ମୃଣ୍ମୟୀ ବେହେରା
ପାଷାଣେ ଭରିଲେ ଯେତେ ବି ପ୍ରାଣ
ପାଷାଣ ହୃଦୟ ହେବ କି ମହମ !
ପାଷାଣୀ ଅହଲ୍ୟା ମୁକତି ପାଇବା
ଲାଗି ରାମ ପଦରଜ
ତୁମ ପ୍ରେମ ସୁଧା ମୁହିଁ ଉନ୍ମାଦିତା
ପାନରେ ହେବି ମୁକତ ।।
ପାସୋରି ମୋ' ମୁଖ ହୋଇଣ ବିମୁଖ
ବଞ୍ଚିବାରେ ତୁମ ସ୍ପୃହା
ବିରହ ଅନଳେ ମଦନର ବଳେ
ଜଳିଯାଏ ମୋର ହିୟା ।।
ସରସ ବଚନେ ପୀରତି ନୟନେ
କରିଲେ ମୋ' ପ୍ରାଣ ତୋଷ
ମୁହିଁ ବିରହିନୀ ପ୍ରେମ ପାଗଳିନୀ
ହୋଇବି ପ୍ରେମରେ ବଶ ।।
କରିଲେ ଷଟ୍ପଦ ପାନ ମକରନ୍ଦ
ପୁଷ୍ପ ହୁଏ ଉନ୍ମାଦବତ
ମୋ' ଓଠ ପୀୟୁଷ ପାନେ ହୋଇ ତୋଷ
ବୈରାଗ୍ୟରୁ ହେବ କ୍ଷାନ୍ତ ।।
ଝାରପଡା - ଭୁବନେଶ୍ଵର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।