ରୁତେନ୍ଦ୍ର ସିଂ
ନାଁଟି ମୋହର ମତେ ତ ଅଜଣା
ସମସ୍ତେ ଡାକନ୍ତି ମତେ ପାଗଳ
ଚିରା- ପ୍ୟାଣ୍ଟ, ଫଟା-ସାର୍ଟ
ମୁଣ୍ଡେ ମୋ ମେଞ୍ଚେ କୁଂଚୁ କୁଂଚି ବାଳ
ଏଇ ରୁପେ ବେଶେ ମୁଁ ସଭିଙ୍କୁ ତ ଜଣା ।।
ଲୋକେ କୁହନ୍ତି !
ବୁଲା କୁକୁର ଙ୍କ ସାଥୀ ଯେ ମୁହିଁ
ଜାଣେନା କଣ ପାଈଁ ? କୁହନ୍ତି ଯେ କାଇଁ...
ଦୁର-ଦୁର,ଯା-ଯା ଶବ୍ଦ ଅଛି ମୋ ପାଈଁ ଯହିଁ
ହୀନ ମନ୍ୟତାର ଶିକାର ଯେ ମୁହିଁ ।।
ହେଲେ ବି ଶିକାର ନାହି ମୋ ଦୁଃଖ
କାହିଁ କି ନା ଯେ ମୁଁ ଅଟେ ପାଗଳ
ନା ଅଛି ମୋ ପାଖେ ଘର-ଠିକଣା
ନା ଅଛି ମୋ ପାଖେ ଚିନ୍ତା-ପାଉଣା ।।
ବାର ବୁଲା ଅଟେ ଏଇ ଫକୀର
ତା ପାଈଁ ନାହାନ୍ତି କଉ ସରକାର
ରାତି ପାଖେଈଲେ ,ରୋଡ-ସାଇଡ,ପାଖ-ଷ୍ଟେଶନ,ବସ -ଷ୍ଟାଣ୍ଡ ପାଲ୍ଟେ ତା ଘର ।।
ହେ ଭଗବାନ !
ସୁଖ-ଦୁଃଖ ଭରା ଏଇ ଦୁନିଆ
ଉଚ୍ଚ ନୀଚ୍ଚ ,ଭେଦ-ଭାବ ,ଆପଣା-ପର
ମୁଁ କିଛି ତ ଜାଣେନା
ଦିନ କି ରାତି,ଖରା କି ବରଷା ,ଡର ଅବା ଭୟ କିଛି ତ ମାନେ ନା ।।
ମୁଁ ମାନୁଛି !
କେବଳ ତମର ଅସ୍ତିତ୍ଵ କୁ
ତମର ଲୀଳା କୁ
ଯେଉଁଠି ମୁଁ ଆସିଛି ଅଳପ ଦିନ ର
ହେଇ କୁନିଆ ।।
ମିତ୍ରପୁର ,ବାଲେଶ୍ୱର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।