ଶୁଭସ୍ମିତା ବେହେରା
ଭୁଲାପଣର ମୁଁ ଅତି ନିମ୍ନରେ
ଆଜି ତୁମେ ଖୁସି ହୁଅ
ମୋ ବିନା ଉପସ୍ଥିତିରେ
ମୁଁ କିନ୍ତୁ ଖୁସି ହୁଏ ତୁମକୁ ଅନୁଭବ କରି କରି ।
ତୁମେ ସେଇ ବାଟେ ଚାଲି ଯାଅ
ମନେ ତୁମ କ୍ଷୋଭ ହୁଏନି
ମୁଁ ଯଦି ଚାଲିଯାଏ
ମନ ହୁଏ ଭାରାକ୍ରାନ୍ତ ।
ତୁମେ ଯେତିକି ଯେତିକି
ଘୃଣା କରି ବସ ମତେ
ମୁଁ ସେତିକି ସେତିକି ତୁମ
ପ୍ରେମ ଫାଶରେ ପଡ଼ିଯାଏ ।
ତୁମେ ଗାଳି କରି ବସ ହେଲେ ମୁଁ
ଆଶିଷ ମାନି ମଥାରେ ଲଗାଏ
ତୁମେ ଚାଲି ଯିବାକୁ ଓ ଦୂରେଇ ଯିବାକୁ କୁହ
ମୁଁ ବି ତୁମ ଇଲାକାରୁ ଶତ ଯୋଜନ ଦୂରରେ ।
ହେଲେ ମଧ୍ୟ
ତୁମକୁ
ଅତି ପାଖରୁ ଦେଖି ପାରେ ।
ଉଦୟନାଥ ଅଟୋନୋମସ୍ କଲେଜ ଅଡ଼ଶପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।