ପୁଣ୍ୟ ତୀର୍ଥ ଭୂମି ନେଇ
ଗଙ୍ଗାନଦୀ ଯାଏ ବହି
ପବିତ୍ର ଦେଶର ପାଦ ଧୋଇ...
ଯା'ର ନାଁ କର୍ମଭୂମି, ଧର୍ମଭୂମି,
ପୁଣ୍ୟଭୂମି,ଆର୍ଯ୍ୟଭୂମି..
ପୁଣ୍ୟଭୂମି,ଆର୍ଯ୍ୟଭୂମି..
ପୁଣ୍ୟ ତୀର୍ଥ ଭୂମି ନେଇ......
ଆମେ ତା'ର ସନ୍ତାନ
ରଖିବୁ ଆମେ ତାହାରି ମାନ
ଯଶ ତା'ର ବଢ଼ାଇବୁ
କୀରତିକୁ ରଚି ଦେବୁ
ଯା'ର ବକ୍ଷରେ ସରଗ ସୁଷମା
ଯା'ର ରୂପରେ ଅତୁଳ ଉପମା
ତା'ର ନାଁ କର୍ମଭୂମି,ଧର୍ମଭୂମି,
ପୁଣ୍ୟଭୂମି, ଆର୍ଯ୍ୟଭୂମି
ପୁଣ୍ୟଭୂମି, ଆର୍ଯ୍ୟଭୂମି
ପୁଣ୍ୟ ତୀର୍ଥ ଭୂମି ନେଇ.......
ଏକତାର ବନ୍ଧନରେ
ମୈତ୍ରୀଭାବ ସୃଷ୍ଟି କରି
ପରିଣତେ ସୁନାୟକ
ସୁବର୍ଣ୍ଣ ଭାରତ ଗଢ଼ି ଦେବୁ
ବିଜୟ ମୁକୁଟ ପିନ୍ଧାଇବୁ
ସୃଷ୍ଟି ହେବ ପୁଣ୍ୟ ଭୂମି, କର୍ମଭୂମି,ଧର୍ମଭୂମି,ଆର୍ଯ୍ୟଭୂମି
ପୁଣ୍ୟ ତୀର୍ଥ ଭୂମି ନେଇ
ଗଙ୍ଗାନଦୀ ଯାଏ ବହି
ପବିତ୍ର ଦେଶର ପାଦ ଧୋଇ.......
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।