ବାସ୍ତବରେ ଆମେ ଭାରତବାସୀ ଖୁବ୍ ଭାଗ୍ୟବାନ୍ । ଆଜି ଆମର ଦେଶ ତଥା ରାଜ୍ୟର ପରିଚାଳନା ପାଇଁ ଆମେ ନେତା , ମନ୍ତ୍ରୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ନିର୍ବାଚିତ କରାଉଛୁ । ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଆମର କୋଉଠିନା କୋଉଠି କିଛି ତ୍ରୁଟି ରହିଯାଇଛି । ଯେଉଁ କାରଣ ନେଇ ଅନେକ ଲୋକ ଅନେକ ସମୟରେ ପସ୍ତେଇ ହେବା ହିଁ ସାର ହେଉଛି । ଦେଶ ତଥା ରାଜ୍ୟ ମାନଙ୍କରେ ଥିବା ବିଭିନ୍ନ ଦଳ ବା ପାର୍ଟି ରହିଛନ୍ତି ; ଯଥା :- କଂଗ୍ରେସ ଦଳ , ଜନତା ଦଳ , ବିଜୁ ଜନତା ଦଳ , ଆମ୍ ଆଦ୍ମୀ ପାର୍ଟି , ସ୍ୱାଧିନ ପ୍ରାର୍ଥୀ ଦଳ ଇତ୍ୟାଦି । ପ୍ରତ୍ୟେକ ଦଳର ଲୋକ ନିଜ ନିଜର ପାର୍ଟି ବଞ୍ଚାଇବାରେ ଅଭ୍ୟସ୍ତ । ଟିକିଏ ଗମ୍ଭୀର ଭାବେ ଅନୁଧ୍ୟାନ କରି ଦେଖିଲେ ଜଣାଯାଏ ଶତକଡା ନବେ ଭାଗ ଲୋକ ସମସ୍ତେ ନିଜ ନିଜର ସ୍ୱାର୍ଥ କର୍ମରେ ବ୍ୟସ୍ତ । ଭାଷଣ ବାଜି ପ୍ରୋଲଭନ , ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଲେଇବା ଆଜିକାଲିର ନେତା - ନେତ୍ରୀ ମାନଙ୍କର ଏକ ସହଜାତ ଗୁଣ । ପ୍ରାୟ ଅର୍ଦ୍ଧ ଶିକ୍ଷିତ ଅପାଠୁଆ ମାନେ ଏଇ ରାଜନୀତିରେ ଭାଗ ନେବାର ନଜରକୁ ଆସିଥା'ନ୍ତି। ହେଲେ ଏହାରି ଭିତରେ ବି ଅନେକ ଶିକ୍ଷିତ , ଜ୍ଞାନୀ , ଗୁଣୀ ବି ଅଛନ୍ତି । ଯେଉଁମାନେ ସାରା ଜୀବନ ହିଁ ଲୋକଙ୍କ ସେବାରେ ନିୟୋଜିତ ଥାଆନ୍ତି ।
ପ୍ରକୃତରେ ଆମେ ସେଇ ଲୋକଙ୍କୁ ବାଛିବା ଯେଉଁମାନେ କି ପର ଦୁଖଃରେ ଦୁଖୀ । ବନ୍ୟା , ବାତ୍ୟା , ମରୁଡି ସମୟରେ ଲୋକଙ୍କ ପଛରେ ସହଯୋଗର ହାତ ବଢାଇଥା'ନ୍ତି । ସରକାରୀ ହେଉ କି ବେସରକାରୀ ହେଉ ତାଙ୍କର ଲକ୍ଷ୍ୟ ଥାଏ କେବଳ ଅସହାୟ , ଦୁର୍ବଳ ଶ୍ରେଣୀର ଅନାଥା ମାନଙ୍କୁ ଥଇଥାନ କରିବା । ଆସନ୍ନ ବିପଦରୁ ଲୋକଙ୍କୁ ଉଦ୍ଧାର କରି ଭୋକିଲା ମୁହଁରେ ଆହାର ଯୋଗାଇଦେବା । ସର୍ବଦା ପର ଦୁଖଃରେ ଦୁଃଖି ହୋଇ ନିଜର ଜୀବନକୁ ବାଜି ଲଗେଇ ଦେବା । ଦେଶ ଦେଶରେ ଉନ୍ନତି ପାଇଁ ଅଞ୍ଚଳ ଭିତରେ ଥିବା ମୂଲିଆ ମଜଦୂର ମାନଙ୍କର ସୁଖ ଦୁଃଖର ସାଥି ହୋଇ ସମସ୍ତଙ୍କ ମୁହଁରେ ଯେ ହସ ଫୁଟେଇ ପାରେ ସିଏ ହିଁ ଆଞ୍ଚଳିକ ସ୍ତରର ନେତା ବା ଦେଶ ସେବକ ।
ଭୋଟ ନେବା ପୂର୍ବରୁ ପ୍ରଥମେ ଆମେ ଟିକିଏ ଚିନ୍ତା କରିବା ଦରକାର । ଧିର ମନ , ସ୍ଥିର ମସ୍ତିଷ୍କରେ ଯେଉଁ ମାନଙ୍କ ଦେହରେ ନେତା ହେବାର ଗୁଣ ସହ ସହିବା ଶକ୍ତି ଥାଏ ତାଙ୍କୁ ହିଁ ଭୋଟ ଦାନ କରି ଉପଯୁକ୍ତ ଆସନରେ ଅଧିଷ୍ଠିତ କରାଇ ପାରିଲେ ଦେଶ ଦେଶର ମଙ୍ଗଳ ହେବା ସଂଗେ ସଂଗେ ସାରା ଅଞ୍ଚଳ ମଧ୍ୟ ଧନ୍ୟ ହୋଇଥାଏ । ଶିକ୍ଷିତ ପାଠୁଆ ଭାଇ , ଅପା ମାନେ ନିଜ ନିଜର କର୍ତ୍ତବ୍ୟ କୁଶଳତା ନେଇ ସଜାଗ ରୁହନ୍ତି । ସମୟର ସଦୁପଯୋଗ କରି ପ୍ରଶାସନ ପାଖରୁ ନିଜର ହକ୍କୁ ଛଡାଇ ଆଣି କାର୍ଯ୍ୟରେ ଲଗାଇଥା'ନ୍ତି । ସାରା ଅଞ୍ଚଳର ଦୁଃଖୀ , ଗରିବ , ମୂଲିଆ , ମଜ୍ଦୁର୍ , ଶିକ୍ଷିତ , ଅଶିକ୍ଷିତ , ଜ୍ଞାନୀ , ଗୁଣୀ ଯାହା ବି ଅଛନ୍ତି ତାଙ୍କ ସାଙ୍ଗରେ ମିଶି ତାଙ୍କର ହାନି - ଲାଭରେ ସାମିଲ ହୁଅନ୍ତି । ସ୍ୱାର୍ଥବାଦୀ ଲୋକଙ୍କ ପାଖରୁ ଦୂରେଇ ରହି ନିଃସ୍ୱାର୍ଥପର ନିଷ୍ଠାବାନ୍ ଲୋକକୁ ଆମେ ନେତା ଭାବରେ ବାଛିଲେ ଭବିଷ୍ୟତରେ ଏ ଦେଶ ଦେଶର ମଙ୍ଗଳ ହେବା ସଂଗେ ସଂଗେ ଆମ ସମସ୍ତଙ୍କର ମଙ୍ଗଳ ହେବ ଏଥିରେ ଦ୍ବିମତ୍ତ ନାହିଁ । ବନ୍ଦେ ମାତରମ୍
ମନୁପାଲି , ବୌଦ୍ଧ
ମୋ - ୯୩୪୮୨୪୧୨୨୫ ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।