********************
ନିର୍ବାଚନ
ଓଃ ! ସମୟର କି ତାଳମେଳ ;
ରାଜନେତା ଓ ଜନତାଙ୍କ ସମ୍ପର୍କ
ସତେକି ମଧୁଚନ୍ଦ୍ରିକାର ମିଳନ
ନା , ଅସମୟରେ ଝଡ଼ର ଆକଳନ ,
ଏଠି ବିଶ୍ୱାସ ଭରସାର କାରବାରେ
ହୁଏ ଅନ୍ତର୍ଯୁଦ୍ଧର
ପରିକଳ୍ପନ ll
କି....ପ୍ରଚାର ପ୍ରସାର
ଦଳର ଅପ୍ରତ୍ୟାଶିତ ଚେଷ୍ଟା
ପାଇବାକୁ ନିଜ ଅଧିକାର ;
ପ୍ରେମ , ସମ୍ମାନ , ବିଶ୍ୱାସ
ଇସ୍ ! ରାଜନେତାଙ୍କ ସେଇ
କେଇ ପଦ ମଧୁର କଥାରେ
ଜନତାର ମନ ଆନନ୍ଦିତ
କିନ୍ତୁ ,
ଦୁଇ ପାଦ ପଛକୁ ଯାଇ ଦେଖେ ତ
ସେଇ କର୍ମ କୁଣ୍ଠିତ ଛବି
ଲାଂଛିତ ସିଏ
ନିଜ ଭାବନାରେ ହୁଏ ମର୍ମାହତ ll
ମଦ ମାଂସର ଆସର
ଚୋର , ଠକ ସବୁ କରନ୍ତି
ଟଙ୍କା କାରବାର ;
ରାଜନେତାଙ୍କ ମନବାଞ୍ଛା
ଭୋଟରେ ଜୟଯୁକ୍ତ ହେବାର
ଅହେତୁକ ଇଚ୍ଛା
କଳେବଳେ କଉଶଳରେ ,
ନୟନ ପିଛୁଳାକେ ଘଟିତ
କେତେ ଘଟଣା ଚକିତ
ଚିର ଅବିସ୍ମରଣୀୟ ll
ରାଜପଦର ପ୍ରାପ୍ତି ପରେ
ସତେକି ଆରମ୍ଭ ଲୁଚକାଳି ଖେଳ
ରାଜନେତା ଓ ଜନତାଙ୍କର
ରୁହେ ନାହିଁ ତାଳମେଳ ;
ନିଜ ସ୍ୱାର୍ଥ ପାଇଁ
ଜନତାଙ୍କୁ ଶୋଷି
କରୁଛନ୍ତି ସବୁ ଶେଷ ,
କେତେ ଯୋଜନା କେତେ ନିୟମ
ପ୍ରଶ୍ରୟ ନେଇ ଲୋଭର
ଦେଶର ସମ୍ବଳ
କଲେ ସର୍ବନାଶ
ରହିଯିବ ଖାଲି
ବାକି ଅବଶେଷ ll
ହେ....ଜନତା ଜ୍ୟୋତି
ପ୍ରଜ୍ୱଲିତ ହୋଇ ଗାଅ
ନିସ୍ଵାର୍ଥପରତାର ସ୍ତୁତି ;
ସାବାଳକ ତୁମେ ବାସ୍ତବ ନିର୍ମାତା
ଏ ଦେଶ ଭବିଷ୍ୟତର
ତୁମେ ରକ୍ଷାକର୍ତ୍ତା ,
ମତଦାନ ବେଳେ ନୟନକୁ ଫେଡ଼ି
ନିଃସ୍ଵାର୍ଥରେ ବାଛ
ସତ୍ୟତାର ରବି ;
ମିଛ ପ୍ରତିଶୃତିରୁ ଥିଲେ ଦୂରେଇ
ଗ୍ରାମଠୁ ସହର ଯାଏଁ
ରାଜନେତା ଓ ଜନତାଙ୍କ ସମ୍ପର୍କ
ସତେକି ମଧୁଚନ୍ଦ୍ରିକାର ମିଳନ
ନା , ଅସମୟରେ ଝଡ଼ର ଆକଳନ ,
ଏଠି ବିଶ୍ୱାସ ଭରସାର କାରବାରେ
ହୁଏ ଅନ୍ତର୍ଯୁଦ୍ଧର
ପରିକଳ୍ପନ ll
କି....ପ୍ରଚାର ପ୍ରସାର
ଦଳର ଅପ୍ରତ୍ୟାଶିତ ଚେଷ୍ଟା
ପାଇବାକୁ ନିଜ ଅଧିକାର ;
ପ୍ରେମ , ସମ୍ମାନ , ବିଶ୍ୱାସ
ଇସ୍ ! ରାଜନେତାଙ୍କ ସେଇ
କେଇ ପଦ ମଧୁର କଥାରେ
ଜନତାର ମନ ଆନନ୍ଦିତ
କିନ୍ତୁ ,
ଦୁଇ ପାଦ ପଛକୁ ଯାଇ ଦେଖେ ତ
ସେଇ କର୍ମ କୁଣ୍ଠିତ ଛବି
ଲାଂଛିତ ସିଏ
ନିଜ ଭାବନାରେ ହୁଏ ମର୍ମାହତ ll
ମଦ ମାଂସର ଆସର
ଚୋର , ଠକ ସବୁ କରନ୍ତି
ଟଙ୍କା କାରବାର ;
ରାଜନେତାଙ୍କ ମନବାଞ୍ଛା
ଭୋଟରେ ଜୟଯୁକ୍ତ ହେବାର
ଅହେତୁକ ଇଚ୍ଛା
କଳେବଳେ କଉଶଳରେ ,
ନୟନ ପିଛୁଳାକେ ଘଟିତ
କେତେ ଘଟଣା ଚକିତ
ଚିର ଅବିସ୍ମରଣୀୟ ll
ରାଜପଦର ପ୍ରାପ୍ତି ପରେ
ସତେକି ଆରମ୍ଭ ଲୁଚକାଳି ଖେଳ
ରାଜନେତା ଓ ଜନତାଙ୍କର
ରୁହେ ନାହିଁ ତାଳମେଳ ;
ନିଜ ସ୍ୱାର୍ଥ ପାଇଁ
ଜନତାଙ୍କୁ ଶୋଷି
କରୁଛନ୍ତି ସବୁ ଶେଷ ,
କେତେ ଯୋଜନା କେତେ ନିୟମ
ପ୍ରଶ୍ରୟ ନେଇ ଲୋଭର
ଦେଶର ସମ୍ବଳ
କଲେ ସର୍ବନାଶ
ରହିଯିବ ଖାଲି
ବାକି ଅବଶେଷ ll
ହେ....ଜନତା ଜ୍ୟୋତି
ପ୍ରଜ୍ୱଲିତ ହୋଇ ଗାଅ
ନିସ୍ଵାର୍ଥପରତାର ସ୍ତୁତି ;
ସାବାଳକ ତୁମେ ବାସ୍ତବ ନିର୍ମାତା
ଏ ଦେଶ ଭବିଷ୍ୟତର
ତୁମେ ରକ୍ଷାକର୍ତ୍ତା ,
ମତଦାନ ବେଳେ ନୟନକୁ ଫେଡ଼ି
ନିଃସ୍ଵାର୍ଥରେ ବାଛ
ସତ୍ୟତାର ରବି ;
ମିଛ ପ୍ରତିଶୃତିରୁ ଥିଲେ ଦୂରେଇ
ଗ୍ରାମଠୁ ସହର ଯାଏଁ
ଯିବ ବଦଳି ll
ଗଣ୍ଡିଦା , ରାଇରଙ୍ଗପୁର , ମୟୂରଭଞ୍ଜ (ଓଡ଼ିଶା)
ଗଣ୍ଡିଦା , ରାଇରଙ୍ଗପୁର , ମୟୂରଭଞ୍ଜ (ଓଡ଼ିଶା)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।