2/28/2022

ଶିବ ପ୍ରସାଦ

ବସନ୍ତ ମଞ୍ଜରୀ ଦାସ                                         
ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ 
ସତ୍ତ୍ଵ , ରଜ , ତମ ଠାରୁ ବି ଉତ୍ତମ
ଧବଳ ଶଇଳ ବାସୀ 
ମଙ୍ଗଳ ଭବନ ଅଇଶ୍ୱର୍ଯ୍ୟ ଧନ
ଦେଇପାରେ ନାହିଁ ଖୁସି ।

ଜଗତର ହିତ ଚିନ୍ତି ଉମା ନାଥ
ଆକଣ୍ଠ ଗରଳ ପିଇ
ପ୍ରେମ ପରିଭାଷା ପ୍ରସରଣେ ଯୋଷା
ସାଥେ ଗଲେ ଏକ ହୋଇ ।

ମୁଦ୍ରିତ ନୟନେ ବସି ଏକ ଧ୍ୟାନେ
ଭବ , ଭାବନାରେ ରତ
ରହି ଉଜାଗର ପାଳନ୍ତି ଜାଗର
ହରିଙ୍କୁ କରିବେ ପ୍ରୀତ ।

ହରି , ହର ଭେଟ ମେଣ୍ଟିବ ସଙ୍କଟ
ତମ , କୁ ଦୂରାଇ ଦେଲେ
ଅନ୍ତର ଅନ୍ଧାର କରିଦେଲେ ଦୂର
ତୃତୀୟ ନୟନ ଖୋଲେ ।

ଜୀବନର ତତ୍ତ୍ଵ ମାଟି ଏକା ସତ୍ୟ
ଜଣାଇବା ପାଇଁ ପରା
ବୁଲନ୍ତି ଶ୍ମଶାନ କରନ୍ତି ଲେପନ
ଧୂଳି , ବାଲି ଦେହ ସାରା ।

ଯଦି ଉପବାସ ରହୁଛ ଅବଶ୍ୟ
ରହସ୍ୟକୁ ବୁଝିଯାଅ
ଜଗତ କଲ୍ୟାଣ ପାଇଁ ତୁମ ମନ
ଅପର କଲ୍ୟାଣେ ଦିଅ ।
ସାଗବାରିଆ , ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।