ଆସିଲାରେ ଭୋଟ ମନ ଫଟଫଟ
ଲାଗିବ କା' ପାଖେ ମୋହର.....
କିଏ ତା'ର ଯୋଗ୍ୟ , କିଏ ସମ୍ଭାଳିବ
ଅଞ୍ଚଳବାସୀଙ୍କୁ କରି ଆପଣାର ll
କିଏ ଖୋଜେ ଟଙ୍କା , କିଏ ଖୋଜେ ଭୋଜି
ପୁଣି କାହାର କେତେ ଦାବି....
ଦାବି ପୁରା ହେଲେ ଅଞ୍ଚଳବାସୀଙ୍କୁ
କା' ହାତରେ ଦେବ ଅଜାଡି ll
ଅଠର ବରଷ ଚିହ୍ନିବାକୁ ଜଣକୁ
ନୁହେଁ ଛୋଟ ସମୟ ,
କିଏ ଗୁଣଵାନ , କିଏ ନୀତିବାନ
ଚିହ୍ନିଅଛି ସଭିଙ୍କୁ ଏ ହୃଦୟ ll
ଭଲ ଲୋକ ମଧ୍ୟ ହାରିଯାଏ ତେବେ
ଯେବେ ନଥାଏ ତା' ପାଖେ ପାଉଣା ,
ଦୁଃଖ ରେ ସାହାଯ୍ୟ ଯେତେ କରିଥିଲେ ବି
ହୋଇଯାଏ ସିଏ ଅଜଣା ll
ପିଢ଼ି ସରିଯାଏ ଚି଼ହ୍ନ ହଜେ ନାହିଁ
ଚି଼ହ୍ନରେ ରହିଛି କ'ଣ
ପଛରେ ଧାଆନ୍ତି ଶିକ୍ଷିତ ଲୋକ ବି
ଇଏ କିପରି କଷଣ ?
ଲାଗିବ କା' ପାଖେ ମୋହର.....
କିଏ ତା'ର ଯୋଗ୍ୟ , କିଏ ସମ୍ଭାଳିବ
ଅଞ୍ଚଳବାସୀଙ୍କୁ କରି ଆପଣାର ll
କିଏ ଖୋଜେ ଟଙ୍କା , କିଏ ଖୋଜେ ଭୋଜି
ପୁଣି କାହାର କେତେ ଦାବି....
ଦାବି ପୁରା ହେଲେ ଅଞ୍ଚଳବାସୀଙ୍କୁ
କା' ହାତରେ ଦେବ ଅଜାଡି ll
ଅଠର ବରଷ ଚିହ୍ନିବାକୁ ଜଣକୁ
ନୁହେଁ ଛୋଟ ସମୟ ,
କିଏ ଗୁଣଵାନ , କିଏ ନୀତିବାନ
ଚିହ୍ନିଅଛି ସଭିଙ୍କୁ ଏ ହୃଦୟ ll
ଭଲ ଲୋକ ମଧ୍ୟ ହାରିଯାଏ ତେବେ
ଯେବେ ନଥାଏ ତା' ପାଖେ ପାଉଣା ,
ଦୁଃଖ ରେ ସାହାଯ୍ୟ ଯେତେ କରିଥିଲେ ବି
ହୋଇଯାଏ ସିଏ ଅଜଣା ll
ପିଢ଼ି ସରିଯାଏ ଚି଼ହ୍ନ ହଜେ ନାହିଁ
ଚି଼ହ୍ନରେ ରହିଛି କ'ଣ
ପଛରେ ଧାଆନ୍ତି ଶିକ୍ଷିତ ଲୋକ ବି
ଇଏ କିପରି କଷଣ ?
କିଏ ଯୋଗ୍ୟ ଏ ଅଞ୍ଚଳର
ଛୋଟ ଠାରୁ ବଡ , ଧନୀ କି ଗରିବ
ମାନି ନେବ ସେ ନିଜର ll
ଆମେ ବାଛିନେବା ଆମ ହିତକାରୀ
ଗଢିବା ଆମର ରାଜା
ଅତି ଆନନ୍ଦରେ ସଭିଙ୍କ ସାଥିରେ
ଉଡାଇବ ଉନ୍ନତିର ଧ୍ବଜା ll
ନାଗରିକ ଆମେ ଆମରି ଧାମରେ
ଯିଏ ହେବ ଭାଇ ନେତା
ଭୟ କର ନାହିଁ ଅଧିକାର ପାଇଁ
ଜାଳି ଜାଳି ଯାଅ ଭବିଷ୍ୟ ସଳିତା ll
ଏତିକି ଗୁହାରି କରି ମୁଁ ଅର୍ଦଳୀ
ନର ବାଛି ଦିଅ ଭୋଟ
ନ ହେଉ ଦୁଃଖ , ପର ମୁହୂର୍ତ୍ତରେ
ନ ଲାଗୁ କାହାକୁ ଚୋଟ ll
(ହେମଗିର) ସୁନ୍ଦରଗଡ଼
ଜୟ ସାହିତ୍ୟ, ଜୟ ସମାଜ
ଛୋଟ ଠାରୁ ବଡ , ଧନୀ କି ଗରିବ
ମାନି ନେବ ସେ ନିଜର ll
ଆମେ ବାଛିନେବା ଆମ ହିତକାରୀ
ଗଢିବା ଆମର ରାଜା
ଅତି ଆନନ୍ଦରେ ସଭିଙ୍କ ସାଥିରେ
ଉଡାଇବ ଉନ୍ନତିର ଧ୍ବଜା ll
ନାଗରିକ ଆମେ ଆମରି ଧାମରେ
ଯିଏ ହେବ ଭାଇ ନେତା
ଭୟ କର ନାହିଁ ଅଧିକାର ପାଇଁ
ଜାଳି ଜାଳି ଯାଅ ଭବିଷ୍ୟ ସଳିତା ll
ଏତିକି ଗୁହାରି କରି ମୁଁ ଅର୍ଦଳୀ
ନର ବାଛି ଦିଅ ଭୋଟ
ନ ହେଉ ଦୁଃଖ , ପର ମୁହୂର୍ତ୍ତରେ
ନ ଲାଗୁ କାହାକୁ ଚୋଟ ll
(ହେମଗିର) ସୁନ୍ଦରଗଡ଼
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।