2/28/2022

ଆମ ନିର୍ବାଚନ ଆମ ହାତରେ

ରମ୍ଯାତ୍ମକ ଛୁଙ୍କଟିଏ ମାତ୍ର
ଛବିରାଣୀ ପତି 
ଅମାନିଆ ମନ ବୋଲ ମାନୁନାହିଁ
କହୁଛି ମୁଁ ନେତା ହେବି
ଛପର ଘରକୁ କୋଠା କରିଦେଇ
ଏ.ସିଟିଏ ଲଗାଇବି ।
ପୁରୁଣା ହେଲାଣି ସ୍କୁଟିଟି ତ ମୋର
ସଜାଡ଼ିବି କାହିଁ ଆଉ
ମାର୍କେଟ ନେଉଛି ଏବେ ଯୋଉ କାର୍
ଆଣି ଦେଖାଇବି ଭାଉ ।
ପ୍ଲଟ , ଫ୍ଲାଟ୍ ରଖିବି ବ୍ୟାଙ୍କ୍ ବାଲାନ୍ସ 
ଭବିଷ୍ୟ ସୁରକ୍ଷା ପାଇଁ
ଘିଅ ଖାଇ ହାତ ଦୁଧେ ଧୋଉଥିବି
ସରପଞ୍ଚ ହେଲେ ଯାଇଁ ।
ମିଛରେ ମୋ' ନାମେ ଟୁପୁରୁ ଟାପୁରୁ
ଲୋକେ ହେଉଛନ୍ତି କିଆଁ
ୱାର୍ଡମେମ୍ବର ଯେ କିବା ଗୋଟେ ପଦ
ଦେହେ ଲାଗିଯାଏ ନିଆଁ ।
ହେଲେ ହେବି ଯଦି ଜିଲ୍ଲା ପରିଷଦ
ନତୁବା ହେ ସରପଞ୍ଚ
ହାଇ କମାଣ୍ଡଙ୍କୁ ହାତେ ରଖିଦେଲେ
ଏଜେଣ୍ଡା ବାନ୍ଧିବ ମଞ୍ଚ ।
ରାସ୍ତାଘାଟ - ହାଟ ପୋଲ ପୋଖରୀ ଓ
ଯାବତ କିଳା ଭତ୍ତାରୁ
ଇନ୍ଦିରା ଆବାସ ଲାଟିନ୍ ମନରେଗା
କୁଢ଼ କୁଢ଼ ଯୋଜନାରୁ ।
ଭାରି ନାଳି ଏହି ପର୍ସେଣ୍ଟେଜ୍ କିମିଆରେ
ରାତାରାତି ବଡଲୋକ
ପିଲା ମୋର ଗଲେ ଫରେନକୁ ପଢ଼ି
ଦେଖିବେ ଜଗତ ଲୋକ ।
ଠୋଓ କରି ଶଦ୍ଦେ ସପନ ଭାଙ୍ଗିଲା
ନିଦରୁ ଉଠିଲି ଚିଁଇ
ଶାକୁଲେଇ ହେଇ କହିଲି ହଇଓ
ମାଇଣ୍ଡି ନଅଟ ମିଇଁ ।
ପାହାନ୍ତି ସପନ ସତ ହେବ ନିଶ୍ଚେ
ତୁମେ ଦେଲେ ପଚ୍ଛୁ ପେଲି
ଓଲେଇ ବିଲେଇ ମୂର୍ଖ କଳିହୁଡ଼ି
ଦେଲେଣି ପସରା ମେଲି ।
ହେବି ନାରୀନେତ୍ରୀ ସାଜି ମୁଁ ମଇତ୍ରୀ
ସଙ୍ଗେ ଉଠେଇବି ଫଟ
ଗରିବ କଂସାରେ ପଖାଳ ଖାଇବି
ମିଡ଼ିଆ ଦେଖିବେ ନାଟ ।
କାକୁତି ମିନତି କରିବି ଗୁହାରି 
ହାତ ଯୋଡ଼ି ପାଦେ ପଡି
ମଦ ମାଂସ ପୁଣି ପଇସାରେ କିଣି
ପାଞ୍ଚ ବର୍ଷ ଦେବି ରଡ଼ି ।
ମଧ୍ଯଶାସନ , ବିରିଡ଼ି ,ଜଗତସିଂହପୁର 
ଫୋ- ୯୩୩୭୯୬୦୦୬୦ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।