2/03/2019

ପାଶ୍ଚାତ୍ୟ ପରମ୍ପରାର ଓଡ଼ିଆ ପୂଜକ - ଇଂରାଜୀ ନବବର୍ଷ ପାଳନ-୩

ଉଷାରାଣୀ ପଣ୍ଡା 

                  ସାର୍ବଭୌମ୍ୟ ରାଷ୍ଟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ବୈଦେଶିକ ନୀତି ନିୟମ ଗୁଡିକ ଗଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଦେଶର  ଏ୍ୟତିହ୍ୟକୁ ଭିତ୍ତିକରି ସଂପ୍ରୀତିର ପୃଷ୍ଠପୋଷକତାରେ ଦେଶର ବିକାଶ ଦିଗରେ ବିଶ୍ବଭାତୃତ୍ବ ସୃଷ୍ଟି କରି ସାଂପ୍ରଦାୟକତା ଜାଗୃତି କରାଇବା ।
       
   ସାପ୍ରତିକ କାଳରେ ବିଶ୍ବମୈତ୍ରୀ ସାମ୍ୟବାଦରେ ଆଦର୍ଶମୁଖୀ ଦେଶ ଦେଶ ମଧ୍ୟରେ ଶାନ୍ତି ମୈତ୍ରୀ ପ୍ରୀତିର ସୁରକ୍ଷା କରିବା । ସେଥିରୁ ଭାରତ ଅନ୍ୟତମ। ଅନାଦି କାଳରୁ ଭାରତ ଚିର ଦେଦିପ୍ୟମାନ ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ। ପୌରାଣିକ ଚରିତ୍ର ଯଥା ରାମାୟଣ ,ମହାଭାରତ ,ଗୀତା ଇତ୍ୟାଦି ର ମୂଲ୍ୟବୋଧ
 ସତ୍‌ ଚରିତ୍ରବାନ୍‌ଙ୍କ ଗୁଣ ,ଧର୍ମ ଧର୍ମ, ନିୟମ , କର୍ତ୍ତବ୍ୟ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚା କରି , ଅନେକ ଶିକ୍ଷଣୀୟ , କର୍ତ୍ତବ୍ୟନିଷ୍ଠ ଉପଦେଶ ଗୁଡିକୁ ଗ୍ରହଣ କରାଯାଉଥିଲା । ଗୁରୁଜନଙ୍କୁ  ଯଥୋଚିତ ସମ୍ମାନ କରିବା ସହ ହିତପୋଦେଶ ଗୁଡିକୁ ଗ୍ରହଣ କରୁଥିଲେ ।

     ଭାରତବର୍ଷରେ ଉତ୍କଳ ତଥା ଓଡିଆବାସୀ ଖୁବ୍ ସରଳ ଏବଂ ଧର୍ମପରାୟଣ ମନୋଭାବରେ ଉଦ୍ ବୁଦ୍ଧ ।ଅନେକ ମହାପୁରଷଙ୍କ ଜୀବନୀକୁ ଅନୁସରଣ କରି ପରମ୍ପରାକୁ ବଜାୟ ରଖିଥିଲେ । ଭଗବତପ୍ରେମୀ , ନିୈଷ୍ଠିକ ତଥା ସଂସ୍କୃତି ସମ୍ପନ୍ନରେ ଜୀବନ ନିର୍ବାହ କରୁଥିଲେ ।  ପର୍ବପର୍ବାଣୀ କୁ ମାଧ୍ୟମ କରି ଭାଇଚାରାର ବୀଜ ରୋପଣ କରୁଥିଲେ ପ୍ରତି ହୃଦୟରେ । ଅଳ୍ପଶିକ୍ଷିତ ହେଲେ ମଧ୍ୟ ଖୁବ୍ ବିବେକର ସହ ଶାନ୍ତିପୂର୍ଣ୍ଣ ,ସ୍ନେହ ପାରସ୍ପରିକ ବୁଝାବଣାରେ  ମଧୁମୟ ଜୀବନଯାପନ କରୁଥିଲେ ।
    କାଳକ୍ରମେ ଅତ୍ୟାଧୁନିକତାର ଅସମାହିତ ଚିନ୍ତାଧାରାରେ ବିଭୋର ହୋଇ ନିଜର ଅସ୍ତିତ୍ବ ହରାଇ ସ୍ବଦେଶ ତଥା ନିଜ ପରମ୍ପରା ଭୁଲି ପାଶ୍ଚାତ୍ଯ ପରମ୍ପରାରେ ତଲ୍ଲୀନ ହୋଇ ନିଜ ସଂସ୍କୃତିକୁ ତିଳ ତର୍ପଣ କରି ଅଧୂନା ସମାଜରେ ଅନ୍ଧବିଶ୍ବାସର ଦ୍ବାହି ଦେଇ  ,ପୁରାତନ ପ୍ରଥାକୁ ଅବହୃତ କରି ,ପାଶ୍ଚାତ୍ଯ ଚାଲିଚଳଣରେ ଉବୁଡୁବୁ ହୋଇ ଅମାର୍ଜିତ ,ଅସାମାଜିକ କାର୍ଯ୍ୟରେ ବିଶୃଙ୍ଖଳା ସ୍ଥାପନ କଲେ ।
    
     ବସ୍ତୁବାଦୀ ଭୋଗବାଦୀର ଶିଖାରରେ ଜଡିତ ହୋଇ ନୀତି ହୀନ କାର୍ଯ୍ୟରେ ନ୍ୟସ୍ତ ହେଲେ ।  ପାଶ୍ଚାତ୍ଯ ନୂତନ ବର୍ଷ ପାଳନ କଲେ ସୁରା ପାନ ଅସଭ୍ୟ ନୃତ୍ୟ ପ୍ରଦର୍ଶନ ଇତ୍ୟାଦି ଇତ୍ୟାଦିରେ । ଯାହାକି ଆମ ପରାମ୍ପରାର ନିୟ୍ର ବିରୁଦ୍ଧ । ଏହାକୁ ମଣୋରଞ୍ଜନ ନକହି ସାମାଜିକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ ।
       ନିଜ ମାକୁ ଛାଡି ମାଉସୀକୁ ମାଆ କହିଲା ଭଳି ଆମ ପରମ୍ପରାରେ କ'ଣ ବର୍ଷ ତିଥି ନକ୍ଷତ୍ର କିଛି ବଦଳେ କି ଏ ଦିନ ।  ବିଦେଶରେ ଭାରତର ନୀତି ଅନୁସରଣ କଲେ କିନ୍ତୁ ଆମେ ସେମାନଙ୍କ ପରମ୍ପରାରେ ମସଗୁଲ୍ ହୋଇ  ସତ୍ତା ହରାଇ ବସିଲେ । 
      ଆମ ଆଗାମୀ ପୀଢି କଣ ଶିଖିବେ ଆମଠାରୁ .? ଆମ ପରାମ୍ପରା ଧ୍ବଂସ ସ୍ତୂ୍ପ ଆଜି । ଆମ ସମୀଚୀନ ବୁଝାମଣାରୁ ବଞ୍ଚିତ ହେଲେ ଧିରେ ଧିରେ ମୂଳଲକ୍ଷ୍ୟ ବିଚ୍ୟୁତି ହେଲାଣି । ଆଉ କିଛି ଦିନ ପରେ ପ୍ରବୃତ୍ତି ବୋଧେ ଏକ ନିଷ୍ଠୁର ଇତିହାସ ହେବ କିଏ ଜାଣେ । 
         ଶେଷରେ ଏତିକି କହିବି ପରିବର୍ତ୍ତନ ଆବଶ୍ୟକ ,ପାଥେୟ ନକରିି ନିଜକୁ କୁଣ୍ଠାବୋଧ  କରିବା ନାହିଁ ଅମାନୁଷିକ ଗତିଶୀଳ ସଭ୍ୟତା ହୀନ ବବ୍ରରୋଚିତ ରୂପାୟନକୁ ବାସ୍ତବ ଯୁଗୋଗପଯୋଗୀ କରିବାକୁ ।

ସୋମପେଣ୍ଟା (ଆନ୍ଧ୍ରପ୍ରଦେଶ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।