2/28/2022

ଆତ୍ମଲିପି

ମାଧବାନନ୍ଦ ଭୋଇ
ସାଙ୍ଗଠନିକ ସମ୍ପାଦକ (ଉଦୟ ଭାନୁ)  
ଜୀବନ ମୋ' ଏଠି ମରୁବାଲି ସମ ,
କେବେ ଫୁଲ  କେବେ କଣ୍ଟା।
ନିତି ଏଠି ମୋତେ ଜଳିବାକୁ ହୁଏ ,
ଜୀବନ ହୁଏ ହୀନସ୍ତା ।
ହଜାର ଓଠରେ , ହସର ଫୁଆରା ;
ଲୁହ ଟିକେ ମିଳେ ନାହିଁ ,
ଜୀବନର ଭିଡ , ଦୁନିଆ ସାଗରେ
ଆପଣାର ଲୋକ କାହିଁ ?
ଜୀବନର ପଥ , କଣ୍ଟକିତ ସତେ
ଡହ ଡହ ରଡ ନିଆଁ  ,
ନିତି ଜଳି ଜଳି ବଞ୍ଚିବାକୁ ହୁଏ ,
କେବେ ଛୁଟିଯିବ ରାହା ।
ପରାଣ ଦିପାଳୀ , ଧୀରେ ଜଳି ଜଳି
ପତିତ ତନୁ ସଳିତା ,
ନିରାଶା ଅନ୍ଧାରେ,ଆଶା ବାଡି ଖୋଜି ,
ଜଳିବ ଶେଷରେ ଚିତା ।
କେହି କହିବେନି ଦୁନିଆ ବୁକୁରେ ,
ପିଇ ପିଇ ମରିଗଲା ,
ଦୁନିଆକୁ ମୁହିଁ , ଭଲ ପାଉଥଲି ;
ପ୍ରେମ ମୋତେ ମାରିଦେଲା ।

ଭୋଦଳ,ପାଟସୁନ୍ଦରପୁଳ, କଟକ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।