ଆମରି ପାଇଁକି , ଆମ ମାନଙ୍କର
ଆମରି ଦ୍ଵାରା ଶାସନ ,
ପରୋକ୍ଷ ହେଉକି ପ୍ରତ୍ୟେକ୍ଷରେ ଆମେ
କରୁଛେ ନିଜକୁ ଶାସନ ।
ନିଜେ ଘର ଢ଼ିଙ୍କି ହୋଇକି ଆମେ କି
ସାଜିବା ନିଜେ କୁମ୍ଭୀର ,
ବାଡ଼ ଏଠି ଖାଏ କ୍ଷେତକୁ ନିତି
ପ୍ରଭୋ ହେ ! ଉଦ୍ଧାର କର ।
ପରୋକ୍ଷ ହେଉକି ପ୍ରତ୍ୟେକ୍ଷରେ ଆମେ
କରୁଛେ ନିଜକୁ ଶାସନ ।
ନିଜେ ଘର ଢ଼ିଙ୍କି ହୋଇକି ଆମେ କି
ସାଜିବା ନିଜେ କୁମ୍ଭୀର ,
ବାଡ଼ ଏଠି ଖାଏ କ୍ଷେତକୁ ନିତି
ପ୍ରଭୋ ହେ ! ଉଦ୍ଧାର କର ।
ଚିକେନ , ମଟନେ ଲୋଭ ଅଛି ଯେବେ
ଦାବିକରି ଆମେ ଖାଇବା ,
ମାତ୍ର ଟିପଚିହ୍ନ ଦେଲା ବେଳେ ଆମେ
ଉଚିତ ପ୍ରାଥୀଙ୍କୁ ଦବା ।
ଯେଉଁ ଗାନ୍ଧୀଙ୍କର ଅହିଂସା ନୀତିରେ
ଦାବିକରି ଆମେ ଖାଇବା ,
ମାତ୍ର ଟିପଚିହ୍ନ ଦେଲା ବେଳେ ଆମେ
ଉଚିତ ପ୍ରାଥୀଙ୍କୁ ଦବା ।
ଯେଉଁ ଗାନ୍ଧୀଙ୍କର ଅହିଂସା ନୀତିରେ
ଇଂରେଜ ହେଲା ପରାସ୍ତ ,
ସେ ଗାନ୍ଧୀ ମୁଣ୍ଡକୁ ଦେଖିକରି ଆମେ
ହିଂସାକୁ କରେ ସ୍ବାଗତ ।
ସେ ଗାନ୍ଧୀ ମୁଣ୍ଡକୁ ଦେଖିକରି ଆମେ
ହିଂସାକୁ କରେ ସ୍ବାଗତ ।
ମାଙ୍କଡ ହାତରେ ଶାଳଗ୍ରାମ ଦେଇ
ମୁଣ୍ଡ କାହିଁକି ପିଟିବା?
ଫୁଟାଣିଆ ନେତା ଙ୍କ ବାହସ୍ପୋଟରେ
କାଇଁ ବିଶ୍ୱାସ କରିବା ?
ଭୋଟ ମାଗିବାକୁ ଆସିଲା ବେଳକୁ
ଖାଇବେ ଆମରି ଭାତ ,
କାମ ପାଇ ତାଙ୍କ ପାଖକୁ ଗଲେ ସେ
ମାରିବେ ପେଟକୁ ନାତ ।
ମୁଣ୍ଡ କାହିଁକି ପିଟିବା?
ଫୁଟାଣିଆ ନେତା ଙ୍କ ବାହସ୍ପୋଟରେ
କାଇଁ ବିଶ୍ୱାସ କରିବା ?
ଭୋଟ ମାଗିବାକୁ ଆସିଲା ବେଳକୁ
ଖାଇବେ ଆମରି ଭାତ ,
କାମ ପାଇ ତାଙ୍କ ପାଖକୁ ଗଲେ ସେ
ମାରିବେ ପେଟକୁ ନାତ ।
ଭୋଟ ସରିଗଲେ ଆମେ ଯେ ବିରାଡ଼ି
ନେତାଏ ହେବେ ମର୍କଟ ,
ପାଞ୍ଚବର୍ଷ କାଳ ପିଠା ଭାଗ ହେବ
ନହେବା ପାଇ ନିଅଣ୍ଟ !
ଶିକ୍ଷିତ ହୋଇଛେ ଆମେ ପରା ଆଜି
ସୁନ୍ଦର ଦେଶଟେ ପାଇ ,
ଅଶିକ୍ଷିତ , ଅପାଣ୍ଡବ ନେତାଙ୍କୁ ଯେ
କାହିଁକି ମାନିବା ସାଇଁ ?
ପାଞ୍ଚବର୍ଷ କାଳ ପିଠା ଭାଗ ହେବ
ନହେବା ପାଇ ନିଅଣ୍ଟ !
ଶିକ୍ଷିତ ହୋଇଛେ ଆମେ ପରା ଆଜି
ସୁନ୍ଦର ଦେଶଟେ ପାଇ ,
ଅଶିକ୍ଷିତ , ଅପାଣ୍ଡବ ନେତାଙ୍କୁ ଯେ
କାହିଁକି ମାନିବା ସାଇଁ ?
ପ୍ରୋପଗଣ୍ଡାରେ ଭରସା ରଖିକି ଯେ
କା' ପରେ କରିବା ରୋଷ ?
ଅସରପା ପରେ କାଣି ବିଲେଇ ଯେହ୍ନେ
ଗଣତନ୍ତ୍ରକୁ ଦେବା ଦୋଷ ।
ଅସରପା ପରେ କାଣି ବିଲେଇ ଯେହ୍ନେ
ଗଣତନ୍ତ୍ରକୁ ଦେବା ଦୋଷ ।
ଖୋର୍ଦ୍ଧା - ଭୁବନେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ
Right
ReplyDeleteVery true... Nicely written
ReplyDelete