2/03/2019

ଏଇ ଆମ ଗାଁ ଜନ୍ମଭୂମି

ସନ୍ଦୀପା ମହାପାତ୍ର 
                               

ଏଇ ଆମ ଗାଆଁ ଜନ୍ମଭୂମି  
ଯେଉଁଠି ଜନ୍ମ ନେଇଛି ମୁହିଁ 
ମୋ ପିଲାଦିନୁ ହେଇଛି ବଡ
ଏଇ ଆମ ଗାଆଁ ଜନ୍ମଭୂମି.....

କେତବଳେ ଯେ ବିତେ ସମୟ
କେହି ବି ତ ନ ପାରନ୍ତି ଜାଣି
ଏଇ ଆମ ଗାଆଁ ଜନ୍ମଭୂମି.....

ଗାଆଁ ନଈକୂଳିଆ ପବନ
ଆନନ୍ଦେ ଝୁମି ଯାଏ ମନ
ସହଜେକି ତା'ହେବ ଭୁଲି
ପ୍ରାଣ ନଯିବା ଯାଏଁ ଚାଲି ।

ବରଷା ବେଳେ ପାଦପ ଦେହେ
ଫୁଲ ଫଳ କେତେ ମନ ମୋହେ
ସୁନ୍ଦର ଦିଶେ ବାଡ଼ି ବଗିଚା 
ଶ୍ଯାମଳ  ରଙ୍ଗ ଧରଇ ମହୀ.....

ଦାଣ୍ଡ ଦୁଆର ବର୍ଷା ପାଣିରେ
ଭାସେ କାଗଜ ଡଙ୍ଗା ଜଳରେ
ସତେ ଆନନ୍ଦ ତୁହାକୁ ତୁହା
କେବେ ମୁଁ ଭୁଲି ପାରିବି ନାହିଁ.....

ଗାଆଁର ସେ ପଖାଳ କସାଂକୁ
ଶୁଖୁଆ ପୋଡା ଆଳୁଚୋଖାକୁ
ଖାଇବା ପାଇଁ ବାଡ଼ିଆ ପିଟା
ମିଛ କଳିରେ ଭଉଣୀ ଭାଇ.....

ଖରାଦିନେ ଦ୍ବିପହର କାଳେ
କାହା ବାଡ଼ିରେ ସାଥିଙ୍କ ମେଳେ
ଖେଳିବା ପାଇଁ ଲୁଡୁ ଓ ତାସ
ସରବେ ଆମେ ଥାଉଟି ଜମି.....

ନଈ ତୁଠରେ ଜମଇ ଗପ 
ଗାଧେଇବାକୁ ବେଳ ନିଅଣ୍ଟ 
ବୁଢ଼ୀମା' ଆସି ଛାଡଇ ରଡି.....

ଆମେ ସ୍କୁଲ୍‌ ଯିବା ବେଳ କଥା
ପାଣି କାଦୁଅର ମାଟି ରାସ୍ତା
ତାହା ସାଙ୍ଗକୁ ଅଖା ପଖିଆ
ସ୍ମୃତି ଅଦ୍ଯାପି ଅଛି ସଜାଡି.....

ଭୋଜି ଭାତ ହେଲେ ମିଳିମିଶି 
କାମ କରିନେଉ ହସିହସି
ଦେଉନାହୁଁ ଜାଣିବାକୁ କଷ୍ଟ 
କାହିଁ ହଜିଗଲା ସ୍ନେହ ପ୍ରୀତି...
ଏଇ ଆମ ଗାଆଁ ଜନ୍ମଭୂମି
କେନ୍ଦ୍ରାପଡା 
 ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।