲ ।
ଆଖି ଚାହାଣୀରେ ନେଉଛୁ ତୁ କିଣି
କଅଁଳ ହୃଦୟେ ଦେଉଛୁ ତୁ ହାଣି ,
କିଏ ସେ ଗଢ଼ିଛି...
କେମିତି ବିନ୍ଧାଣୀ...
ଦଇବ ବିଧାତା...
ସରଗର ମଣି ...?.?
ତୋତେ ଦେଖି ମୋର
ଦିନ ଯାଏ ସରି...,
ରାତି ଆସି ହେଲେ...
ନିଦ ଯାଏ ଘାରି ।
ତୁ ତ ମୋହରି...
କଥା କୁହା ଶାରୀ ,
ତୋ କଥାରେ...
ମୋ କଥା ଯାଏ ହାରି ।
ମୁଁ ତ ଗୋଟିଏ...
ବୁଢ଼ୀ ବରଗଛ ,
ତୁ ଗୋଟିଏ ...
ଫୁଲ ଲତାର କୁମାରୀ ।
ସୁଖେ ରହିଥାଆ ...
ସୁଖ ବରଷି ଯା'...,
ଜୀବନ ଭରି...
ଜୀବନେ ସବୁରି ।
ପାଠ ତୁ ପଡ଼ିବୁ ...
ଆମ୍ଭେ ଆନନ୍ଦ ହେବୁ...
ପ୍ରତି ମୁହୂର୍ତ୍ତରେ ହସିବୁ...
ସୁଖ ଦୁଃଖରେ ବି ତୁ ଥିବୁ ।
ଏଇତ ମୋହ ମାୟା...
ବିଛାଇ ଦେ' ତୋ' କାୟା...
ତୁ ପରା କନ୍ୟା ଅମୁଲ୍ୟ ରତ୍ନ...
ପାଳୁଥିବୁ ଆମ୍ଭେ କରି ଅତି ଯତ୍ନ ।
ଝରିଗ୍ରାମ, ନବରଙ୍ଗପୁର


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।