2/28/2022

ଅମୃତ ସନ୍ତାନ

ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
            (ଶିକ୍ଷୟିତ୍ରୀ)
ତୁ ମଣିଷ ଜୀବନ ପାଇଛୁ ବୋଲି
              ଶ୍ରେଷ୍ଠରେ ହେଉଛୁ ଗଣା
ପଞ୍ଚଭୂତରେ ଯେ ଗଢ଼ା ତୋ' ଶରୀର
                ବୁଦ୍ଧି ଯେ ଜଗତ ଜିଣା ||

ଖଞ୍ଜି ଦେଲେ ପ୍ରଭୁ ହସ୍ତ , ପଦ , ମୁଣ୍ଡ
                           ଉଚ୍ଚମାନର ମସ୍ତିଷ୍କ
ସବୁ ପ୍ରାଣୀ ଠାରୁ ଭିନ୍ନ ଅଟୁ ତୁହି 
                   ଦେଇ ପୁଣି ସୁଖ ଦୁଃଖ ||

ତୁ ଚାହିଁଲେ ପୃଥିବୀ ହେଵ ଯେ ସୁନା
                ଜାତି ଭେଦ ଯିବ ଉଭାଇ
ଛୁଆଁ ଅଛୁଆଁ ଧର୍ମ ଭେଦ ଯେତେ
                କିଛି ତ ରହିବ ନାହିଁ ||

ପ୍ରଭୁ ଦତ୍ତ ଦାନ ଉପଯୋଗ କଲେ
          ଜୀବନ  ହେବ ସାର୍ଥକ
ଏସବୁକୁ ଯଦି ବେଖାତିର କଲୁ
           ଝୁରିବୁ ଜୀବନଯାକ ||

ତୁ ଚାହିଁଲେ ସବୁ ସମ୍ଭବ ହେବ
            କଥାଟି ନିରାଟ ସତ୍ୟ 
ଅସୀମ ଶକ୍ତି ତୋ' ଭିତରେ ନିହିତ
              କରିଦେ ତୁ ଉଦ୍ଜୀବିତ ||

ରକ୍ତ ମାଂସରେ ଗଢ଼ା ଶରୀରକୁ 
                 ଜାଣି ଜାଣି ନଷ୍ଟ କରୁ
ବିଷକୁ ଅମୃତ ଭାବିକି ପିଉଚୁ
                  ଆୟୁଷକୁ କାହିଁ ସାରୁ ||

ଯୁଦ୍ଧ ବିଭୀଷିକା ବନ୍ଦ କରିଦିଅ 
                  ଭାତୃତ୍ୱ ଭାବକୁ ଆଣି
ଭାଇଚାରା ନୀତି ଆପଣାଇ ସର୍ବେ
                  ପୃଥିବୀକୁ ଯିବା ଜିଣି ||

ବସୁଦେବକୁଟୁମ୍ବ ନୀତି ଗଢିବା
                  ସଭିଙ୍କ ହୃଦୟେ ଯାଇ
ହିଂସା , ଦ୍ୱେଷ , ଇର୍ଷା ଭୁଲିବା ସଭିଏଁ
                      ଆମେ ତ ଭଉଣୀ ଭାଇ ||

ଅମୃତ ସନ୍ତାନ ବୋଲାଉଛୁ ତୁହି
                 ପ୍ରାଣୀଙ୍କ ଭିତରେ ଶ୍ରେଷ୍ଠ
ତୋ' ପାଖରେ ଅଛି ଦୈବୀକ ଶକ୍ତି
                      କର ନାହିଁ ତାକୁ ନଷ୍ଟ ||
ବେଦପୁର , ବାଙ୍କୀ , କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।