2/03/2019

ବାପୁଜୀ

କବିତା ମହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ
ମାହେନ୍ଦ୍ରେ ମୁହୂର୍ତ୍ତେ  ଜନନୀ ଜଠରୁ                                 
ଛୁଇଁଲ ଭାରତ ମାଟି 
ଆହିଂସାର ଜ୍ୟୋତି ପ୍ରଜ୍ଜ୍ୱଳିତ ହେଲା
ବିଶ୍ବେ ଦୀପ୍ତି ପ୍ରକଟି
ସାହେବ ସୁବେଶ ପରିତ୍ୟାଗ କଲ
ଦେଖି ଦୀନହୀନ ବାସ
ଲଙ୍ଗଳା ଫକିର  ପରି ବୁଲୁ ଥିଲ
ଓଷ୍ଠରେ ଦରୋଟି ହସ
ସ୍ବଚ୍ଛ  ପରିବେଶ ସୁସ୍ଥ ଜୀବନର
ଦେଖାଇଲା ନୂଆ ରାହା
କୁଷ୍ଠ  ରୋଗୀ ସେବା ମାନବର ଧର୍ମ
ଜୀବନର ସତ୍ଯ ଯାହା 
ଧର୍ମକୁ ନେଇ ରକ୍ତପାତର ଯଜ୍ଞ
ସନ୍ତାନର ପୂର୍ଣାହୂତି
ଅସହ୍ୟ ହୋଇଲା ଅନଶନେ ରହି
ଫେରାଇ ଆଣିଲ ଶାନ୍ତି 
ତୁମ ପାଇଁ ବାପୁ ସାରା ଜଗତରେ
ମୋ'ଦେଶ ପାଉଛି  ପୂଜା
ଶାନ୍ତି  ମୈତ୍ରୀର ସୁବାସ ଛୁଟୁଛି
ଉଡୁଛି ତ୍ରିରଙ୍ଗା ଧ୍ବଜା
ହେ ମହାମାନବ ରାମ ରାଜ୍ୟର
ପିୟୁଷ  ପରଷି ଥିଲ
ହିଂସାର ହଳାହଳ ର ଜ୍ବଳାରେ
ବିପଥିକ କଲବଲ
ବିଯ୍ଯବାନ ଜ୍ୟୋତି ସଦା ପ୍ରଜ୍ଜ୍ୱଳିତ 
ଅହିଂସାର ଶିଖାଟେକି
ସରାବିଶ୍ବ ଆଜି କରେ ପ୍ରଣିପାତ 
ଦିବ୍ଯ ବାଣୀରେ ମହକି
ଆତତାୟୀ  ଗୁଳି ବକ୍ଷ ଭେଦ କଲା
ନିରବି ଗଲା ଶରୀର 
ଜନ ସମୁଦ୍ରରେ ଭାସିଯାଉ ଥିଲା
ତୁମରସେ ଶବାଧାର 
କୋଟିଏ ଚକ୍ଷୁର ଲୋତକରେ ହେଲା
ତୁମର ତିଳତର୍ପଣ 
ପିତୃ ହରା  ଆମେ ଏଇ ଦେଶବାସୀ 
ସଦା ବିଧୁର  ପରାଣ 
ଘେନା ଶ୍ରଦ୍ଧାଂଜଳି ବାପୁଜୀ  ମହାତ୍ମା 
ଗାନ୍ଧୀ  ହତ୍ୟାକରି ଆମେ
ଗାଉଥିବୁ ସଦା ତୁମ ଜୟଗାନ 
ଧନ୍ୟ ବାପୁ ନମୋ  ନମେ 


 ସାଇଲୋଝାରପଡା ଉପ୍ରା ବିଦ୍ଯାଳୟ କଣ୍ଟାପଡା କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।