ମାଆ ନାହିଁ ଯାହାରରେ ସାହା ନାହିଁ ତାହାର
ଈଶ୍ୱରଙ୍କ ଠାରୁ ଉଚ୍ଚ ସ୍ଥାନ ଅଟେ ମାଆର ।
ଭୂମିଠାରୁ ଭାରି କିଏ ପ୍ରଶ୍ନ ଥିଲା ଯକ୍ଷର
ମାଆ ବୋଲି ଯୁଧିଷ୍ଠିର ଦେଇଥିଲେ ଉତ୍ତର ।
ଗୋଟିଏ ଅକ୍ଷର ମାଆ ପରିଭାଷା ଅସୀମ
ଅନ୍ତଃ ହୀନ ନୀତି ଶିକ୍ଷା କରିନୁହେଁ ବ୍ୟାଖ୍ୟାନ ।
ନିଜରକ୍ତ ମାଂସ ଦେଇ ଯତ୍ନ ନିଏ ସେ ଏକା
ରକ୍ଷା କବଚ ଅଟଇ ସନ୍ତାନର ପାଇଁକା ।
ଅପରିସୀମ କରୁଣା ଥାଏ ତା'ର ଆକଟେ
ଗାଳିରେ ତା' ଆଶିର୍ବାଦ ବୁଝି ନିଅ ଥରୁଟେ ।
ମା' ଭୂମିଷ୍ଠ କରାଏ ମାତୃଭୂମି ପ୍ରକୃତି
ଭାଷା ଖିଏ ମା' ଦେଲେ ଗଢି ଉଠେ ସଂସ୍କୃତି ।
ପୃଥ୍ବୀ - ଆପ - ତେଜ - ବାୟୁ - ଆକାଶର ଭୂତରେ
ପଞ୍ଚଭୂତ ଶରୀରରେ ଥାଏ ମାଆ ସାରରେ ।
ମା' ମାଟିର ମହକ ସଭିଙ୍କର ପ୍ରିୟଟି
ମାଆର ପଣତ ତଳେ ନ ଥାଏରେ ଭୟଟି ।
ମାଆ ମାତୃଭୂମିର ଯେ ଅମର୍ଯାଦା ନକର
ମାତୃଭାଷା ଅଟେ ପୁଣି ତା' ଠାରୁ ଯେ ଉଦାର
ବ୍ରାହ୍ମଣୀ ପାଳ ,କେଉଁଝର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।